ପଶ୍ଚିମବଙ୍ଗରୁ ବାଂଲାଦେଶ ପଠାଯାଉଥିଲା ଚୋରି ମୋବାଇଲ: ୫ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଧରିଲା ପୋଲିସ
ଜୟପୁର,୧୨।୯(ପବନ ପାଣିଗ୍ରାହୀ): ଆନ୍ତଃରାଜ୍ୟ ର଼୍ୟାକେଟ୍ର ୫ ମୋବାଇଲ ଫୋନ୍ ଲୁଟେରାକୁ ଜୟପୁର ଟାଉନ ପୋଲିସ ଗୁରୁବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାଡଖଣ୍ଡର ବିଶାଳ କୁମାର ମହତ(୨୨), ହରି କୁମାର ମହ (୩୦) ଉତ୍ତମ ତୁରି (୨୨)। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ୨ଜଣ ନାବାଳକ ରହିଥିବା ଜୟପୁର ଏସ୍ଡିପିଓଙ୍କ କାଯ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏସ୍ଡିପିଓ ଅଙ୍କିତ କୁମାର ବର୍ମା ସୂଚନା ଦେଇଛନ୍ତି। ଗତ ୬ ଓ ୭ ତାରିଖରେ ଜୟପୁର ଦୈନିକ […] The post ପଶ୍ଚିମବଙ୍ଗରୁ ବାଂଲାଦେଶ ପଠାଯାଉଥିଲା ଚୋରି ମୋବାଇଲ: ୫ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଧରିଲା ପୋଲିସ appeared first on Dharitri Odia News.
ଜୟପୁର,୧୨।୯(ପବନ ପାଣିଗ୍ରାହୀ): ଆନ୍ତଃରାଜ୍ୟ ର଼୍ୟାକେଟ୍ର ୫ ମୋବାଇଲ ଫୋନ୍ ଲୁଟେରାକୁ ଜୟପୁର ଟାଉନ ପୋଲିସ ଗୁରୁବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାଡଖଣ୍ଡର ବିଶାଳ କୁମାର ମହତ(୨୨), ହରି କୁମାର ମହ (୩୦) ଉତ୍ତମ ତୁରି (୨୨)। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ୨ଜଣ ନାବାଳକ ରହିଥିବା ଜୟପୁର ଏସ୍ଡିପିଓଙ୍କ କାଯ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏସ୍ଡିପିଓ ଅଙ୍କିତ କୁମାର ବର୍ମା ସୂଚନା ଦେଇଛନ୍ତି।
ଗତ ୬ ଓ ୭ ତାରିଖରେ ଜୟପୁର ଦୈନିକ ବଜାରରୁ ୧୨ଟି ମୋବାଇଲ ଫୋନ୍ ଚୋରି ହୋଇଥିଲା। ଏନେଇ ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଲାଗିଥିବା ସିସି ଟିଭି ଫୁଟଜ୍ ଯାଞ୍ଚ କରିବା ସହ ସ୍ଥାନୀୟ ଲୋକଙ୍କ ତଥ୍ୟ ଆଧାରରେ ତଦନ୍ତ ଆରମ୍ଭ କରିଥିଲା ।
ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ୍ ଏସ୍ଆଇ ସିଦ୍ଧାନ୍ତ ବେହେରାଙ୍କ ନେତୃତ୍ୱରେ ଲୁଟେରାଙ୍କୁ ଧରିବା ପାଇ ଝାରସୁଗୁଡାକୁ ଯାଇଥିଲା। ସେଠାରେ ବିଭିନ୍ନ ସ୍ଥାନରେ ଚଢାଉ କରି ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୫ଜଣକୁ କାବୁ କରିଥିଲା। ସେମାନଙ୍କ ନିକଟରୁ ୫୦ଟି ଚୋରି ମୋବାଇଲ ଫୋନ୍ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଜୟପୁର ଅଣାଯାଇ ଅଧିକ ତଦନ୍ତ କରାଯାଇଥିଲା। ସେମାନେ ଜୟପୁର ଆସି ଏକ ହୋଟେଲରେ ରହିଥିଲେ। ଏଠାରେ ଲୁଟ କରି ପୁଣି ଝାରୁସୁଗୁଡା ଫେରିଥିଲେ। ମୋବାଇଲ ଚୋରି କରି ସେମାନେ ପଶ୍ଚିମବଙ୍ଗର ଜଣେ ଲୋକଙ୍କୁ ବିକ୍ରି କରୁଥିବା ଜଣାପଡିଛି।
ପଶ୍ଚିମବଙ୍ଗର କ୍ରେତା ଉକ୍ତ ମୋବାଇଲକୁ ବାଂଲାଦେଶକୁ ପଠାଉଥିବା ସୂଚନା ମିଳିଛି। ୩ ଅଭିଯୁକ୍ତଙ୍କୁ ସଂଘବଦ୍ଧ ଚୋରି ଦଫାରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ୨ ଜଣକୁ ଜୁଭେଲାଇନ ଜଷ୍ଟିସବୋର୍ଡଙ୍କ ନିକଟରେ ହଜାର କରାଯାଇଛି । ୫୦ଟି ମୋବାଇଲରୁ ୧୨ଟି ମୋବାଇଲ ଫୋନ୍କୁ ମାଲିକଙ୍କ ମାଲିକାନା ଯାଞ୍ଚ କରି ହସ୍ତାନ୍ତର କରାଯାଇଛି । ଅନ୍ୟ ମୋବାଇଲ ସବୁ ଯାଞ୍ଚ କରାଯାଇ ମାଲିକକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଖବରଦାତା ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ରମଣି ରଞ୍ଜନ ଦଳେଇ, ଏସ୍ଆଇ ସିଦ୍ଧାନ୍ତ ବେହରା ପ୍ରମୁଖ ଉପସ୍ଥିତ ରହିଥିଲେ ।
The post ପଶ୍ଚିମବଙ୍ଗରୁ ବାଂଲାଦେଶ ପଠାଯାଉଥିଲା ଚୋରି ମୋବାଇଲ: ୫ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଧରିଲା ପୋଲିସ appeared first on Dharitri Odia News.