ପଶ୍ଚିମବଙ୍ଗରେ ସାଧୁଙ୍କୁ ମାଡ଼ ମାରିବା ଘଟଣାରେ ୧୨ ଗିରଫ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ କିଛି ସାଧୁଙ୍କୁ ପିଲା ଚୋର ସନ୍ଦେହରେ ମାଡ଼ ମାରିବା ଘଟଣା ରାଜନୀତିକ ରୂପ ନେଇଛି। ପଶ୍ଚିମବଙ୍ଗର ପୁରୂଲିଆରୁ... The post ପଶ୍ଚିମବଙ୍ଗରେ ସାଧୁଙ୍କୁ ମାଡ଼ ମାରିବା ଘଟଣାରେ ୧୨ ଗିରଫ appeared first on .

ପଶ୍ଚିମବଙ୍ଗରେ ସାଧୁଙ୍କୁ ମାଡ଼ ମାରିବା ଘଟଣାରେ ୧୨ ଗିରଫ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ କିଛି ସାଧୁଙ୍କୁ ପିଲା ଚୋର ସନ୍ଦେହରେ ମାଡ଼ ମାରିବା ଘଟଣା ରାଜନୀତିକ ରୂପ ନେଇଛି। ପଶ୍ଚିମବଙ୍ଗର ପୁରୂଲିଆରୁ ଆସିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ କିଛି ସାଧୁଙ୍କୁ ମାଡ଼ ମାରୁଥିବାର ଦେଖିବାକୁ ମିଳୁଛି। କିଛି ବ୍ୟକ୍ତି ସାଧୁମାନଙ୍କ କେଶ ଟଣାଟଣି କରୁଥିବାର ଅଭିଯୋଗ ମଧ୍ୟ ହୋଇଛି।  କୁହାଯାଉଛି ଯେ କିଛି ସାଧୁ ମକର ସଂକ୍ରାନ୍ତି ପାଇଁ ଗଙ୍ଗାସାଗର ବୁଡ଼ ପକାଇବାକୁ ଆସୁଥିଲେ। କିନ୍ତୁ ରାସ୍ତା ଜାଣିନପାରିବାରୁ କିଛି ଲୋକଙ୍କୁ ରାସ୍ତା ପଚାରି ଥିଲେ। ସାଧୁଙ୍କ ବେଶଭୂଷା ଦେଖି ପିଲା ଚୋରି ବୋଲି ଭାବିନେଇଥିଲେ ଲୋକମାନେ। ଯାହାପରେ କିଛି ଲୋକ ସଂଘବଦ୍ଧ ଭାବେ ସାଧୁମାନଙ୍କୁ ଆକ୍ରମଣ କରିଥିଲେ।

କେବଳ ଏତିକି ନୁହେଁ, ଯେତେବେଳେ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ସାଧୁମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା। ସେହି ସମୟରେ ମଧ୍ୟ କିଛି ଅଭିଯୁକ୍ତ ମାଡ ମାରିବାକୁ ପଛାଇନଥିଲେ।

ଗୋଟିଏ ପଟେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ବହୁ ଦୂରଦୂରାନ୍ତରୁ ସାଧୁ ସନ୍ଥ ଅଯୋଧ୍ୟାକୁ ଆସୁଥିବା ବେଳେ ପଶ୍ଚିମବଙ୍ଗ ପୁରଲିଆରେ ଏଭଳି ଘଟଣାକୁ ନେଇ ସାଧୁ ସନ୍ଥଙ୍କ ଗହଣରେ ଅସନ୍ତୋଷ ଦେଖାଦେଇଛି। ତେବେ ଭାଇରାଲ ଭିଡିଓ ଆଧାରରେ ପୋଲିସ୍‌ ୧୨ ଜଣଙ୍କୁ ଗିରଫ କରିଛି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ବିଜେପି କ୍ଷମତାସୀନ ଟିଏମସିକୁ ଟାର୍ଗେଟ କରିଛି।

 

The post ପଶ୍ଚିମବଙ୍ଗରେ ସାଧୁଙ୍କୁ ମାଡ଼ ମାରିବା ଘଟଣାରେ ୧୨ ଗିରଫ appeared first on .