ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଆତଙ୍କୀ ବ୍ୟବହାର, ୱିଙ୍ଗ କମାଣ୍ଡରଙ୍କ ଫଟୋ ଦେଖାଇ କଲେ ଅଶୋଭନୀୟ କାର୍ଯ୍ୟ

ନୂଆଦିଲ୍ଲୀ ୨୬/୦୪: ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଆତଙ୍କୀ ବ୍ୟବହାର । ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଫଟୋ ଦେଖାଇ ଭାରତୀୟଙ୍କ ବେକ କାଟିଦେବାକୁ ଧମକ । ଲଣ୍ଡନ ହାଇକମିଶନ କାର୍ଯ୍ୟାଳୟ ଆଗରେ ପ୍ରବାସୀ ଭାରତୀୟମାନେ ପ୍ରତିବାଦ କରୁଥିବାବେଳେ ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଏଭଳି ଆତଙ୍କୀ ବ୍ୟବହାର ଦେଖିବାକୁ ମିଳିଛି । ପାକିସ୍ତାନୀ ଦୂତାବାସରେ ଛିଡା ହୋଇ ଏସବୁ କରିଥିଲେ, ଯାହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।ସୂଚନା ଥାଉକି, ପହଲଗାମ ଆକ୍ରମଣକୁ ନେଇ ସାରା ବିଶ୍ୱରେ ପାକିସ୍ତାନକୁ ନିନ୍ଦା । ତୀବ୍ର ସମାଲୋଚନା ସତ୍ତ୍ୱେ ପାକିସ୍ତାନ ପ୍ରକୃତିରେ ପରିବର୍ତ୍ତନ କରୁନି । ପାକିସ୍ତାନରେ ମୌଳବାଦୀ ମାନସିକତା ଏପରି ସ୍ତରରେ ପହଞ୍ଚିଛି ଯେ ଏବେ ବିଦେଶରେ ଥିବା ଦୂତାବାସରେ ବସିଥିବା ଏହାର ଅଧିକାରୀମାନେ ଜିହାଦୀ ପରି ଆଚରଣ କରୁଛନ୍ତି । Pakistani diplomat makes a threatening gesture to protesting Indian diaspora in London. https://t.co/bx8XYx0Dfh pic.twitter.com/58bjdsWnXf— Sidhant Sibal (@sidhant) April 26, 2025Some visuals: pic.twitter.com/KuYeKl33uj— Sidhant Sibal (@sidhant) April 26, 2025ଏମିତି କରିଥିବା ଅଧିକାରୀ ଜଣଙ୍କ ପାକିସ୍ତାନୀ ସାମରିକ ଅଧିକାରୀ କର୍ଣ୍ଣେଲ ତୈମୁର ରାହତ । ଯିଏ କି ପାକିସ୍ତାନ ହାଇକମିଶନରେ ନିଯୁକ୍ତ ସେନା ଓ ବାୟୁ

ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଆତଙ୍କୀ ବ୍ୟବହାର, ୱିଙ୍ଗ କମାଣ୍ଡରଙ୍କ ଫଟୋ ଦେଖାଇ କଲେ ଅଶୋଭନୀୟ କାର୍ଯ୍ୟ

ନୂଆଦିଲ୍ଲୀ ୨୬/୦୪: ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଆତଙ୍କୀ ବ୍ୟବହାର । ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଫଟୋ ଦେଖାଇ ଭାରତୀୟଙ୍କ ବେକ କାଟିଦେବାକୁ ଧମକ । ଲଣ୍ଡନ ହାଇକମିଶନ କାର୍ଯ୍ୟାଳୟ ଆଗରେ ପ୍ରବାସୀ ଭାରତୀୟମାନେ ପ୍ରତିବାଦ କରୁଥିବାବେଳେ ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଏଭଳି ଆତଙ୍କୀ ବ୍ୟବହାର ଦେଖିବାକୁ ମିଳିଛି । ପାକିସ୍ତାନୀ ଦୂତାବାସରେ ଛିଡା ହୋଇ ଏସବୁ କରିଥିଲେ, ଯାହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।

ସୂଚନା ଥାଉକି, ପହଲଗାମ ଆକ୍ରମଣକୁ ନେଇ ସାରା ବିଶ୍ୱରେ ପାକିସ୍ତାନକୁ ନିନ୍ଦା । ତୀବ୍ର ସମାଲୋଚନା ସତ୍ତ୍ୱେ ପାକିସ୍ତାନ ପ୍ରକୃତିରେ ପରିବର୍ତ୍ତନ କରୁନି । ପାକିସ୍ତାନରେ ମୌଳବାଦୀ ମାନସିକତା ଏପରି ସ୍ତରରେ ପହଞ୍ଚିଛି ଯେ ଏବେ ବିଦେଶରେ ଥିବା ଦୂତାବାସରେ ବସିଥିବା ଏହାର ଅଧିକାରୀମାନେ ଜିହାଦୀ ପରି ଆଚରଣ କରୁଛନ୍ତି । 


Some visuals: pic.twitter.com/KuYeKl33uj

ଏମିତି କରିଥିବା ଅଧିକାରୀ ଜଣଙ୍କ ପାକିସ୍ତାନୀ ସାମରିକ ଅଧିକାରୀ କର୍ଣ୍ଣେଲ ତୈମୁର ରାହତ । ଯିଏ କି ପାକିସ୍ତାନ ହାଇକମିଶନରେ ନିଯୁକ୍ତ ସେନା ଓ ବାୟୁସେନାର ପରାମର୍ଶଦାତା ଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିବାଦ କରି ଭାରତୀୟମାନେ ପାକିସ୍ତାନ ହାଇକମିଶନ ବାହାରେ ବିକ୍ଷୋଭ କରିଥିଲେ । 

ଏହି ସମୟରେ, ପାକିସ୍ତାନୀ ସାମରିକ ଅଧିକାରୀ ତୈମୁର ହାଇ କମିଶନ କୋଠାର ବାଲକୋନିରେ ଛିଡା ହୋଇଥିବାର ଦେଖିବାକୁ ମିଳିଥିଲା । ତେବେ ସେ ଖାଲି ଛିଡା ହୋଇନଥିଲେ ହାତରେ ଭାରତୀୟ ବାୟୁସେନାର ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କ ଫଟୋ ଧରିଥିଲେ। ଫଟୋକୁ ଧରି ସେ ତାଙ୍କ ବେକ କାଟିବାର ଆଚରଣ ଦେଖାିଥିଲେ । ସେପଟେ ତାଙ୍କର ଏପରି କାର୍ଯ୍ୟ ପରେ ସମାଲୋଚର ଶିକାର ହେବାକୁ ପଡିଛି ପୁଣି ପାକିସ୍ତାନକୁ ।