ପହଲଗାମ ହମଲାର କଡ଼ା ନିନ୍ଦା କଲେ ୟୁଏନ ମୁଖ୍ୟ, କହିଲେ- ନାଗରିକଙ୍କୁ ଆକ୍ରମଣ ଗ୍ରହଣ କରି ହେବନି

ନୂଆଦିଲ୍ଲୀ: ମିଳିତ ଜାତିସଂଘରର ମହାସଚିବ ଆଣ୍ଟୋନିଓ ଗୁଟେରସ ପହଲଗାମ ଆତଙ୍କୀ ହମଲାର ଦୃଢ ନିନ୍ଦା କରିଛନ୍ତି। ଗୋଟିଏ ପରେ ଘଟଣାର ନିନ୍ଦା କରୁଥିବା ବେଳେ ଅନ୍ୟପଟେ ଯୁଦ୍ଧ ସ୍ଥିତି ଉତ୍ପନ ନ କରି ସଂଯମ ରହିବାକୁ ଭାରତ ଓ ପାକିସ୍ତାନକୁ ଆହ୍ଵାନ କରିଛନ୍ତି। ଏ ନେଇ ସୋମବାର ସେ ଏକ ସଂକ୍ଷିପ୍ତ ବୟାନ ଜାରି କରିଛନ୍ତି। ସେ ଭାରତ ଓ ପାକିସ୍ତାନକୁ ଉତ୍ତେଜନା କମ କରିବାକୁ ଆହ୍ଵାନ ଦେଇଛନ୍ତି। ଦୁଇ ପକ୍ଷଙ୍କୁ ଯଥା ସମ୍ଭବ ସଂଯମ ରହିବା ଓ ଯୁଦ୍ଧର ଦ୍ଵାର ଦେଶରୁ ପଛକୁ ହଟିବାକୁ ପରାମର୍ଶ ଦେଇଛନ୍ତି। ସାମରିକ କାର୍ଯ୍ୟାନୁଷ୍ଠାନ କୌଣସି ସମାଧାନ ନୁହେଁ ବୋଲି ଗୁଟେରସ ନିଜ ବୟାନରେ କହିଛନ୍ତି।ସେ କହିଛନ୍ତି, ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଭୟାନକ ଆତଙ୍କୀ ହମଲା ପରେ ଭାରତର ଭାବନାକୁ ଆମେ ବୁଝି ପାରୁଛୁ। ଆକ୍ରମଣକୁ କଡ଼ା ନିନ୍ଦା କରୁଛୁ ଏବଂ ପୀଡ଼ିତାଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରୁଛୁ। ନାଗରିକଙ୍କୁ ଟାର୍ଗେଟ୍ କରିବା କୌଣସି ବି ସ୍ଥିତିରେ ଗ୍ରହଣୀୟ ନୁହେଁ। ହମଲାରେ ଦାୟୀ ଲୋକଙ୍କୁ ବିଶ୍ଵସନୀୟ ଓ ଆଇନର କାଠଗଡ଼ାକୁ ଟାଣିବା ଉଚିତ୍। ଗୁଟେରସ ଶାନ୍ତି ସ୍ଥାପନା ପାଇଁ ପ୍ରୟାସ କରିବାକୁ ଦୁଇ ଦେଶକୁ ପରାମର୍ଶ ଦେଇଛନ୍ତି। ମିଳିତ ଜାତିସଂଘ କୌଣସି ବି ପ୍ରସ୍ତାବକୁ ସମର୍ଥନ କରିବାକୁ ପ୍ରସ୍ତୁତ ଯାହା ଉତ୍ତେଜନା କମ କରିବ। କୂଟନୀତି ଓ ଶାନ୍ତି ପାଇଁ ନୂଆ ପ୍ରତିବଦ୍ଧତାକୁ ସାକାର କରି ପାରିବ ବୋଲି ମିଳିତ ଜାତିସଂଘର

ପହଲଗାମ ହମଲାର କଡ଼ା ନିନ୍ଦା କଲେ ୟୁଏନ ମୁଖ୍ୟ, କହିଲେ- ନାଗରିକଙ୍କୁ ଆକ୍ରମଣ ଗ୍ରହଣ କରି ହେବନି

ନୂଆଦିଲ୍ଲୀ: ମିଳିତ ଜାତିସଂଘରର ମହାସଚିବ ଆଣ୍ଟୋନିଓ ଗୁଟେରସ ପହଲଗାମ ଆତଙ୍କୀ ହମଲାର ଦୃଢ ନିନ୍ଦା କରିଛନ୍ତି। ଗୋଟିଏ ପରେ ଘଟଣାର ନିନ୍ଦା କରୁଥିବା ବେଳେ ଅନ୍ୟପଟେ ଯୁଦ୍ଧ ସ୍ଥିତି ଉତ୍ପନ ନ କରି ସଂଯମ ରହିବାକୁ ଭାରତ ଓ ପାକିସ୍ତାନକୁ ଆହ୍ଵାନ କରିଛନ୍ତି। ଏ ନେଇ ସୋମବାର ସେ ଏକ ସଂକ୍ଷିପ୍ତ ବୟାନ ଜାରି କରିଛନ୍ତି। 

ସେ ଭାରତ ଓ ପାକିସ୍ତାନକୁ ଉତ୍ତେଜନା କମ କରିବାକୁ ଆହ୍ଵାନ ଦେଇଛନ୍ତି। ଦୁଇ ପକ୍ଷଙ୍କୁ ଯଥା ସମ୍ଭବ ସଂଯମ ରହିବା ଓ ଯୁଦ୍ଧର ଦ୍ଵାର ଦେଶରୁ ପଛକୁ ହଟିବାକୁ ପରାମର୍ଶ ଦେଇଛନ୍ତି। ସାମରିକ କାର୍ଯ୍ୟାନୁଷ୍ଠାନ କୌଣସି ସମାଧାନ ନୁହେଁ ବୋଲି ଗୁଟେରସ ନିଜ ବୟାନରେ କହିଛନ୍ତି।ସେ କହିଛନ୍ତି, ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଭୟାନକ ଆତଙ୍କୀ ହମଲା ପରେ ଭାରତର ଭାବନାକୁ ଆମେ ବୁଝି ପାରୁଛୁ। ଆକ୍ରମଣକୁ କଡ଼ା ନିନ୍ଦା କରୁଛୁ ଏବଂ ପୀଡ଼ିତାଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରୁଛୁ। ନାଗରିକଙ୍କୁ ଟାର୍ଗେଟ୍ କରିବା କୌଣସି ବି ସ୍ଥିତିରେ ଗ୍ରହଣୀୟ ନୁହେଁ। ହମଲାରେ ଦାୟୀ ଲୋକଙ୍କୁ ବିଶ୍ଵସନୀୟ ଓ ଆଇନର କାଠଗଡ଼ାକୁ ଟାଣିବା ଉଚିତ୍। 

ଗୁଟେରସ ଶାନ୍ତି ସ୍ଥାପନା ପାଇଁ ପ୍ରୟାସ କରିବାକୁ ଦୁଇ ଦେଶକୁ ପରାମର୍ଶ ଦେଇଛନ୍ତି। ମିଳିତ ଜାତିସଂଘ କୌଣସି ବି ପ୍ରସ୍ତାବକୁ ସମର୍ଥନ କରିବାକୁ ପ୍ରସ୍ତୁତ ଯାହା ଉତ୍ତେଜନା କମ କରିବ। କୂଟନୀତି ଓ ଶାନ୍ତି ପାଇଁ ନୂଆ ପ୍ରତିବଦ୍ଧତାକୁ ସାକାର କରି ପାରିବ ବୋଲି ମିଳିତ ଜାତିସଂଘର ମହାସଚିବ କହିଛନ୍ତି।  

ସେପଟେ ଭାରତ ସରକାର ଯୁଦ୍ଧ ପରିସ୍ଥିତିରେ କିଭଳି ସାଧାରଣ ନାଗରିକଙ୍କ ସୁରିକ୍ଷିତ ରଖାଯାଇପାରିବ ସେ ନେଇ କିଛି ରାଜ୍ୟକୁ ମକ୍ ଡ୍ରିଲ୍ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଏୟାର ଷ୍ଟ୍ରାଇକ୍ ବେଳେ ସାଇରନ ବଜାଇ ସତର୍କତା ଅବଲମ୍ବନ କରିବା ଓ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ମେ ୭ ତାରିଖରେ ମକ୍ ଡ୍ରିଲ୍ କରିବାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ବୁଧବାର କିଛି ରାଜ୍ୟକୁ ନିର୍ଦ୍ଦେଶ ଦେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Also read: ଭାରତ ସହ ପଙ୍ଗା ନେଲେ ବର୍ବାଦ ହୋଇଯିବ; ମୁଡିଜ୍ ରେଟିଂସ୍ ରିପୋର୍ଟରେ ପାକିସ୍ତାନକୁ ଚେତାବନୀ

ସରକାରୀ ସୂତ୍ରରୁ ମିଳିଥିବା ଅନୁଯାୟୀ, ଅଭ୍ୟାସ ସମୟରେ, ବିମାନ ଆକ୍ରମଣ ଚେତାବନୀ ସାଇରନ ସକ୍ରିୟ କରାଯିବ, ଏବଂ ଶତ୍ରୁ ଆକ୍ରମଣ ସମୟରେ ନିଜକୁ ରକ୍ଷା କରିବା ପାଇଁ ନାଗରିକ ଏବଂ ଛାତ୍ରମାନଙ୍କୁ ନାଗରିକ ପ୍ରତିରକ୍ଷା ଉପରେ ତାଲିମ ଦିଆଯିବ। ସେହିପରି କ୍ରାସ୍ ବ୍ଲାକ ଆଉଟ୍ ପଦକ୍ଷେପ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ଲାଣ୍ଟ ଏବଂ ସଂସ୍ଥାଗୁଡ଼ିକୁ ଶୀଘ୍ର ଲୁଚାଇବାର କୌଶଳ ବି ରହିବ। ରାଜ୍ୟଗୁଡ଼ିକୁ ସେମାନଙ୍କର ସ୍ଥାନାନ୍ତର ଯୋଜନା ଏବଂ ଏହାର ଅଭ୍ୟାସକୁ ଅପଡେଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି।