ଫଳ ଚାଷୀଙ୍କ ଠାରୁ ଆରମ୍ଭ କରି ଶତାୟୁ ସ୍ୱାଧୀନତା ସଂଗ୍ରାମୀ, ପଦ୍ମ ପୁରସ୍କାର ପାଇବେ ଏହି ବିଶିଷ୍ଟ ବ୍ୟକ୍ତି

ନୂଆଦିଲ୍ଲୀ: ଆସନ୍ତାକାଲି ଜାନୁଆରୀ ୨୬ ତାରିଖ। ଦେଶ ପାଳିବ ୭୬ ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ସବୁ ପ୍ରସ୍ତୁତି ସରିଛି। ସାଧାରଣତନ୍ତ୍ର ଦିବସ ଅବସରରେ ଶନିବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏଥର ଦେଶର କୋଣ ଅନୁକୋଣରୁ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ମିଳିବ। ଏଥିରେ ଶତାୟୁ ସ୍ୱାଧୀନତା ସଂଗ୍ରାମୀଙ୍କ ସମେତ ନାଗାଲାଣ୍ଡ ନୋକ୍‌ଲାକ୍‌ର ଫଳ ଚାଷୀ ଏବଂ ପାରା ଅଲମ୍ପିଆନ ବି ରହିଛନ୍ତି।   ପଦ୍ମ ବିଜେତାଙ୍କ ମଧ୍ୟରେ ଜଣେ ଅଛନ୍ତି ହରିୟାଣା କୈଥଲର ପାରା-ତୀରନ୍ଦାଜ ହରବିନ୍ଦର ସିଂହ। ଯାହାଙ୍କୁ "କୈଥଲ ର ଏକଲବ୍ୟ" ବୋଲି ବି କୁହାଯାଏ।  ସେ ପ୍ରଥମ ଭାରତୀୟ ଭାବେ ୨୦୨୪ ପାରାଅଲିମ୍ପିକ୍ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିଲେ। ତାଙ୍କ ଏଥର ପଦ୍ମ ଶ୍ରୀ ସମ୍ମାନ ମିଳିବ।ସେହିପରି ଅନ୍ୟ ଜଣେ ହେଲେ ଗୋଆ ସ୍ୱାଧୀନତା ସଂଗ୍ରାମୀ ଲିବିଆ ଲୋବୋ ସରଦେଶାଇ। ସେ ୧୯୫୫ ମସିହାରେ ପର୍ତ୍ତୁଗୀଜ୍ ଶାସନ ବିରୁଦ୍ଧରେ ଲୋକମାନଙ୍କୁ ସଂଗଠିତ କରିବା ପାଇଁ ଏକ ଜଙ୍ଗଲ ଭିତରେ 'ଭୋଜ୍ ଦା ଲିବର୍ଡାଡେ' (ସ୍ୱାଧୀନତାର ସ୍ୱର) ନାମକ ଏକ ଭୂତଳ ରେଡିଓ ଷ୍ଟେସନ୍ ସହ-ପ୍ରତିଷ୍ଠାତା ଥିଲେ। ତାଙ୍କୁ ମଧ୍ୟ ପଦ୍ମଶ୍ରୀ ପ୍ରଦାନ କରାଯିବ।ପଦ୍ମ ଶ୍ରୀ ପାଇଁ ମନୋନୀତ ହୋଇଥିବା ଅନ୍ୟ ଜଣେ ହେଲେ ଦିଲ୍ଲୀର ସ୍ତ୍ରୀରୋଗ ବିଶେଷଜ୍ଞ ନୀରଜା ଭଟଲା। ତାଙ୍କର ଗର୍ଭାଶୟ କର୍କଟ ଚିହ୍ନଟ ଏବଂ ନିବାରଣରେ ବିଶେଷତା ରହିଛି।ସେହିପରି ବି

ଫଳ ଚାଷୀଙ୍କ ଠାରୁ ଆରମ୍ଭ କରି ଶତାୟୁ ସ୍ୱାଧୀନତା ସଂଗ୍ରାମୀ, ପଦ୍ମ ପୁରସ୍କାର ପାଇବେ ଏହି ବିଶିଷ୍ଟ ବ୍ୟକ୍ତି

ନୂଆଦିଲ୍ଲୀ: ଆସନ୍ତାକାଲି ଜାନୁଆରୀ ୨୬ ତାରିଖ। ଦେଶ ପାଳିବ ୭୬ ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ସବୁ ପ୍ରସ୍ତୁତି ସରିଛି। ସାଧାରଣତନ୍ତ୍ର ଦିବସ ଅବସରରେ ଶନିବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏଥର ଦେଶର କୋଣ ଅନୁକୋଣରୁ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ମିଳିବ। ଏଥିରେ ଶତାୟୁ ସ୍ୱାଧୀନତା ସଂଗ୍ରାମୀଙ୍କ ସମେତ ନାଗାଲାଣ୍ଡ ନୋକ୍‌ଲାକ୍‌ର ଫଳ ଚାଷୀ ଏବଂ ପାରା ଅଲମ୍ପିଆନ ବି ରହିଛନ୍ତି।   

ପଦ୍ମ ବିଜେତାଙ୍କ ମଧ୍ୟରେ ଜଣେ ଅଛନ୍ତି ହରିୟାଣା କୈଥଲର ପାରା-ତୀରନ୍ଦାଜ ହରବିନ୍ଦର ସିଂହ। ଯାହାଙ୍କୁ "କୈଥଲ ର ଏକଲବ୍ୟ" ବୋଲି ବି କୁହାଯାଏ।  ସେ ପ୍ରଥମ ଭାରତୀୟ ଭାବେ ୨୦୨୪ ପାରାଅଲିମ୍ପିକ୍ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିଲେ। ତାଙ୍କ ଏଥର ପଦ୍ମ ଶ୍ରୀ ସମ୍ମାନ ମିଳିବ।

ସେହିପରି ଅନ୍ୟ ଜଣେ ହେଲେ ଗୋଆ ସ୍ୱାଧୀନତା ସଂଗ୍ରାମୀ ଲିବିଆ ଲୋବୋ ସରଦେଶାଇ। ସେ ୧୯୫୫ ମସିହାରେ ପର୍ତ୍ତୁଗୀଜ୍ ଶାସନ ବିରୁଦ୍ଧରେ ଲୋକମାନଙ୍କୁ ସଂଗଠିତ କରିବା ପାଇଁ ଏକ ଜଙ୍ଗଲ ଭିତରେ 'ଭୋଜ୍ ଦା ଲିବର୍ଡାଡେ' (ସ୍ୱାଧୀନତାର ସ୍ୱର) ନାମକ ଏକ ଭୂତଳ ରେଡିଓ ଷ୍ଟେସନ୍ ସହ-ପ୍ରତିଷ୍ଠାତା ଥିଲେ। ତାଙ୍କୁ ମଧ୍ୟ ପଦ୍ମଶ୍ରୀ ପ୍ରଦାନ କରାଯିବ।

ପଦ୍ମ ଶ୍ରୀ ପାଇଁ ମନୋନୀତ ହୋଇଥିବା ଅନ୍ୟ ଜଣେ ହେଲେ ଦିଲ୍ଲୀର ସ୍ତ୍ରୀରୋଗ ବିଶେଷଜ୍ଞ ନୀରଜା ଭଟଲା। ତାଙ୍କର ଗର୍ଭାଶୟ କର୍କଟ ଚିହ୍ନଟ ଏବଂ ନିବାରଣରେ ବିଶେଷତା ରହିଛି।

ସେହିପରି ବିହାର ଭୋଜପୁରର ସମାଜସେବୀ ଭୀମ ସିଂହ ଭାବେଶଙ୍କୁ ପଦ୍ମ ପୁରସ୍କାର ମିଳିବ। ସେ ତାଙ୍କ ସଂସ୍ଥା, ନୟି ଆଶା ମାଧ୍ୟମରେ ଦୀର୍ଘ ୨୨ ବର୍ଷ ହେଲା ଉପେକ୍ଷିତ ମୁସାହର ସମ୍ପ୍ରଦାୟକୁ ସମର୍ଥନ କରି ଆସିଥିବାରୁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯିବ। ପାଞ୍ଚ ଦଶନ୍ଧିରୁ ଅଧିକ ଅଭିଜ୍ଞତା ସହିତ ଦକ୍ଷିଣ ଭାରତୀୟ ବାଦ୍ୟଯନ୍ତ୍ର ଥାଭିଲରେ ପ୍ରବୀଣତା ଯୋଗୁ ପି ଦାଚନାମୂର୍ତ୍ତିଙ୍କୁ ପଦ୍ମଶ୍ରୀ ସମ୍ମାନିତ କରାଯିବ।ନାଗାଲ୍ୟାଣ୍ଡର ନୋକଲାକର ଜଣେ ଫଳ ଚାଷୀ ଏଲ୍ ହାଙ୍ଗଥିଂଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନ ମିଳିବ। ସେ ୩୦ ବର୍ଷରୁ ଅଧିକ ସମୟ ହେବ ବିଦେଶୀ ଫଳ ଚାଷ କରି ସୁନାମ ଅର୍ଜନ କରିଛନ୍ତି।  

ପଦ୍ମଶ୍ରୀ ପାଇବାକୁ ଥିବା ଅନ୍ୟମାନେ ହେଲେ- 

ଜଗଦୀଶ ଜୋଶିଲା – ମଧ୍ୟ ପ୍ରଦେଶ ଖାରଗୋନର ନିମାଡି ଏବଂ ହିନ୍ଦୀ ଲେଖକ। ସେ ଗତ ୫ ଦଶନ୍ଧିରୁ ଅଧିକ ସମୟ ଧରି ସାହିତ୍ୟ ସହିତ ଜଡ଼ିତ ଅଛନ୍ତି।
ହ୍ୟୁ ଏବଂ କଲିନ୍ ଗାଣ୍ଟଜର – ଏହି ସ୍ୱାମୀ-ସ୍ତ୍ରୀ ଲେଖକ ଯୋଡ଼ିଙ୍କର ଗତ ୫ ଦଶନ୍ଧି ଧରି ଭାରତୀୟ ଭ୍ରମଣ ସାମ୍ବାଦିକତାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏଥିପାଇଁ ତାଙ୍କୁ ସମ୍ମାନିତ।
ଜୋନାସ୍ ମାସେଟ୍ଟି – ବ୍ରାଜିଲର ମେକାନିକାଲ୍ ଇଞ୍ଜିନିୟରରୁ ହିନ୍ଦୁ ଆଧ୍ୟତ୍ମିକ ଗୁରୁ ସାଜିଥିବା ଜୋନାସ ଭାରତୀୟ ଆଧ୍ୟାତ୍ମିକତା, ଦର୍ଶନ ଏବଂ ସଂସ୍କୃତିର ପ୍ରଚାର ପ୍ରସାର କରିବା ଦିଗରେ ତାଙ୍କର ଅବଦାନ ରହିଛି। 
ହରିମନ ଶର୍ମା - ବିଳାସପୁରର ଜଣେ ଆପଲ ଚାଷୀ। ଯିଏ କମ୍ ଥଣ୍ଡା ଅଞ୍ଚଳରେ ଚାଷ ହେଉଥିବା ଆପଲ ପ୍ରଜାତି 'HRMN 99' ବିକଶିତ କରିଛନ୍ତି। ଯାହା ସମୁଦ୍ର ପତ୍ତନରୁ ୧,୮୦୦ ଫୁଟ ଉଚ୍ଚତାରେ ବଢ଼ିଥାଏ। ଏପ୍ରକାର ଉଦ୍ଭାବନ ଭାରତ ପାଇଁ ନୂଆ।
ଶାଇଖା ଏ ଜେ ଅଲ୍ ସବା - କୁୱେତର ଯୋଗ ଅଭ୍ୟାସକାରୀ, ଯିଏ କୁୱେତର ପ୍ରଥମ ଲାଇସେନ୍ସପ୍ରାପ୍ତ ଯୋଗ ଷ୍ଟୁଡିଓ, ଦାରାତ୍ମା ପ୍ରତିଷ୍ଠା କରିଛନ୍ତି।
ନରେନ ଗୁରୁଙ୍ଗ - ଗ୍ୟାଙ୍ଗଟକର ବହୁମୁଖୀ ଲୋକ କଳାକାର ସିକ୍କିମିଜ୍ ନେପାଳୀ ଲୋକ ସଙ୍ଗୀତ ଏବଂ ନୃତ୍ୟ ପରମ୍ପରାକୁ ସଂରକ୍ଷଣ ଏବଂ ପ୍ରୋତ୍ସାହିତ କରିବା ଦିଗରେ ସେ ଦୀର୍ଘ ୬୦ ବର୍ଷ ହେଲା ଉତ୍ସର୍ଗିକୃତ ଭାବେ କାର୍ଯ୍ୟ କରୁଛନ୍ତି। 
ବେରୁ ସିଂହ ଚୌହାନ – ଜଣେ ପ୍ରଖ୍ୟାତ ନିର୍ଗୁଣ ଲୋକଗୀତ ଗାୟକ। ଯିଏ। ୫୦ ବର୍ଷ ହେବ ଭଜନ ସଙ୍ଗୀତ ପାଇଁ କାମ କରୁଛନ୍ତି। 

ଜୁମଦେ ୟୋମଗାମ୍ ଗାମଲିନ୍ - ସ୍ଥାନୀୟ ସମ୍ପ୍ରଦାୟର ଉନ୍ନତୀ କରଣ ପାଇଁ ଗତ ୩ ଦଶନ୍ଧି ଧରି ନିରନ୍ତର ଭାବରେ ସେ କାର୍ଯ୍ୟ କରିଛନ୍ତି। ତାଙ୍କର ଏହି ସମାଜ ସେବା ପାଇଁ ତାଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିବାକୁ ସରକାର ଘୋଷଣା କରିଛନ୍ତି।