ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଇସ୍ତଫା ଦେବାକୁ ରାଜି

କୋଲକତା: ଆନ୍ଦୋଳନ କରୁଥିବା ଜୁନିୟର ଡାକ୍ତରଙ୍କ ସହ ଲାଗି ରହିଥିବା ଅଚଳା ଅବସ୍ଥା ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ... The post ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଇସ୍ତଫା ଦେବାକୁ ରାଜି appeared first on .

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଇସ୍ତଫା ଦେବାକୁ ରାଜି

କୋଲକତା: ଆନ୍ଦୋଳନ କରୁଥିବା ଜୁନିୟର ଡାକ୍ତରଙ୍କ ସହ ଲାଗି ରହିଥିବା ଅଚଳା ଅବସ୍ଥା ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ନିଜ ପଦରୁ ଇସ୍ତଫା ଦେବାକୁ ରାଜି ଥିବା ସୂଚନା ଦେଇଛନ୍ତି। ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି।

ଆଜି ସେମାନଙ୍କ ସହ ମମତା ବାନାର୍ଜୀ ଆଲୋଚନା କରିବାର ଥିଲା। ମମତା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନା ପାଇଁ ୨ ଘଣ୍ଟା କାଳ ଅପେକ୍ଷା କରି ରହିଥିଲେ ମଧ୍ୟ ଆନ୍ଦୋଳନକାରୀ ଡାକ୍ତର ଆସି ନଥିଲେ। ଏହାକୁ ନେଇ ମମତା ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାପରେ ସେ ଲୋକଙ୍କ ସ୍ୱାର୍ଥ ପାଇଁ ଇସ୍ତଫା ଦେବାକୁ ରାଜି ଥିବା ଘୋଷଣା କରିଛନ୍ତି।

ମମତା କହିଛନ୍ତି, ଆମ ସରକାର ଅପମାନିତ ହୋଇଛନ୍ତି। ମୁଁ ମୁଖ୍ୟମନ୍ତ୍ରୀ ପଦ ଚାହେଁ ନାହିଁ। ମୁଁ ପୀଡ଼ିତା ପରିବାରକୁ ନ୍ୟାୟ ମିଳୁ ବୋଲି ଚାହୁଁଛି। ସାଧାରଣ ଲୋକ ହସ୍ପିଟାଲରେ ଚିକିତ୍ସିତ ହୋଇପାରନ୍ତୁ ବୋଲି ମୁଁ ଚାହୁଁଛି। ଅଧିକାଂଶ ଡାକ୍ତର ବୈଠକ ପାଇଁ ରାଜି ଥିବା ଅଛନ୍ତି। କିନ୍ତୁ କିଛି ଲୋକ କେବଳ ବିଭ୍ରାଟ ସୃଷ୍ଟି କରିବା ଲକ୍ଷ୍ୟରେ ଅଛନ୍ତି ବୋଲି କହିଛନ୍ତି ମମତା ବାନାର୍ଜୀ।

The post ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଇସ୍ତଫା ଦେବାକୁ ରାଜି appeared first on .