ନିରାଶରୁ ରୋହିତଙ୍କ IPL 2025 ଆରମ୍ଭ, ଶୂନ୍ୟରେ ଆଉଟ୍ ହୋଇ ନିଜ ନାଁରେ କଲେ ଅଲୋଡା ରେକର୍ଡ
ଚେନ୍ନାଇ: ହିଟମ୍ୟାନ ନାମରେ ଖ୍ୟାତି ଅର୍ଜନ କରିଥିବା ରୋହିତ ଶର୍ମା ଆଇପିଏଲ୍ ୨୦୨୫ରେ ନିରାଶ ସହ ନିଜର ଅଭିଯାନ ଆରମ୍ଭ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ୧୮ତମ ସିଜିନରେ ନିଜର ପ୍ରଥମ ମ୍ୟାଚରେ ଶୂନ୍ୟରେ ଆଉଟ୍ ହୋଇଛନ୍ତି । ରବିବାର ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ଚାରୋଟି ବଲରେ ସମ୍ମୁଖୀନ ହୋଇ ରୋହିତ ବିନା ଖାତା ଖୋଲି ପାଭିଲିୟନ ଫେରିଥିଲେ । ସେ ଖଲିଲ ଅହମ୍ମଦଙ୍କ ବଲରେ ଆଉଟ୍ ହୋଇଥିଲେ । ଭାରତୀୟ ଦଳର ଅଧିନାୟକ ରୋହିତ ଆଇପିଏଲରେ ୧୮ତମ ଥର ଜିରୋରେ ଆଉଟ୍ ହୋଇଛନ୍ତି । ଏଥିସହ ସେ ଲଜ୍ଜାଜନକ କ୍ଲବରେ ଏଣ୍ଟ୍ରି ମାରିଛନ୍ତି । ଆଇପିଏଲରେ ଯୁଗ୍ମ ଭାବେ ସବୁଠୁ ଅଧିକ ଥର ଶୂନ୍ୟରେ ଆଉଟ୍ ହେବାର ଅଲୋଡା ରେକର୍ଡ କରିଛନ୍ତି ରୋହିତ ଶର୍ମା । ରୋହିତଙ୍କ ବ୍ୟତୀତ ଦିନେଶ କାର୍ତ୍ତିକ ଓ ଗ୍ଲେନ ମ୍ୟାକ୍ସୱେଲ ମଧ୍ୟ ଆଇପିଏଲରେ ସର୍ବାଧିକ ଥର ୧୮-୧୮ ଥର ଲେଖାଏଁ ଶୂନ୍ୟରେ ଆଉଟ୍ ହୋଇଥିଲେ । ତାଲିକାରେ ପୀୟୂଷ ଚାୱାଲା ଓ ସୁନିଲ ନାରିନେ ଯୁଗ୍ମ ଭାବେ ୧୬-୧୬ ଥର ଶୁନ୍ୟରେ ଆଉଟ୍ ହୋଇଛନ୍ତି । ତାଙ୍କ ପରେ ରଶିଦ ଖାନ(୧୫), ମନଦୀପ ସିଂ(୧୫), ମନୀଷ ପାଣ୍ଡେ(୧୪) ଓ ଅମ୍ବତି ରାୟୁଡୁ(୧୪) ରହିଛନ୍ତି ।Also read: ଡିସେମ୍ବର ୯ରେ ବାରବାଟୀରେ ମ୍ୟାଚ୍ ! ଓସିଏ କର୍ତ୍ତୃପକ୍ଷ କହିଲେ ବିସିସିଆଇ ପକ୍ଷରୁ ଆସିନି କୌଣସି ସୂଚନାମ୍ୟାଚରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥି
ଚେନ୍ନାଇ: ହିଟମ୍ୟାନ ନାମରେ ଖ୍ୟାତି ଅର୍ଜନ କରିଥିବା ରୋହିତ ଶର୍ମା ଆଇପିଏଲ୍ ୨୦୨୫ରେ ନିରାଶ ସହ ନିଜର ଅଭିଯାନ ଆରମ୍ଭ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ୧୮ତମ ସିଜିନରେ ନିଜର ପ୍ରଥମ ମ୍ୟାଚରେ ଶୂନ୍ୟରେ ଆଉଟ୍ ହୋଇଛନ୍ତି । ରବିବାର ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ଚାରୋଟି ବଲରେ ସମ୍ମୁଖୀନ ହୋଇ ରୋହିତ ବିନା ଖାତା ଖୋଲି ପାଭିଲିୟନ ଫେରିଥିଲେ । ସେ ଖଲିଲ ଅହମ୍ମଦଙ୍କ ବଲରେ ଆଉଟ୍ ହୋଇଥିଲେ ।
ଭାରତୀୟ ଦଳର ଅଧିନାୟକ ରୋହିତ ଆଇପିଏଲରେ ୧୮ତମ ଥର ଜିରୋରେ ଆଉଟ୍ ହୋଇଛନ୍ତି । ଏଥିସହ ସେ ଲଜ୍ଜାଜନକ କ୍ଲବରେ ଏଣ୍ଟ୍ରି ମାରିଛନ୍ତି । ଆଇପିଏଲରେ ଯୁଗ୍ମ ଭାବେ ସବୁଠୁ ଅଧିକ ଥର ଶୂନ୍ୟରେ ଆଉଟ୍ ହେବାର ଅଲୋଡା ରେକର୍ଡ କରିଛନ୍ତି ରୋହିତ ଶର୍ମା । ରୋହିତଙ୍କ ବ୍ୟତୀତ ଦିନେଶ କାର୍ତ୍ତିକ ଓ ଗ୍ଲେନ ମ୍ୟାକ୍ସୱେଲ ମଧ୍ୟ ଆଇପିଏଲରେ ସର୍ବାଧିକ ଥର ୧୮-୧୮ ଥର ଲେଖାଏଁ ଶୂନ୍ୟରେ ଆଉଟ୍ ହୋଇଥିଲେ । ତାଲିକାରେ ପୀୟୂଷ ଚାୱାଲା ଓ ସୁନିଲ ନାରିନେ ଯୁଗ୍ମ ଭାବେ ୧୬-୧୬ ଥର ଶୁନ୍ୟରେ ଆଉଟ୍ ହୋଇଛନ୍ତି । ତାଙ୍କ ପରେ ରଶିଦ ଖାନ(୧୫), ମନଦୀପ ସିଂ(୧୫), ମନୀଷ ପାଣ୍ଡେ(୧୪) ଓ ଅମ୍ବତି ରାୟୁଡୁ(୧୪) ରହିଛନ୍ତି ।
Also read: ଡିସେମ୍ବର ୯ରେ ବାରବାଟୀରେ ମ୍ୟାଚ୍ ! ଓସିଏ କର୍ତ୍ତୃପକ୍ଷ କହିଲେ ବିସିସିଆଇ ପକ୍ଷରୁ ଆସିନି କୌଣସି ସୂଚନା
ମ୍ୟାଚରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମୁମ୍ବାଇ ୯ ୱିକେଟ୍ ହରାଇ ୧୫୫ ରନ କରିଥିଲା । ମୁମ୍ବାଇ ପକ୍ଷରୁ ତିଳକ ବର୍ମା ୩୧ ରନ କରିଥିବା ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୨୯ ରନ, ଦୀପକ ଚହର ୨୮ ରନର ବହୁ ଉପଯୋଗୀ ରନ କରିଥିଲେ । ବୋଲିଂରେ ଚେନ୍ନାଇ ପକ୍ଷରୁ ନୁର ଅହମ୍ମଦ ୧୮ ରନ ଦେଇ ୪ଟି ସଫଳତା ପାଇଥିଲେ । ଖଲିଲ ଅହମ୍ମଦ ୩ଟି ୱିକେଟ୍ ନେଇଛନ୍ତି ।