ମାସକର ଶିଶୁକୁ ନିଆଁ ଚେଙ୍କ

ଉମରକୋଟ,୨।୩ (ସନ୍ତୋଷ ଶତପଥୀ) ଆଜିର ଆଧୁନିକ ଯୁଗରେ ଏବେ ବି ଅନେକ କୁପ୍ରଥା ଏବଂ ଅନ୍ଧବିଶ୍ୱାସ ରହିଛି। ପିଲାଟି କାନ୍ଦୁଥିବା ଏବଂ ମୋଡିମାଡି ହେଉଥିବାରୁ ପରିବାର ଲୋକେ ମାତ୍ର ୧ ମାସର ଶିଶୁ ଦେହରେ ୪୦ରୁ ଊର୍ଦ୍ଧ୍ୱ ନିଆଁ ଚେଙ୍କ ଦେଇଛନ୍ତି। ଫଳରେ ଶିଶୁଟି ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି। ଏପରି ଏକ ଘଟଣା ନବରଙ୍ଗପୁର ଜିଲା ଉମରକୋଟ ଚନ୍ଦାହାଣ୍ଡି ବ୍ଲକର ଗମ୍ଭାରୀଗୁଡ଼ା ଗ୍ରାମପଞ୍ଚାୟତର ଫୁଣ୍ଡେଲପଡ଼ା ଗ୍ରାମରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, […] The post ମାସକର ଶିଶୁକୁ ନିଆଁ ଚେଙ୍କ appeared first on Dharitri Odia News.

ମାସକର ଶିଶୁକୁ ନିଆଁ ଚେଙ୍କ

ଉମରକୋଟ,୨।୩ (ସନ୍ତୋଷ ଶତପଥୀ) ଆଜିର ଆଧୁନିକ ଯୁଗରେ ଏବେ ବି ଅନେକ କୁପ୍ରଥା ଏବଂ ଅନ୍ଧବିଶ୍ୱାସ ରହିଛି। ପିଲାଟି କାନ୍ଦୁଥିବା ଏବଂ ମୋଡିମାଡି ହେଉଥିବାରୁ ପରିବାର ଲୋକେ ମାତ୍ର ୧ ମାସର ଶିଶୁ ଦେହରେ ୪୦ରୁ ଊର୍ଦ୍ଧ୍ୱ ନିଆଁ ଚେଙ୍କ ଦେଇଛନ୍ତି। ଫଳରେ ଶିଶୁଟି ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି। ଏପରି ଏକ ଘଟଣା ନବରଙ୍ଗପୁର ଜିଲା ଉମରକୋଟ ଚନ୍ଦାହାଣ୍ଡି ବ୍ଲକର ଗମ୍ଭାରୀଗୁଡ଼ା ଗ୍ରାମପଞ୍ଚାୟତର ଫୁଣ୍ଡେଲପଡ଼ା ଗ୍ରାମରେ ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଫୁଣ୍ଡେଲପଡ଼ା ଗ୍ରାମର ସରୋଜ କୁମାର ନାୟକଙ୍କ ପୁଅ ଜନ୍ମ ହେବାର ୧୦ ଦିନ ପରେ ଦେହ ମୋଡିମୋଡି ହେବା ସହ ସବୁବେଳେ କାନ୍ଦୁଥିଲା। ପିଲାର ପେଟରେ ଏବଂ ମୁଣ୍ଡରେ ନିଆଁ ଚେଙ୍କ ଦେଲେ ଦେହ ମୋଡିମୋଡି ଏବଂ କାନ୍ଦ ବନ୍ଦ ହୋଇଯିବ ବୋଲି କାହାଠାରୁ ଶୁଣି ପିଲାର ମୁଣ୍ଡ ଓ ପେଟରେ ୪୦ରୁ ଊର୍ଦ୍ଧ୍ୱ ଚେଙ୍କ ଦେଇଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ, ନିଆଁ ଚେଙ୍କ ମାରିବା ପରେ କିଛି ଦିନ ପୁଅ ଆଉ କାନ୍ଦି ନ ଥିଲା, କିନ୍ତୁ ବର୍ତ୍ତମାନ ଦୁଇ ଦିନ ହେଲା ଚେଙ୍କର ଯନ୍ତ୍ରଣା ସମ୍ଭାଳି ନ ପାରି ପୁଅ କାନ୍ଦିବା ଆରମ୍ଭ କରିଥିଲା ।

ତେଣୁ ବାଧ୍ୟ ହୋଇ ରବିବାର ମଧ୍ୟାହ୍ନ ୧ଟାରେ ଉମରକୋଟ ଚିକିତ୍ସାଳୟକୁ ଆଣିଛୁ। ତେବେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ତଥା ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପଣ୍ଡା ଶିଶୁର ଅବସ୍ଥା ଦେଖି ତୁରନ୍ତ ଚିକିତ୍ସା ଆରମ୍ଭ କରି ଦେଇଥିଲେ। ତେବେ ଚିକିତ୍ସା ପରେ ଶିଶୁ ସୁସ୍ଥ ଥିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପଣ୍ଡା କହିଛନ୍ତି। ତେବେ ନବରଙ୍ଗପୁର ଜିଲାରେ ଦୀର୍ଘ ଦିନ ପରେ ଚେଙ୍କ ଘଟଣା ସାମ୍ନାକୁ ଆସୁଥିବାରୁ ଡାକ୍ତର ପଣ୍ଡା ଦୁଃଖ ପ୍ରକାଶ କରିବା ସହ ଜିଲାରେ ଚେଙ୍କ ବିରୋଧରେ ପୁଣି ସଚେତନତା ଆରମ୍ଭ କରିବା ଆବଶ୍ୟକତା ଅଛି ବୋଲି କହିଥିଲେ। ଶିଶୁ ଯେପରି ଅତିଶୀଘ୍ର ଭଲ ହୋଇ ଘରକୁ ଫେରିବ, ସେଥିପାଇଁ ଚେଷ୍ଟା କରାଯାଉଛି ବୋଲି ଡାକ୍ତର ପଣ୍ଡା କହିଛନ୍ତି।

The post ମାସକର ଶିଶୁକୁ ନିଆଁ ଚେଙ୍କ appeared first on Dharitri Odia News.