ପଶ୍ଚିମବଙ୍ଗ ମନ୍ତ୍ରୀମଣ୍ଡଳରେ ଅଦଳବଦଳ, କେତେକ ମନ୍ତ୍ରୀଙ୍କୁ ଦିଆଗଲା ଅତିରିକ୍ତ ଦାୟିତ୍ୱ

କୋଲକାତା : ପଶ୍ଚିମବଙ୍ଗ ମନ୍ତ୍ରୀମଣ୍ଡଳରେ ବୁଧବାର ବଡ଼ ଧରଣର ଅଦଳବଦଳ ହୋଇଛି। ଏଥିରେ ଅନେକ ମନ୍ତ୍ରୀଙ୍କ ଦାୟିତ୍ୱ ବଦଳିଥିବା ବେଳେ କେତେକ ମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି। ନିକଟରେ ମନ୍ତ୍ରୀ ଅଖିଳ ଗିରି ଇସ୍ତଫା ଦେଇଥିଲେ। ଏଣୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଜେଲ ବିଭାଗକୁ ଅସ୍ଥାୟୀ ରୂପେ ନିଜ ହାତକୁ ନେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ କେତେକ ବିଧାୟକ ସାଂସଦ ନିର୍ବାଚିତ ହୋଇଥିବାରୁ ମମତାଙ୍କୁ ମନ୍ତ୍ରୀମଣ୍ଡଳରେ ଏହି ପରିବର୍ତ୍ତନ କରିବାକୁ ପଡିଛି।  ଏହି ଅଦଳବଦଳରେ ମାନସ ଭୂଇଁୟାଙ୍କୁ ଜଳ ସେଚନ ଓ ଜଳ ମାର୍ଗ ବିଭାଗ ସହିତ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ଚନ୍ଦ୍ରିମା ଭଟ୍ଟଚାର୍ଯ୍ୟଙ୍କୁ ମଧ୍ୟ ଅତିରିକ୍ତ ଦାୟିତ୍ୱ ମିଳିଛି। ମମତା ବାନାର୍ଜୀ ରାଜ୍ୟର ମୁଖ୍ୟମନ୍ତ୍ରୀ ସାଙ୍ଗକୁ ପୋଲିସ ମନ୍ତ୍ରୀ ମଧ୍ୟ ଅଛନ୍ତି ସେ ପାହାଡ଼ ଓ ଗୃହ ବିଭାଗର ଦେଖରେଖ ମଧ୍ୟ କରନ୍ତି ଏହା ସହିତ ଅଖିଳ ଗିରିଙ୍କ ଜେଲ ବିଭାଗ ଦାୱିତ୍ୱ ମଧ୍ୟ ଗ୍ରହଣ କରିଛନ୍ତି। ପୂର୍ବରୁ ଚନ୍ଦ୍ରିମା ଭଟ୍ଟଚାର୍ଯ୍ୟ ଭୂମି ଓ ଭୂ-ସଂସ୍କାର ବିଭାଗ ଦାୟିତ୍ୱରେ ଥିଲେ ଏବେ ପରିବେଶ ବିଭାଗ ଦାୟିତ୍ୱ ମଧ୍ୟ ତାଙ୍କୁ ଦିଆଯାଇଛି। ଗୋଲାମ ରବ୍ବାନୀ ଯିଏ ପୂର୍ବରୁ ପରିବେଶ ମନ୍ତ୍ରୀ ଥିଲେ ତାଙ୍କୁ ଏବେ ବିଦ୍ୟୁତ ବିଭାଗ ଦାୟିତ୍ୱ ଦିଆଯାଇଛି। ମାନସ ଭୂଇଁୟା ତାଙ୍କର ଜଳ ସେଚନ ଓ ଜଳ ମାର୍ଗ ମନ୍ତ୍ରାଳୟ ସହିତ ଜଳ ସଂସାଧନ ବିକାଶ ମନ୍ତ୍

ପଶ୍ଚିମବଙ୍ଗ ମନ୍ତ୍ରୀମଣ୍ଡଳରେ ଅଦଳବଦଳ, କେତେକ ମନ୍ତ୍ରୀଙ୍କୁ ଦିଆଗଲା ଅତିରିକ୍ତ ଦାୟିତ୍ୱ

କୋଲକାତା : ପଶ୍ଚିମବଙ୍ଗ ମନ୍ତ୍ରୀମଣ୍ଡଳରେ ବୁଧବାର ବଡ଼ ଧରଣର ଅଦଳବଦଳ ହୋଇଛି। ଏଥିରେ ଅନେକ ମନ୍ତ୍ରୀଙ୍କ ଦାୟିତ୍ୱ ବଦଳିଥିବା ବେଳେ କେତେକ ମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି। ନିକଟରେ ମନ୍ତ୍ରୀ ଅଖିଳ ଗିରି ଇସ୍ତଫା ଦେଇଥିଲେ। ଏଣୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଜେଲ ବିଭାଗକୁ ଅସ୍ଥାୟୀ ରୂପେ ନିଜ ହାତକୁ ନେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ କେତେକ ବିଧାୟକ ସାଂସଦ ନିର୍ବାଚିତ ହୋଇଥିବାରୁ ମମତାଙ୍କୁ ମନ୍ତ୍ରୀମଣ୍ଡଳରେ ଏହି ପରିବର୍ତ୍ତନ କରିବାକୁ ପଡିଛି।  

ଏହି ଅଦଳବଦଳରେ ମାନସ ଭୂଇଁୟାଙ୍କୁ ଜଳ ସେଚନ ଓ ଜଳ ମାର୍ଗ ବିଭାଗ ସହିତ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ଚନ୍ଦ୍ରିମା ଭଟ୍ଟଚାର୍ଯ୍ୟଙ୍କୁ ମଧ୍ୟ ଅତିରିକ୍ତ ଦାୟିତ୍ୱ ମିଳିଛି। ମମତା ବାନାର୍ଜୀ ରାଜ୍ୟର ମୁଖ୍ୟମନ୍ତ୍ରୀ ସାଙ୍ଗକୁ ପୋଲିସ ମନ୍ତ୍ରୀ ମଧ୍ୟ ଅଛନ୍ତି ସେ ପାହାଡ଼ ଓ ଗୃହ ବିଭାଗର ଦେଖରେଖ ମଧ୍ୟ କରନ୍ତି ଏହା ସହିତ ଅଖିଳ ଗିରିଙ୍କ ଜେଲ ବିଭାଗ ଦାୱିତ୍ୱ ମଧ୍ୟ ଗ୍ରହଣ କରିଛନ୍ତି। ପୂର୍ବରୁ ଚନ୍ଦ୍ରିମା ଭଟ୍ଟଚାର୍ଯ୍ୟ ଭୂମି ଓ ଭୂ-ସଂସ୍କାର ବିଭାଗ ଦାୟିତ୍ୱରେ ଥିଲେ ଏବେ ପରିବେଶ ବିଭାଗ ଦାୟିତ୍ୱ ମଧ୍ୟ ତାଙ୍କୁ ଦିଆଯାଇଛି। 

ଗୋଲାମ ରବ୍ବାନୀ ଯିଏ ପୂର୍ବରୁ ପରିବେଶ ମନ୍ତ୍ରୀ ଥିଲେ ତାଙ୍କୁ ଏବେ ବିଦ୍ୟୁତ ବିଭାଗ ଦାୟିତ୍ୱ ଦିଆଯାଇଛି। ମାନସ ଭୂଇଁୟା ତାଙ୍କର ଜଳ ସେଚନ ଓ ଜଳ ମାର୍ଗ ମନ୍ତ୍ରାଳୟ ସହିତ ଜଳ ସଂସାଧନ ବିକାଶ ମନ୍ତ୍ରାଳୟ ଦାୟିତ୍ୱ ମଧ୍ୟ ତୁଲାଇବେ। କାରଣ ଏହି ବିଭାଗ ମନ୍ତ୍ରୀ ଥିବା ପାର୍ଥ ଭୌମିକ ସାଂସଦ ନିର୍ବାଚିତ ହୋଇଛନ୍ତି। ସେହିପରି ବାବୁଲ ସୁପ୍ରିଓଙ୍କୁ ସୂଚନା ଓ ପ୍ରଯୁକ୍ତି ବିଭାଗ ସହିତ ଔଦ୍ୟୋଗିକ ପୁନର୍ଗଠନ ବିଭାଗର ଅତିରିକ୍ତ ଦାୟିତ୍ୱ ଅର୍ପଣ କରାଯାଇଛି। 

ରାଜ୍ୟମନ୍ତ୍ରୀମଣ୍ଡଳରେ ହୋଇଥିବା ଏହି ଅଦଳବଦଳକୁ ରାଜ୍ୟପାଳ ଆନନ୍ଦ ବୋସ ମଧ୍ୟ ମଞ୍ଜୁରୀ ଦେଇଛନ୍ତି। ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଫାଇଲ ଜୁଲାଇ ୧୦ ତାରିଖରେ ରାଜଭବନ ଯାଇଥିଲା। ପାଖାପାଖି ମାସକ ପରେ ମଞ୍ଜୁରୀ ମିଳିବାରୁ ରାଜଭବନରୁ ଫାଇଲ ଫେରିଥିବା ବେଳେ ନବନ୍ନା ବୁଧବାର ଏକ ଅଧିସୂଚନା ଜାରି କରି ଏହି ଅଦଳବଦଳ ପୁଷ୍ଟି କରିଛି। ଏହି ଅଦଳବଦଳ ଆଗାମୀ ରାଜନୈତିକ ଆହ୍ୱାନ ପୂର୍ବରୁ ରାଜ୍ୟମନ୍ତ୍ରୀମଣ୍ଡଳ ଭିତରେ ରଣନୈତିକ ଆଡଜଷ୍ଟମେଣ୍ଟକୁ ଦର୍ଶାଉଛି।