ପଶ୍ଚିମବଙ୍ଗର ଅବସ୍ଥା କଶ୍ମୀର ପରି ହେବ? ପ୍ରତିଦିନ ଆସୁଛନ୍ତି ୫-୧୦ ହଜାର ରୋହିଙ୍ଗ୍ୟା ମୁସଲମାନ…

କୋଲକାତା,୨୮।୭: କେବେ ନେମ୍‌ପ୍ଲେଟ୍‌ ତ କେବେ ପରଦା, ହିନ୍ଦୁ ମୁସଲମାନ ପ୍ରସଙ୍ଗକୁ ନେଇ ସାରା ଦେଶରେ ଏକ ପ୍ରକାର ବିବାଦ ଦେଖାଦେଇଛି। ତାଜା ବିବାଦ ପଶ୍ଚିମବଙ୍ଗରୁ ଆସିଛି। ବିଷ୍ଣୁପୁରରୁ ଭାଜପା ଏମ୍‌ପି ସୌମିତ୍ର ଖାନ୍‌ ରାଜ୍ୟରେ ପ୍ରତିଦିନ ରୋହିଙ୍ଗ୍ୟା ମୁସଲମାନଙ୍କ ଅନୁପ୍ରବେଶକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ପଶ୍ଚିମବଙ୍ଗକୁ ପ୍ରତ୍ୟେହ ୫ ରୁ ୧୦ ହଜାର ରୋହିଙ୍ଗ୍ୟା ଆସୁଛନ୍ତି। ଏହା ଦେଶ ପାଇଁ ବିପଦ। ଏପରିକି ରାଜ୍ୟରେ ହିନ୍ଦୁ ମାନଙ୍କ ଅବସ୍ଥା ୧୯୯୦ର କଶ୍ମୀର ଭଳି ହେବ […] The post ପଶ୍ଚିମବଙ୍ଗର ଅବସ୍ଥା କଶ୍ମୀର ପରି ହେବ? ପ୍ରତିଦିନ ଆସୁଛନ୍ତି ୫-୧୦ ହଜାର ରୋହିଙ୍ଗ୍ୟା ମୁସଲମାନ… appeared first on Dharitri Odia News.

ପଶ୍ଚିମବଙ୍ଗର ଅବସ୍ଥା କଶ୍ମୀର ପରି ହେବ? ପ୍ରତିଦିନ ଆସୁଛନ୍ତି ୫-୧୦ ହଜାର ରୋହିଙ୍ଗ୍ୟା ମୁସଲମାନ…

କୋଲକାତା,୨୮।୭: କେବେ ନେମ୍‌ପ୍ଲେଟ୍‌ ତ କେବେ ପରଦା, ହିନ୍ଦୁ ମୁସଲମାନ ପ୍ରସଙ୍ଗକୁ ନେଇ ସାରା ଦେଶରେ ଏକ ପ୍ରକାର ବିବାଦ ଦେଖାଦେଇଛି। ତାଜା ବିବାଦ ପଶ୍ଚିମବଙ୍ଗରୁ ଆସିଛି। ବିଷ୍ଣୁପୁରରୁ ଭାଜପା ଏମ୍‌ପି ସୌମିତ୍ର ଖାନ୍‌ ରାଜ୍ୟରେ ପ୍ରତିଦିନ ରୋହିଙ୍ଗ୍ୟା ମୁସଲମାନଙ୍କ ଅନୁପ୍ରବେଶକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ପଶ୍ଚିମବଙ୍ଗକୁ ପ୍ରତ୍ୟେହ ୫ ରୁ ୧୦ ହଜାର ରୋହିଙ୍ଗ୍ୟା ଆସୁଛନ୍ତି। ଏହା ଦେଶ ପାଇଁ ବିପଦ। ଏପରିକି ରାଜ୍ୟରେ ହିନ୍ଦୁ ମାନଙ୍କ ଅବସ୍ଥା ୧୯୯୦ର କଶ୍ମୀର ଭଳି ହେବ ବୋଲି ସେ ସଂସଦରେ କହିଛନ୍ତି।

କିଛି ଦିନ ପୂର୍ବେ ସଂସଦରେ ନିଶିକାନ୍ତ ଦୁବେ ମଧ୍ୟ ଗୃହରେ ଜନସଂଖ୍ୟା ପରିବର୍ତ୍ତନ ପ୍ରସଙ୍ଗ ଉଠାଇଥିଲେ। ଆସାମ ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟରେ ମୁସଲମାନ ଜନସଂଖ୍ୟା ବୃଦ୍ଧି ପାଉଥିବା କହିଥିଲେ। ଯଦି ଏହା ଜାରି ରୁହେ ତେବେ ଦିନେ ଆସାମ ମଧ୍ୟ ମୁସଲମାନ ସଂଖ୍ୟାଗରିଷ୍ଠ ରାଷ୍ଟ୍ରରେ ପରିଣତ ହେବ ବୋଲି ସେ କହିଥିଲେ। ହେଲେ ଏବେ ପଶ୍ଚିମବଙ୍ଗକୁ ନେଇ କରାଯାଉଥିବା ଦାବି ସତ ନା କେବଳ ରାଜନୈତିକପ୍ରସଙ୍ଗ ବୋଲି ପ୍ରଶ୍ନ ଉଠିଛି।

ସୌମିତ୍ର ଖାନ କହିଛନ୍ତି, ପଶ୍ଚିବମଙ୍ଗରେ ପ୍ରତିଦିନ ୫୦୦୦ ରୁ ୧୦୦୦୦ ରୋହିଙ୍ଗ୍ୟା ଆସୁଛନ୍ତି। ଏଠାକୁ ଆସିବା ପରେ ସେମାନେ ସାରା ଦେଶକୁ ଚାଲିଯାଉଛନ୍ତି। ଏହା ଦେଶ ପାଇଁ ବିପଦ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସମଗ୍ର ଭାରତକୁ ଧ୍ୱଂସ କରିଦେବେ। ରାଜ୍ୟର ମନ୍ତ୍ରୀମାନେ କହୁଛନ୍ତି ହିନ୍ଦୁମାନେ ଅବିଶ୍ୱାସୀ, ଆମେ ଅବିଶ୍ୱାସୀ କି? ସେହି ଲୋକମାନେ କହୁଛନ୍ତି ଯେ ଆମେ ସମସ୍ତଙ୍କୁ ବାହାର କରିଦେବା, ତେବେ ଆମେ ହିନ୍ଦୁମାନେ କେଉଁଠାକୁ ଯିବା? ୧୯୯୦ରେ କଶ୍ମୀରରେ ଯାହା ଘଟିଥିଲା ତାହା ପଶ୍ଚିମବଙ୍ଗରେ ଏବେ ହେବାକୁ ଯାଉଛି।

କହିରଖୁଛୁ, କିଛି ଦିନ ପୂର୍ବେ ମମତା କହିଥିଲେ ଯେ ବାଲାଂଦେଶକୁ ନେଇ କିଛି କହିପାରିବି ନାହିଁ, ଏହା ଜାତୀୟ ବିଷୟ। ଭାରତ ସରକାର ଏ ବିଷୟରେ କହିବେ, କିନ୍ତୁ ମୁଁ ନିଶ୍ଚିତ ଭାବେ କହିପାରେ ଯେ ଯଦି କୌଣସି ପୀଡ଼ିତ ବଙ୍ଗର ଦ୍ୱାରରେ ଠକ୍‌ ଠକ୍‌ କରନ୍ତି ତେବେ ଆମେ ନିଶ୍ଚିତ ସାହାର୍ଯ୍ୟ କରିବୁ।

The post ପଶ୍ଚିମବଙ୍ଗର ଅବସ୍ଥା କଶ୍ମୀର ପରି ହେବ? ପ୍ରତିଦିନ ଆସୁଛନ୍ତି ୫-୧୦ ହଜାର ରୋହିଙ୍ଗ୍ୟା ମୁସଲମାନ… appeared first on Dharitri Odia News.