ପାକିସ୍ତାନ ଖେଳାଳିଙ୍କ ଭଉଣୀ-ଭାଇଙ୍କ ସଂଖ୍ୟା ଶୁଣି ଚମକି ପଡିଲେ ଇଂଲଣ୍ଡ କ୍ରିକେଟର ମାଇକେଲ, କହିଲେ ଗ୍ୟାପ…

କାନବେରା,୫।୧୧: ପାକିସ୍ତାନ କ୍ରିକେଟ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଅଛି ଯେଉଁଠାରେ ଏହା ତିନି ମ୍ୟାଚ ବିଶିଷ୍ଟ ଏକ ଦିବସୀୟ ସିରିଜ ଖେଳୁଛି। ଏହି ସିରିଜର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ସମୟରେ ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରାମ ଦଳର ଜଣେ ଖେଳାଳିଙ୍କ ବିଷୟରେ ଏପରି ପ୍ରକାଶ କରିଥିଲେ ଯେ ଇଂଲଣ୍ଡର କ୍ରିକେଟର ମାଇକେଲ ଭଗାନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାମରାମ ଗୁଲାମଙ୍କ ବିଷୟରେ ଆକ୍ରାମ ଏମିତି କିଛି କଥା କହିଥିଲେ। […] The post ପାକିସ୍ତାନ ଖେଳାଳିଙ୍କ ଭଉଣୀ-ଭାଇଙ୍କ ସଂଖ୍ୟା ଶୁଣି ଚମକି ପଡିଲେ ଇଂଲଣ୍ଡ କ୍ରିକେଟର ମାଇକେଲ, କହିଲେ ଗ୍ୟାପ… appeared first on Dharitri Odia News.

ପାକିସ୍ତାନ ଖେଳାଳିଙ୍କ ଭଉଣୀ-ଭାଇଙ୍କ ସଂଖ୍ୟା ଶୁଣି ଚମକି ପଡିଲେ ଇଂଲଣ୍ଡ କ୍ରିକେଟର ମାଇକେଲ, କହିଲେ ଗ୍ୟାପ…

କାନବେରା,୫।୧୧: ପାକିସ୍ତାନ କ୍ରିକେଟ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଅଛି ଯେଉଁଠାରେ ଏହା ତିନି ମ୍ୟାଚ ବିଶିଷ୍ଟ ଏକ ଦିବସୀୟ ସିରିଜ ଖେଳୁଛି। ଏହି ସିରିଜର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ସମୟରେ ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରାମ ଦଳର ଜଣେ ଖେଳାଳିଙ୍କ ବିଷୟରେ ଏପରି ପ୍ରକାଶ କରିଥିଲେ ଯେ ଇଂଲଣ୍ଡର କ୍ରିକେଟର ମାଇକେଲ ଭଗାନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାମରାମ ଗୁଲାମଙ୍କ ବିଷୟରେ ଆକ୍ରାମ ଏମିତି କିଛି କଥା କହିଥିଲେ।
ଉଭୟ ଆକ୍ରାମ ଏବଂ ଭଗାନ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ସିରିଜରେ କମେଣ୍ଟ୍ରି ଦେଉଛନ୍ତି। ଏହି ସମୟରେ, ଅକ୍ରାମ କାମରାନ ଗୁଲାମଙ୍କ ପରିବାର ଏବଂ ତାଙ୍କ ଭଉଣୀଭାଇଙ୍କ ବିଷୟରେ ଗୋଟିଏ କଥା କହିଥିଲେ, ଯାହା ଶୁଣି ଭଗାନ ଆଶ୍ଚର୍ଯ୍ୟ ହୋଇଗଲେ। ସେ ବିଶ୍ୱାସ କରିପାରିଲେ ନାହିଁ ଯେ ଏହା ମଧ୍ୟ ହୋଇପାରେ।

ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିୟ ଇନିଂସରେ କାମରାମ ଗୁଲାମଙ୍କ ବିଷୟରେ ଆକ୍ରାମ ଏବଂ ଭଗାନ କଥା ହୋଇଥିଲେ। ଏହି ସମୟରେ ଆକ୍ରାମ କହିଥିଲେ ଯେ କାମରାନ ଗୁଲାମଙ୍କର ୧୧ଭାଇ ଏବଂ ୪ ଭଉଣୀ ଅଛନ୍ତି। ଅର୍ଥାତ୍ ତାଙ୍କ ପିତାଙ୍କର ମୋଟ ୧୨ ପୁଅ ଏବଂ ୪ ଝିଅ ଅଛନ୍ତି। ଏହା ଶୁଣିବା ପରେ ଭଗାନ ଏହାକୁ ବିଶ୍ୱାସ କରିପାରିଲେ ନାହିଁ। ୱାସିମ ଆକ୍ରାମ- କାମରାନ ଗୁଲାମ ଏକ ବଡ ପରିବାରରୁ ଆସିଛନ୍ତି। ସେ ତାଙ୍କର ୧୨ଭାଇଙ୍କ ମଧ୍ୟରେ ଏକାଦଶ ଏବଂ ତାଙ୍କର ଚାରି ଭଉଣୀ ମଧ୍ୟ ଅଛନ୍ତି।
ଏହାଶୁଣି ମାଇକେଲ ଚମକି ପଡି କହିଥିଲେ, ତା’ହେଲେ ଏମାନଙ୍କ ମଧ୍ୟରେ ବୟସ ପାର୍ଥକ୍ୟ କ’ଣ? ଯାହା ଥିଲା ବେଶ୍‌ କୌତୁହଳପ୍ରଦ।

The post ପାକିସ୍ତାନ ଖେଳାଳିଙ୍କ ଭଉଣୀ-ଭାଇଙ୍କ ସଂଖ୍ୟା ଶୁଣି ଚମକି ପଡିଲେ ଇଂଲଣ୍ଡ କ୍ରିକେଟର ମାଇକେଲ, କହିଲେ ଗ୍ୟାପ… appeared first on Dharitri Odia News.