ପାଇଖାନା ଟାଙ୍କି ସଫା ପାଇଁ ଯାଇଥିଲେ, ଶ୍ବାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ

ଆଠମଲ୍ଲିକ ୨୮/୮:  ପାଇଖାନା ଟାଙ୍କି ସଫା ପାଇଁ ଯାଇଥିଲେ । ଆଉ ଫେରିଲେନି । ଶ୍ବାସରୁଦ୍ଧ ହୋଇ ଚାଲିଗଲା ୨ ଜଣଙ୍କ ଜୀବନ । ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଧଉରାପାଲି ଗାଁରେ ଅଘଟଣ । ମୃତକ ୨ ଜଣ ବଇଜା ଗାଁର ଆର୍ତ୍ତତ୍ରାଣ ମିର୍ଦ୍ଧା ଓ ବାମୁର ପଞ୍ଚାୟତର ରୀନା ମାହାର । ଉଭୟ ଧଉରାପାଲି ଗାଁର ପ୍ରାଣବନ୍ଧୁ ବିଶ୍ବାଳଙ୍କ ଘରେ ନୂଆ ତିଆରି ହୋଇଥିବା ପାଇଖାନା ଟାଙ୍କି ସଫା କରିବାକୁ ଆସିଥିଲେ । ଟାଙ୍କି ସଫା ଚାଲିଥିବାବେଳେ ଶ୍ବାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଉଭୟଙ୍କ ମୃତଦେହ ଉଦ୍ଧାର ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । 