ପହଣ୍ଡି ଅଘଟଣକୁ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ଇତିହାସରେ କେବେ…

ଭୁବନେଶ୍ୱର,୧୧।୭: ପହଣ୍ଡି ଅଘଟଣକୁ ଦୁଃଖଦ କହିଲେ କଟକ ଏମ୍‌ପି ଭର୍ତ୍ତୃହରି ମହତାବ। ଭର୍ତ୍ତୃହରି କହିଛନ୍ତି, ଘଟଣାକୁ ହାଲୁକା ଭାବେ ନେବା ଉଚିତ୍‌ ନୁହେଁ, ଏହା ଅତ୍ୟନ୍ତ ଦୁଃଖଦାୟକ। ଏଭଳି ଘଟଣା ଇତିହାସରେ କେବେ ଦେଖି ନଥିଲୁ। ରଥରେ ଏତେ ଲୋକ କାହିଁକି ଚଢ଼ିଥିଲେ। ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। ରଥରେ କେଉଁମାନେ ଚଢ଼ିପାରିବେ, ସ୍ବତନ୍ତ୍ର ବ୍ୟବସ୍ଥା ଅଛି। କାହିଁକି ଏହା କାର୍ଯ୍ୟକାରୀ ହେଲାନି ବୋଲି ଭର୍ତ୍ତୃହରି ପ୍ରଶ୍ନ କରିଛନ୍ତି। ଶ୍ରୀକ୍ଷେତ୍ରରେ ଆଡ଼ପ ପହଣ୍ଡି ବେଳେ […] The post ପହଣ୍ଡି ଅଘଟଣକୁ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ଇତିହାସରେ କେବେ… appeared first on Dharitri Odia News.

ପହଣ୍ଡି ଅଘଟଣକୁ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ଇତିହାସରେ କେବେ…

ଭୁବନେଶ୍ୱର,୧୧।୭: ପହଣ୍ଡି ଅଘଟଣକୁ ଦୁଃଖଦ କହିଲେ କଟକ ଏମ୍‌ପି ଭର୍ତ୍ତୃହରି ମହତାବ। ଭର୍ତ୍ତୃହରି କହିଛନ୍ତି, ଘଟଣାକୁ ହାଲୁକା ଭାବେ ନେବା ଉଚିତ୍‌ ନୁହେଁ, ଏହା ଅତ୍ୟନ୍ତ ଦୁଃଖଦାୟକ। ଏଭଳି ଘଟଣା ଇତିହାସରେ କେବେ ଦେଖି ନଥିଲୁ। ରଥରେ ଏତେ ଲୋକ କାହିଁକି ଚଢ଼ିଥିଲେ। ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। ରଥରେ କେଉଁମାନେ ଚଢ଼ିପାରିବେ, ସ୍ବତନ୍ତ୍ର ବ୍ୟବସ୍ଥା ଅଛି। କାହିଁକି ଏହା କାର୍ଯ୍ୟକାରୀ ହେଲାନି ବୋଲି ଭର୍ତ୍ତୃହରି ପ୍ରଶ୍ନ କରିଛନ୍ତି।

ଶ୍ରୀକ୍ଷେତ୍ରରେ ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁର ବଳଭଦ୍ର ଖସି ପଡିଥିଲେ। ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ଦୁଃଖ ପ୍ରକାଶ କରୁଛନ୍ତି। ଏଥିସହ ପ୍ରଶାସନର ଅବହେଳା ଯୋଗୁ ଏଭଳି ଘଟିଥିବା ସାଧାରଣ ଲୋକେ ଦାବି କରୁଛନ୍ତି।

The post ପହଣ୍ଡି ଅଘଟଣକୁ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ଇତିହାସରେ କେବେ… appeared first on Dharitri Odia News.