ହୋଲିରେ କଂଗ୍ରେସକୁ ଝଟ୍କା
ଗୁଆହାଟି,୨୫।୩: ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ କ୍ରମାଗତ ଭାବେ ଝଟକା ଲାଗି ଚାଲିଛି। ଏହି ସମୟରେ ଆସାମରେ କଂଗ୍ରେସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। କଂଗ୍ରେସ ବିଧାୟକ ଭରତ ଚନ୍ଦ୍ର ନାରା ମଧ୍ୟ ଦଳ ଛାଡିଛନ୍ତି। କୁହାଯାଇଛି ଯେ ସେ ଭାଜପାରେ ଯୋଗ ଦେଇପାରନ୍ତି। ସୂଚନାଯୋଗ୍ୟ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦାବି କରିଛନ୍ତି ଯେ ଆସାମ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭୁପେନ କୁମାର ବୋରା ଏବଂ ଭାରତ ନାରା […] The post ହୋଲିରେ କଂଗ୍ରେସକୁ ଝଟ୍କା appeared first on Dharitri Odia News.
ଗୁଆହାଟି,୨୫।୩: ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ କ୍ରମାଗତ ଭାବେ ଝଟକା ଲାଗି ଚାଲିଛି। ଏହି ସମୟରେ ଆସାମରେ କଂଗ୍ରେସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। କଂଗ୍ରେସ ବିଧାୟକ ଭରତ ଚନ୍ଦ୍ର ନାରା ମଧ୍ୟ ଦଳ ଛାଡିଛନ୍ତି। କୁହାଯାଇଛି ଯେ ସେ ଭାଜପାରେ ଯୋଗ ଦେଇପାରନ୍ତି।
ସୂଚନାଯୋଗ୍ୟ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦାବି କରିଛନ୍ତି ଯେ ଆସାମ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭୁପେନ କୁମାର ବୋରା ଏବଂ ଭାରତ ନାରା ଭାଜପାରେ ଯୋଗ ଦେଇପାରନ୍ତି। ସେ କହିଥିଲେ ଯେ ଯଦି କଂଗ୍ରେସ ବିଧାୟକ ଭାରତ ନାରା ଦଳରୁ ଇସ୍ତଫା ଦିଅନ୍ତି, ତେବେ ସେ ଭାଜପାରେ ଯୋଗ ଦେଇ ପାରିବେ।
ସୂଚନାନୁସାରେ, ଆସାମର ୧୪ଟି ଲୋକ ସଭା ଆସନ ପାଇଁ ନିର୍ବାଚନ ତିନିଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟରେ ୧୯ ଏପ୍ରିଲରେ, ଦ୍ୱିତୀୟ ପର୍ଯ୍ୟାୟରେ ୨୬ଏପ୍ରିଲରେ ଏବଂ ତୃତୀୟ ପର୍ଯ୍ୟାୟରେ ୭ମେ’ରେ ଭୋଟିଂ ଅନୁଷ୍ଠିତ ହେବ। ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ୫ଟି ଲୋକ ସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ଏହା ବ୍ୟତୀତ ତୃତୀୟ ପର୍ଯ୍ୟାୟରେ ଚାରୋଟି ଆସନରେ ଭୋଟ ଗ୍ରହଣ କରାଯିବ।
The post ହୋଲିରେ କଂଗ୍ରେସକୁ ଝଟ୍କା appeared first on Dharitri Odia News.