ପାକିସ୍ତାନ ଉପରୁ ହଟିଲା ବାସନ୍ଦ
ଲାହୋର,୩ା୩: ପାକିସ୍ତାନ ଫୁଟବଲ ଫେଡେରେଶନ (ପିଏଫଏଫ) ତା’ର ସମ୍ବିଧାନରେ ଆବଶ୍ୟକୀୟ ପରିବର୍ତ୍ତନ କରିବା ପରେ ଏହା ଉପରୁ ବିଶ୍ୱ ଫୁଟବଲ ପରିଚାଳନା ସଂସ୍ଥା ଫିଫା ବାସନ୍ଦ ହଟାଇଛି। ଫେଡେରେଶନ ପରିଚାଳନାରେ ସ୍ବଚ୍ଛତା ଲାଗି ସମ୍ବିଧାନରେ ଆବଶ୍ୟକ ଥିବା ପରିବର୍ତ୍ତନ ନ କରିବାରୁ ଫିଫା ଗତ ଫେବୃଆରୀ ୫ ତାରିଖରେ ପିଏଫଏଫକୁ ବାସନ୍ଦ କରିଥିଲା। ତେବେ ଗତ ଗୁରୁବାର ପିଏଫଏଫ କଂଗ୍ରେସ ସଦସ୍ୟ ସମ୍ବିଧାନରେ ଆବଶ୍ୟକୀୟ ସଂଶୋଧନ ଲାଗି ଏକମତ ହୋଇଥିଲେ। ଜୁନଠାରୁ ଫିଫା ଦ୍ୱାରା ନିଯୁକ୍ତ ନର୍ମାଲାଇଜେଶନ […] The post ପାକିସ୍ତାନ ଉପରୁ ହଟିଲା ବାସନ୍ଦ appeared first on Dharitri Odia News.
ଲାହୋର,୩ା୩: ପାକିସ୍ତାନ ଫୁଟବଲ ଫେଡେରେଶନ (ପିଏଫଏଫ) ତା’ର ସମ୍ବିଧାନରେ ଆବଶ୍ୟକୀୟ ପରିବର୍ତ୍ତନ କରିବା ପରେ ଏହା ଉପରୁ ବିଶ୍ୱ ଫୁଟବଲ ପରିଚାଳନା ସଂସ୍ଥା ଫିଫା ବାସନ୍ଦ ହଟାଇଛି। ଫେଡେରେଶନ ପରିଚାଳନାରେ ସ୍ବଚ୍ଛତା ଲାଗି ସମ୍ବିଧାନରେ ଆବଶ୍ୟକ ଥିବା ପରିବର୍ତ୍ତନ ନ କରିବାରୁ ଫିଫା ଗତ ଫେବୃଆରୀ ୫ ତାରିଖରେ ପିଏଫଏଫକୁ ବାସନ୍ଦ କରିଥିଲା। ତେବେ ଗତ ଗୁରୁବାର ପିଏଫଏଫ କଂଗ୍ରେସ ସଦସ୍ୟ ସମ୍ବିଧାନରେ ଆବଶ୍ୟକୀୟ ସଂଶୋଧନ ଲାଗି ଏକମତ ହୋଇଥିଲେ।
ଜୁନଠାରୁ ଫିଫା ଦ୍ୱାରା ନିଯୁକ୍ତ ନର୍ମାଲାଇଜେଶନ କମିଟି ପାକିସ୍ତାନ ଫୁଟବଲ ପରିଚାଳନା ଦାୟିତ୍ୱରେ ଥିଲା। ଏହି କମିଟି ଫେଡେରେଶନରେ ନିର୍ବାଚନ ଆୟୋଜନ ଏବଂ ଫେଡେରେଶନ ମଧ୍ୟରେ ଥିବା ବିବାଦର ସମାଧାନ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ବର୍ତ୍ତମାନ ବାସନ୍ଦ ହଟାଯାଇଥିବାରୁ ପାକିସ୍ତାନ ୨୦୨୭ ଏଏଫସି ଏସିଆନ କପ କ୍ୱାଲିଫାୟାର୍ସରେ ଅଂଶଗ୍ରହଣ କରିପାରିବ। ପାକିସ୍ତାନ ଦଳ ଆସନ୍ତା ୨୫ ତାରିଖରେ ଗ୍ରୁପ-ଇ’ର ପ୍ରଥମ ମ୍ୟାଚରେ ସିରିଆକୁ ଭେଟିବ।
The post ପାକିସ୍ତାନ ଉପରୁ ହଟିଲା ବାସନ୍ଦ appeared first on Dharitri Odia News.