ଲୋକସଭା ନିର୍ବାଚନ ୨୦୨୪: କର୍ଣ୍ଣାଟକରେ ୩ ଲୋକସଭା ଆସନରେ ନିର୍ବାଚନ ଲଢ଼ିବ ଜେଡିଏସ୍
ବେଙ୍ଗାଲୁରୁ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ ଜେଡିଏସ୍ ଓ ଏନ୍ଡିଏ ଭିତରେ ଆସନ ବୁଝମଣା ହୋଇଛି। ରାଜ୍ୟରେ ୩ଟି ଲୋକସଭା ଆସନରେ ଦଳ ନିର୍ବାଚନ ଲଢ଼ିବ ବୋଲି ଜନତା ଦଳ ସେକ୍ୟୁଲାର ସାଂସଦ ପ୍ରଜ୍ୱଳ ରେଭାନ୍ନ କହିଛନ୍ତି। ରେଭାନ୍ନା କହିଛନ୍ତି “ମୁଁ ନିଶ୍ଚିତ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ବିକାଶମୂଳକ ଦୃଷ୍ଟିକୁ ଆହୁରି ଦୃଢ଼ କରିବା ପାଇଁ କର୍ଣ୍ଣାଟକରେ ଉଭୟ ବିଜେପି ଏବଂ ଜେଡି (ଏସ) ମିଳିତ ଭାବେ କାର୍ଯ୍ୟ କରିବେ।”ସୂଚନା ଅନୁସାରେ ରେଭାନ୍ନା ତାଙ୍କ ନିର୍ବାଚନ ମଣ୍ଡଳୀ ହସନ୍ରୁ ନିର୍ବାଚନ ଲଢ଼ିପାରନ୍ତି। କାରଣ ଏହି ଆସନ ଦେବେ ଗୌଡ଼ାଙ୍କର ନିଜ ନିର୍ବାଚନ ମଣ୍ଡଳି। ତେଣୁ ବିଜେପି ରେଭାନ୍ନାଙ୍କୁ ଏଠାରୁ ପ୍ରାର୍ଥୀ କରିପାରେ। ଏନେଇ ନିଷତ୍ତି ସରିଥିବା ଆଲୋଚନା ହେଉଥିବା ବେଳେ ଔପଚାରିକ ଘୋଷଣା ବାକି ରହିଛି ବୋଲି କୁହାଯାଉଛି।କହି ରଖୁଛୁ ଯେ ମୋଟ ୨୮ ଟି ନିର୍ବାଚନମଣ୍ଡଳୀ ଥିବା କର୍ଣ୍ଣାଟକରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବିଜେପି ୨୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଅବଶିଷ୍ଟ ପାଞ୍ଚଟି ଆସନ ପାଇଁ ଦଳ ଖୁବ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ। ସେପଟେ କଂଗ୍ରେସ ମଧ୍ୟ ରାଜ୍ୟ ପାଇଁ ୨୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଅବଶିଷ୍ଟ ୪ ଟି ଆସନ ଉପରେ ଦଳ ଖୁବ୍ଶୀଘ୍ର ନିଷ୍ପତ୍ତି ନେଇପାରେ। ଭାରତୀୟ ନିର୍ବାଚନ କମିଶନ ସମସ୍ତ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା କରି ସାରିଛନ୍ତି। କ
ବେଙ୍ଗାଲୁରୁ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ ଜେଡିଏସ୍ ଓ ଏନ୍ଡିଏ ଭିତରେ ଆସନ ବୁଝମଣା ହୋଇଛି। ରାଜ୍ୟରେ ୩ଟି ଲୋକସଭା ଆସନରେ ଦଳ ନିର୍ବାଚନ ଲଢ଼ିବ ବୋଲି ଜନତା ଦଳ ସେକ୍ୟୁଲାର ସାଂସଦ ପ୍ରଜ୍ୱଳ ରେଭାନ୍ନ କହିଛନ୍ତି। ରେଭାନ୍ନା କହିଛନ୍ତି “ମୁଁ ନିଶ୍ଚିତ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ବିକାଶମୂଳକ ଦୃଷ୍ଟିକୁ ଆହୁରି ଦୃଢ଼ କରିବା ପାଇଁ କର୍ଣ୍ଣାଟକରେ ଉଭୟ ବିଜେପି ଏବଂ ଜେଡି (ଏସ) ମିଳିତ ଭାବେ କାର୍ଯ୍ୟ କରିବେ।”
ସୂଚନା ଅନୁସାରେ ରେଭାନ୍ନା ତାଙ୍କ ନିର୍ବାଚନ ମଣ୍ଡଳୀ ହସନ୍ରୁ ନିର୍ବାଚନ ଲଢ଼ିପାରନ୍ତି। କାରଣ ଏହି ଆସନ ଦେବେ ଗୌଡ଼ାଙ୍କର ନିଜ ନିର୍ବାଚନ ମଣ୍ଡଳି। ତେଣୁ ବିଜେପି ରେଭାନ୍ନାଙ୍କୁ ଏଠାରୁ ପ୍ରାର୍ଥୀ କରିପାରେ। ଏନେଇ ନିଷତ୍ତି ସରିଥିବା ଆଲୋଚନା ହେଉଥିବା ବେଳେ ଔପଚାରିକ ଘୋଷଣା ବାକି ରହିଛି ବୋଲି କୁହାଯାଉଛି।
କହି ରଖୁଛୁ ଯେ ମୋଟ ୨୮ ଟି ନିର୍ବାଚନମଣ୍ଡଳୀ ଥିବା କର୍ଣ୍ଣାଟକରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବିଜେପି ୨୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଅବଶିଷ୍ଟ ପାଞ୍ଚଟି ଆସନ ପାଇଁ ଦଳ ଖୁବ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ। ସେପଟେ କଂଗ୍ରେସ ମଧ୍ୟ ରାଜ୍ୟ ପାଇଁ ୨୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଅବଶିଷ୍ଟ ୪ ଟି ଆସନ ଉପରେ ଦଳ ଖୁବ୍ଶୀଘ୍ର ନିଷ୍ପତ୍ତି ନେଇପାରେ।
ଭାରତୀୟ ନିର୍ବାଚନ କମିଶନ ସମସ୍ତ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା କରି ସାରିଛନ୍ତି। କର୍ଣ୍ଣାଟକରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଥିବାକୁ ବେଳେ ପ୍ରଥମ ପର୍ଯ୍ୟାୟ ଏପ୍ରିଲ୍ ୨୬ ତାରିଖରେ ଓ ଦ୍ୱିତୀୟ ପର୍ଯ୍ୟାୟରେ ମେ ୭ ତାରଖରେ ନିର୍ବାଚନ ହେବ।
ଏହା ପୂର୍ବରୁ ୨୦୧୯ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ ବିଜେପି ମୋଟ ୨୮ ଆସନରୁ ଏକାକୀ ୨୫ଟାରେ ବିଜୟ ଲାଭ କରିଥିଲା। ସେହିପରି ବିଜପି ସମର୍ଥିତ ଦୁଇ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନ ଜିତିଥିଲେ। ହେଲେ ସେତେବେଳେ କଂଗ୍ରେସ ଓ ଜେଡିଏସ୍ ମେଣ୍ଟ କରି ସୁଦ୍ଧା ମାତ୍ର ୧ ଆସନ ହାତେଇ ଥିଲେ।