ପାକିସ୍ତାନ କ୍ରିକେଟ୍ରେ ଚହଳ, ଭାରତକୁ ଚାମ୍ପିଅନ କରାଇଥିବା କୋଚ୍ ଦେଲେ ଇସ୍ତଫା
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ରେ ଚହଳ। ଓ୍ଵିକେଟ୍ କିପର ବ୍ୟାଟର ମହମ୍ମଦ ରିଜଓ୍ଵାନଙ୍କୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଗତକାଲି ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ନିଯୁକ୍ତ କରିବା ପରେ ଆଜି ବଡ଼ ଘଟଣା ଘଟିଛି। ୩୨ ବର୍ଷୀୟ ରିଜଓ୍ଵାନ ପାକିସ୍ତାନର ଅଷ୍ଟ୍ରେଲିଆ ଗସ୍ତରୁ ନିଜର ଅଧିନାୟକତ୍ଵ ଦାୟିତ୍ଵ ତୁଲାଇବେ। ଅନ୍ୟପଟେ ଶାନ ମସୁଦ ଟେଷ୍ଟ ମ୍ୟାଚ୍ରେ ପାକିସ୍ତାନ ଦଳର ଅଧିନାୟକ ରହିବେ। ଏବେ ପାକିସ୍ତାନ କ୍ରିକେଟ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ପାକିସ୍ତାନର ଟି-୨୦ ଓ ଦିନିକିଆ ଦଳର କୋଚ୍ ଗ୍ୟାରୀ କର୍ଷ୍ଟନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କର୍ଷ୍ଟନଙ୍କୁ ୨୦୨୪ ଏପ୍ରିଲରେ ପିସିବି ଦୁଇ ବର୍ଷ ଅନୁବନ୍ଧରେ ନିଯୁକ୍ତ କରିଥିଲା। ମାତ୍ର ଛଅ ମାସ ପରେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସବୁଠୁ ବଡ଼ କଥା ଗ୍ୟାରୀ କର୍ଷ୍ଟନ ଗୋଟିଏ ବି ଦିନିକିଆ ମ୍ୟାଚ୍ରେ ଦଳକୁ କୋଚିଂ ଦେଇ ନାହାନ୍ତି। କର୍ଷ୍ଟନଙ୍କ ପ୍ରଶିକ୍ଷଣରେ ଭାରତୀୟ କ୍ରିକେଟ୍ ଦଳ ୨୦୧୧ରେ ଦିନିକିଆ ବିଶ୍ଵକପ୍ ଜିତିଥିଲା। ଏବେ ଜାସନ ଗିଲେସ୍ପି ଅଷ୍ଟ୍ରେଲିଆ ଗସ୍ତରେ ପାକିସ୍ତାନ ସୀମିତ ଓଭର ଦଳକୁ କୋଚିଂ ଦେବେ। ଗିଲେସ୍ପି ପାକିସ୍ତାନ ଟେଷ୍ଟ ଦଳର ମୁଖ୍ୟ କୋଚ୍ ଅଛନ୍ତି।The Pakistan Cricket Board today announced Jason Gillespie will coach the Pakistan men’s cricket team on next month’s white-ball tour of Australia afte
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ରେ ଚହଳ। ଓ୍ଵିକେଟ୍ କିପର ବ୍ୟାଟର ମହମ୍ମଦ ରିଜଓ୍ଵାନଙ୍କୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଗତକାଲି ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ନିଯୁକ୍ତ କରିବା ପରେ ଆଜି ବଡ଼ ଘଟଣା ଘଟିଛି। ୩୨ ବର୍ଷୀୟ ରିଜଓ୍ଵାନ ପାକିସ୍ତାନର ଅଷ୍ଟ୍ରେଲିଆ ଗସ୍ତରୁ ନିଜର ଅଧିନାୟକତ୍ଵ ଦାୟିତ୍ଵ ତୁଲାଇବେ। ଅନ୍ୟପଟେ ଶାନ ମସୁଦ ଟେଷ୍ଟ ମ୍ୟାଚ୍ରେ ପାକିସ୍ତାନ ଦଳର ଅଧିନାୟକ ରହିବେ। ଏବେ ପାକିସ୍ତାନ କ୍ରିକେଟ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।
ପାକିସ୍ତାନର ଟି-୨୦ ଓ ଦିନିକିଆ ଦଳର କୋଚ୍ ଗ୍ୟାରୀ କର୍ଷ୍ଟନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କର୍ଷ୍ଟନଙ୍କୁ ୨୦୨୪ ଏପ୍ରିଲରେ ପିସିବି ଦୁଇ ବର୍ଷ ଅନୁବନ୍ଧରେ ନିଯୁକ୍ତ କରିଥିଲା। ମାତ୍ର ଛଅ ମାସ ପରେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସବୁଠୁ ବଡ଼ କଥା ଗ୍ୟାରୀ କର୍ଷ୍ଟନ ଗୋଟିଏ ବି ଦିନିକିଆ ମ୍ୟାଚ୍ରେ ଦଳକୁ କୋଚିଂ ଦେଇ ନାହାନ୍ତି। କର୍ଷ୍ଟନଙ୍କ ପ୍ରଶିକ୍ଷଣରେ ଭାରତୀୟ କ୍ରିକେଟ୍ ଦଳ ୨୦୧୧ରେ ଦିନିକିଆ ବିଶ୍ଵକପ୍ ଜିତିଥିଲା। ଏବେ ଜାସନ ଗିଲେସ୍ପି ଅଷ୍ଟ୍ରେଲିଆ ଗସ୍ତରେ ପାକିସ୍ତାନ ସୀମିତ ଓଭର ଦଳକୁ କୋଚିଂ ଦେବେ। ଗିଲେସ୍ପି ପାକିସ୍ତାନ ଟେଷ୍ଟ ଦଳର ମୁଖ୍ୟ କୋଚ୍ ଅଛନ୍ତି।
The Pakistan Cricket Board today announced Jason Gillespie will coach the Pakistan men’s cricket team on next month’s white-ball tour of Australia after Gary Kirsten submitted his resignation, which was accepted.— Pakistan Cricket (@TheRealPCB) October 28, 2024
ଗ୍ୟାରୀ କର୍ଷ୍ଟନଙ୍କଠୁ ପିସିବି ଦଳ ଚୟନ ଅଧିକାର ଛଡାଇ ନେଇଥିଲା। ଏହି ଅଧିକାରକୁ ଚୟନ କମିଟି କେବଳ ନିଜ ପାଖରେ ରଖିଥିଲେ। ଏହି କାରଣ ପାଇଁ ଗ୍ୟାରୀ କର୍ଷ୍ଟନ ଅସନ୍ତୁଷ୍ଟ ଥିବା କୁହାଯାଉଥିଲା। ଏପରିକି ରିଜଓ୍ଵାନଙ୍କ ନିଯୁକ୍ତି ସମୟରେ ମଧ୍ୟ କର୍ଷ୍ଟନଙ୍କ ମତାମତ ଲୋଡ଼ି ନ ଥିଲା ପିସିବି। ଇଏସପିଏନ କ୍ରିକଇମ୍ଫୋର ସୂଚନା ଅନୁଯାୟୀ କର୍ଷ୍ଟନ ଏ ସଂପର୍କରେ କୌଣସି ସାର୍ବଜନୀନ ବୟାନ ଦେଇ ନାହାନ୍ତି। କିନ୍ତୁ ପିସିବିର ଏତାଦୃଶ୍ୟରେ ଖପ୍ପା ହୋଇ ଗ୍ୟାରୀ କର୍ଷ୍ଟନ ଇସ୍ତଫା ଦେଇଥିବା କୁହାଯାଉଛି।
ବର୍ତ୍ତମାନ ଚୟନ କମିଟିର ବଢୁଥିବା ପ୍ରଭାବ କାରଣରୁ ଗ୍ୟାରୀ କର୍ଷ୍ଟନ ନିଜକୁ ଅସହଜ ମନେ କରୁଥିଲେ। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପାକିସ୍ତାନ ହାରିବା ପରେ ନୂଆ ଚୟନ କମିଟି ଗଠନ କରାଯାଇଥିଲା। ତିନି ମାସରେ ଏମିତି ପରିବର୍ତ୍ତନ ଘଟିଥିଲା। ଆକିବ ଜାଭେଦ, ଅଲୀମ ଡାର, ଆଝାର ଅଲ୍ଲୀ, ଅସଦ ଶଫିକ ଓ ହସନ ଚୀମା ଏଥିରେ ସାମିଲ ଥିଲେ। କିନ୍ତୁ କୋଚ୍ ଓ ଅଧିନାୟକଙ୍କୁ ଏଥିରେ ହଟାଇ ଦିଆଯାଇଥିଲା।
ଏମିତି ଥିଲା ଗ୍ୟାରୀଙ୍କ ଅନ୍ତର୍ଜାତୀୟ କ୍ୟାରିୟର
ବାମହାତୀ ଓପନିଂ ବ୍ୟାଟର ଗ୍ୟାରୀ କର୍ଷ୍ଟନ ଦକ୍ଷିଣ ଆଫ୍ରିକା ପକ୍ଷରୁ ୧୦୧ ଟେଷ୍ଟ ମ୍ୟାଚ୍ ଖେଳି ୪୫.୨୭ ହାରରେ ୭୨୮୯୮ ରନ କରିଛନ୍ତି। ଟେଷ୍ଟରେ ତାଙ୍କର ସର୍ବୋଚ୍ଚ ସ୍କୋର ୨୭୫ ରହିଛି। ଏଥିରେ ୨୧ ଶତକ ଓ ୩୪ ଅର୍ଦ୍ଧଶତକ ସାମିଲ। ଦିନିକିଆରେ ସେ ୧୮୫ ମ୍ୟାଚ୍ ଖେଳି ୬୭୯୮ ରନ କରିଛନ୍ତି, ଯେଉଁଥିରେ ୧୩ ଶତକ ଓ ୪୫ ଅର୍ଦ୍ଧଶତକ ସାମିଲ। ଦିନିକିଆରେ ଗ୍ୟାରୀଙ୍କ ସର୍ବୋଚ୍ଚ ସ୍କୋର ଅପରାଜିତ ୧୮୮ ରନ ରହିଛି।