ପଶ୍ଚିମବାଙ୍କୀ କୃଷକ ପରିଷଦ ସଭାପତିଙ୍କ ମୃତ୍ୟୁ

କଳାପଥର(ବାଙ୍କୀ ): ବୈଦେଶ୍ୱର ପଂଚାୟତ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ଶିକ୍ଷାବିତ ତଥା ପଶ୍ଚିମବାଙ୍କୀ କୃଷକ ପରିଷଦ ସଭାପତି ତ୍ରିଲୋଚନ ମଲ୍ଲିକଙ୍କ ମୃତ୍ୟୁ ଘଟିଛି। ସେ ବିଭିନ୍ନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ୟ୍ୟ ନିର୍ବାହ କରି ଅବସର ନେବା ପରେ ଅଂଚଳର କୃଷକଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡିଥିଲେ। ସେ ପଶ୍ଚିମବାଙ୍କୀ କୃଷକ ପରିଷଦ ସଭାପତି ପଦ ଅଳଙ୍କୃତ କରି ଅଂଚଳରେ ମହାନଦୀରୁ ଚାଷ ଜମି ପାଇଁ ଜଳସେଚନ, ମେଗା ପାନୀୟଜଲ ପାଇଁ ଦାବୀ […]

ପଶ୍ଚିମବାଙ୍କୀ କୃଷକ ପରିଷଦ ସଭାପତିଙ୍କ ମୃତ୍ୟୁ

କଳାପଥର(ବାଙ୍କୀ ): ବୈଦେଶ୍ୱର ପଂଚାୟତ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ଶିକ୍ଷାବିତ ତଥା ପଶ୍ଚିମବାଙ୍କୀ କୃଷକ ପରିଷଦ ସଭାପତି ତ୍ରିଲୋଚନ ମଲ୍ଲିକଙ୍କ ମୃତ୍ୟୁ ଘଟିଛି। ସେ ବିଭିନ୍ନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ୟ୍ୟ ନିର୍ବାହ କରି ଅବସର ନେବା ପରେ ଅଂଚଳର କୃଷକଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡିଥିଲେ। ସେ ପଶ୍ଚିମବାଙ୍କୀ କୃଷକ ପରିଷଦ ସଭାପତି ପଦ ଅଳଙ୍କୃତ କରି ଅଂଚଳରେ ମହାନଦୀରୁ ଚାଷ ଜମି ପାଇଁ ଜଳସେଚନ, ମେଗା ପାନୀୟଜଲ ପାଇଁ ଦାବୀ କରି ଆସୁଥିବା ବେଳେ ବର୍ତ୍ତମାନ କାର୍ଯ୍ୟ ଆରମ୍ଭ ହୋଇଛି। ସେ ୩ମାସ ହେବ ରୋଗ ଶଯ୍ୟାରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କ ପୁଅର ଭୁବନେଶ୍ୱରସ୍ଥିତ ବାସଭବନରେ ମୃତ୍ୟୁ ବରଣ କରିଛନ୍ତି। ଖବରପାଇ ବାଙ୍କୀର ଶିକ୍ଷାବିତ୍‌‌, କୃଷକ, ନେତା, ସମାଜସେବୀ ସ୍ଵର୍ଗତ ମଲ୍ଲିକଙ୍କ ଶେଷ ଦର୍ଶନ କରି ଫେରିଛନ୍ତି। ତାଙ୍କ ବିୟୋଗରେ ପୂର୍ବତନ ଚେୟାରମ୍ୟାନ, ଆଇନଜୀବୀ ପ୍ରଦୀପ ପଟ୍ଟନାୟକ ଦୁଃଖପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ବାଙ୍କୀ ନିର୍ବାଚନ ମଣ୍ଡଳୀ ସମେତ ପଶ୍ଚିମ ବାଙ୍କୀ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି।