ପହଲଗାମ ବର୍ବୋରଚିତ ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ନିନ୍ଦା

ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ପହଲଗାମଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ଦିନ୍ଦା କରାଯାଇଛି। ଏଥିସହିତ ଗୁରୁବାର ମଧ୍ୟାହ୍ନରେ ଏକ ଶୋକସଭା ଅନୁଷ୍ଠିତ ହୋଇଛି। ଓକିଲ ସଂଘ ସଭାପତି ହୃଦୟ ରଞ୍ଜନ ମେକାପଙ୍କ ସଂଯୋଜନାରେ ଆୟୋଜିତ ସଭାରେ ପୂର୍ବତନ ସଭାପତି ହରପ୍ରସାଦ ରଥ ଅଧ୍ୟକ୍ଷତା କରିଥିଲେ। ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ଶହୀଦ ହୋଇଛନ୍ତି। ଏଥିସହ ଅନେକ ଆହତ ହୋଇ ଏବେ ବି ମେଡିକାଲରେ ଚିକିତ୍ସିତ […] The post ପହଲଗାମ ବର୍ବୋରଚିତ ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ନିନ୍ଦା appeared first on Dharitri Odia News.

ପହଲଗାମ ବର୍ବୋରଚିତ ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ନିନ୍ଦା

ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ପହଲଗାମଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ଦିନ୍ଦା କରାଯାଇଛି। ଏଥିସହିତ ଗୁରୁବାର ମଧ୍ୟାହ୍ନରେ ଏକ ଶୋକସଭା ଅନୁଷ୍ଠିତ ହୋଇଛି। ଓକିଲ ସଂଘ ସଭାପତି ହୃଦୟ ରଞ୍ଜନ ମେକାପଙ୍କ ସଂଯୋଜନାରେ ଆୟୋଜିତ ସଭାରେ ପୂର୍ବତନ ସଭାପତି ହରପ୍ରସାଦ ରଥ ଅଧ୍ୟକ୍ଷତା କରିଥିଲେ। ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ଶହୀଦ ହୋଇଛନ୍ତି। ଏଥିସହ ଅନେକ ଆହତ ହୋଇ ଏବେ ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଶହୀଦମାନଙ୍କ ସ୍ମୃତିରେ ଓକିଲ ସଂଘର ସଦସ୍ୟ ବୃନ୍ଦ ଗଭୀର ଶୋକ ପ୍ରକଟ କରିବା ସହ ଆତଙ୍କୀଙ୍କ ବର୍ବରୋଚିତ ଆକ୍ରମଣକୁ ତୀବ୍ର ନିନ୍ଦା କରିଥିଲେ। ପରେ ସଂଘ ପକ୍ଷରୁ ଅନୁଷ୍ଠିତ ଆଲୋଚନା ସଭାରେ ଆସନ୍ତା ୨୮ ତାରିଖରେ ଆଇନଜୀବୀ ଦିବସ ପାଳନ କରାଯିବା ସହ ସଂଘ କାର୍ଯ୍ୟାଳୟରେ ନୂତନ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କିତ ଆଲୋଚନା ଚକ୍ର କରାଯିବା ନିମନ୍ତେ ପ୍ରସ୍ତାବ ଗୃହୀତ କରାଯାଇଥିଲା। ଶେଷରେ ଖାଲି ପଡ଼ିଥିବା ସଂଘର କୋଷାଧ୍ୟକ୍ଷ ପଦବୀ ନିମନ୍ତେ ଆଇନଜୀବୀ ସୀମାଞ୍ଚଳ ପ୍ରଧାନଙ୍କୁ ସର୍ବ ସମ୍ମତ ଭାବେ ମନୋନୀତ କରାଯାଇଥିଲା। ସଂଘର ଉପସଭାପତି ସନ୍ତୋଷ କୁମାର ସାହୁ,ସମ୍ପାଦକ ପ୍ରଦୀପ କୁମାର ନାୟକ,ସହ ସମ୍ପାଦକ ରବିଚନ୍ଦ୍ର ଗୌଡ଼, ଆଇନଜୀବୀ ଚନ୍ଦ୍ରଧଜ ସିଂହ, ପରେଶ ଚନ୍ଦ୍ର ରଥ, କୁରେଶୁ ପଣ୍ଡା, ମନୋରଞ୍ଜନ ପଣ୍ଡା,ବିଜୟ କୁମାର ପ୍ରଧାନ,ରାଜେନ୍ଦ୍ର କୁମାର ତ୍ରିପାଠୀ,କିଶୋର ଚନ୍ଦ୍ର ଗୌଡ଼, ସଚ୍ଚିକାନ୍ତ ରଥ,ସଞ୍ଜୟ କୁମାର ପଣ୍ଡା ପ୍ରମୁଖଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

The post ପହଲଗାମ ବର୍ବୋରଚିତ ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ନିନ୍ଦା appeared first on Dharitri Odia News.