ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର

ଚାରମାଳ ଉପରେ ହାମୁଡେଇ ପଡ଼ିଲେ ବଡ଼ ଠାକୁର। ପହଣ୍ଡିରେ ସାମିଲ ହୋଇଥିବା ୫ ସେବାୟତ ଆହତ ହୋଇଥିବା ନେଇ ସୂଚନା ମିଳିଛି।

ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର

ପହଣ୍ତି ବେଳେ ଆଘଟଣ। ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ଚାରମାଳ ଉପରେ ହାମୁଡେଇ ପଡ଼ିଲେ ବଡ଼ ଠାକୁର। ପହଣ୍ଡିରେ ସାମିଲ ହୋଇଥିବା ୫ ସେବାୟତ ଆହତ ହୋଇଥିବା ନେଇ ସୂଚନା ମିଳିଛି। ଆହତ ସେବାୟତଙ୍କୁ ଆମ୍ବୁଲାନ୍ସରେ ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି।

ଆଜି ଶ୍ରୀଜିଉଙ୍କ ଆଡ଼ପ ବିଜେ। ରଥରୁ ଓହ୍ଲାଇ ଗୁଣ୍ଡିଚା ମନ୍ଦିର ଯିବେ ତିନି ଠାକୁର। ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂରତୀ। ସନ୍ଧ୍ୟାଧୂପ ପରେ ଗୋଟି ପହଣ୍ଡିରେ ଯିବେ ଭାଇ-ଭଉଣୀ। ଆସନ୍ତାକାଲିଠୁ ଶ୍ରଦ୍ଧାଳୁଙ୍କୁ ମିଳିବ ଆଡ଼ପ ଅବଢ଼ା।

ଅନ୍ୟପଟେ ପହଣ୍ଡି ବେଳେ ଅଘଟଣକୁ ନେଇ ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ଆଇନ ମନ୍ତ୍ରୀଙ୍କୁ ପୁରୀ ଯାଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଲେ । ଆହତ ସେବାୟତଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କଲେ ।

 

ସେପଟେ ରତ୍ନଭଣ୍ଡାର ଉତ୍କଣ୍ଠାର ଘଟିବ ଅବସାନ। ଏଇ ୧୪ ତାରିଖ, ବାହୁଡ଼ା ଯାତ୍ରାର ଠିକ୍ ପୂର୍ବଦିନ। ଖୋଲିପାରେ ମହାପ୍ରଭୁ ଜଗନ୍ନାଥଙ୍କ ଅଳଙ୍କାର ଘର। ଆଜି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି- ୧୪ରେ ଭଣ୍ଡାର ଘର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଆଶା କରୁଛୁ ଶୀଘ୍ର ଅନୁମତି ମିଳିବ। ସେଇ ୧୪ ତାରିଖ ଦିନ ହିଁ କମିଟି ଆଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରତ୍ନଭଣ୍ଡାର ଚାବି ଉପସ୍ଥାପନ କରିବେ। ତେବେ ସେ ଚାବି କାମ କରୁ କି ନକରୁ, ରତ୍ନଭଣ୍ଡାର କିନ୍ତୁ ନିଶ୍ଚିତ ଖୋଲାଯିବ।

ଜଷ୍ଟିସ୍ ରଥ ଆହୁରି ମଧ୍ୟ କହିଛନ୍ତି- ରତ୍ନଭଣ୍ଡାରରୁ ଗହଣା ଅନ୍ୟତ୍ର ରଖିବା ପାଇଁ ପରିଚାଳନା କମିଟି ମନ୍ଦିର ଭିତରେ ଅସ୍ଥାୟୀ ରତ୍ନଭଣ୍ଡାର ସ୍ଥାନ ଚିହ୍ନଟ କରିଛନ୍ତି। ସେଠି ଠାକୁରଙ୍କ ଗହଣା ସିଡ୍ୟୁଲ ଅନୁସାରେ ରଖାଯିବ। ଆଉ ଏକ ବଡ଼ ସୂଚନା ଦେଇ ଜଷ୍ଟିସ୍ ରଥ କହିଛନ୍ତି- ରତ୍ନଭଣ୍ଡାର ଖୋଲିବା ବେଳେ କିନ୍ତୁ ଭକ୍ତଙ୍କ ଦର୍ଶନ ବନ୍ଦ ହେବନି। ହୁଏତ ଭକ୍ତମାନଙ୍କୁ ସାମାନ୍ୟ ଦୂରରୁ ଦର୍ଶନ କରିବାକୁ ପଡ଼ିପାରେ, ତେଣୁ ସେଥିପାଇଁ ଶ୍ରଦ୍ଧାଳୁଙ୍କ ସହଯୋଗ ଲୋଡ଼ାଯାଇଛି।