‘ପାକିସ୍ତାନ ଜିନ୍ଦାବାଦ ନାରା’ ଅଭିଯୋଗକୁ ନେଇ ମୁହଁ ଖୋଲିଲେ ସୋଫିଆ
କଟକ, ୧୧ା୬: ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀର ନବନିର୍ବାଚିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ସେ ମତ ରଖିଛନ୍ତି। ଏକ ଭିଡିଓ ଶେୟାର କରି ସେ କହିଛନ୍ତି, ବାରବାଟୀ-କଟକରେ ଏକ ନିନ୍ଦନୀୟ ଘଟଣା ଘଟିଛି। ୧୩ ନମ୍ବର ଓ୍ବାର୍ଡର କିଛି ପିଲାମାନେ ଏକ ବିଜୟ ରାଲି ବାହାର କରିଥିଲେ। ସେମାନେ ପ୍ଲା କାର୍ଡ ଧରି ମୋକିମ ଭାଇ, ସୋଫିଆ ଦିଦି ଜିନ୍ଦାବାଦ୍ ନାରା ଦେଇଥିଲେ। ଗଣମାଧ୍ୟମ ଏହାର ଏକ ଭିଡିଓ ଭାଇରାଲ ହେଉଛି। […] The post ‘ପାକିସ୍ତାନ ଜିନ୍ଦାବାଦ ନାରା’ ଅଭିଯୋଗକୁ ନେଇ ମୁହଁ ଖୋଲିଲେ ସୋଫିଆ appeared first on Dharitri Odia News.
କଟକ, ୧୧ା୬: ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀର ନବନିର୍ବାଚିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ସେ ମତ ରଖିଛନ୍ତି। ଏକ ଭିଡିଓ ଶେୟାର କରି ସେ କହିଛନ୍ତି, ବାରବାଟୀ-କଟକରେ ଏକ ନିନ୍ଦନୀୟ ଘଟଣା ଘଟିଛି। ୧୩ ନମ୍ବର ଓ୍ବାର୍ଡର କିଛି ପିଲାମାନେ ଏକ ବିଜୟ ରାଲି ବାହାର କରିଥିଲେ। ସେମାନେ ପ୍ଲା କାର୍ଡ ଧରି ମୋକିମ ଭାଇ, ସୋଫିଆ ଦିଦି ଜିନ୍ଦାବାଦ୍ ନାରା ଦେଇଥିଲେ। ଗଣମାଧ୍ୟମ ଏହାର ଏକ ଭିଡିଓ ଭାଇରାଲ ହେଉଛି। କିନ୍ତୁ ଭାଇରାଲ ଭିଡିଓକୁ ଏଡିଟ୍ କରାଯାଇ ଜାଣିଶୁଣି ଭାଇରାଲ କରାଯାଉଛି। କଟକ ଏକ ଭାଇଚାରାର ସହର। ଆମେ ଏଭଳି ନିନ୍ଦନୀୟ କାର୍ଯ୍ୟକୁ ଆଦୌ ବରଦାସ୍ତ କରିବୁ ନାହିଁ। ପ୍ରଶାସନ ଏହାର ତୁରନ୍ତ ତଦନ୍ତ କରୁଳ ଏବଂ ଦୋଷୀ ଉଚିତ୍ ଦଣ୍ଡ ପାଉ।
ସୂଚନାଯୋଗ୍ୟ, କଟକ ମହାନଗର ନିଗମ(ସିଏମସି) ଅଧୀନ ୧୩ ନମ୍ବର ଓ୍ବାର୍ଡରେ ଶନିବାର କଂଗ୍ରେସର ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଛୋଟ ପିଲାଙ୍କୁ ସାମିଲ କରାଯିବା ସହ ପାକିସ୍ତାନ ଜିନ୍ଦାବାଦ ନାରା ଦିଆଯାଇଥିଲା। ଏନେଇ ଭାଜପା ଯୁବମୋର୍ଚ୍ଚା କଟକନଗର ପକ୍ଷରୁ ସ୍ବର ଉତ୍ତୋଳନ କରାଯାଇଛି। ଏଥିସହ ସୋଫିଆଙ୍କ ବିରୋଧରେ ଲାଲବାଗ ଥାନାରେ ଲିଖିତ ଅଭିଯୋଗପତ୍ର ଦିଆଯାଇଛି।
ଲିଖିତ ଅଭିଯୋଗପତ୍ରରେ ଲେଖାଯାଇଛି ଯେ, ଏହା ଅତ୍ୟନ୍ତ ଅଶୋଭନୀୟ ଓ ନିନ୍ଦନୀୟ ଘଟଣା। ତୁରନ୍ତ ଏହି ଘଟଣାର ତଦନ୍ତ କରାଯିବା ସହ ସୋଫିଆ ବିଧାୟିକା ଭାବେ ଶପଥ ନେବା ପୂର୍ବରୁ ତାଙ୍କୁ ବହିଷ୍କାର କରିବା ପାଇଁ ଭାଜପା ଯୁବମୋର୍ଚ୍ଚା ଦାବି କରିଛି। ଏହାକୁ ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଲାଲବାଗ ଥାନା ସମ୍ମୁଖରେ ସୋଫିଆଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।
The post ‘ପାକିସ୍ତାନ ଜିନ୍ଦାବାଦ ନାରା’ ଅଭିଯୋଗକୁ ନେଇ ମୁହଁ ଖୋଲିଲେ ସୋଫିଆ appeared first on Dharitri Odia News.