ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କ ଘର ପାଖରେ ବିସ୍ଫୋରଣ
ଇସଲାମାବାଦ,୮।୫: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କ ବାସଭବନ ନିକଟରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି, ଯାହା ସାରା ଦେଶରେ ଉତ୍ତେଜନା ସୃଷ୍ଟି କରିଛି। ଏହି ଘଟଣା ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ଏବଂ ଭାରତୀୟ ସେନାର ‘ଅପରେସନ ସିନ୍ଦୂର’ ପରେ ଘଟିଛି, ଯେଉଁଥିରେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ୯ଟି ଆତଙ୍କବାଦୀ ଶିବିରକୁ ନିଶାନା କରାଯାଇଥିଲା। ସୂଚନା ଅନୁସାରେ, ବିସ୍ଫୋରଣଟି ପ୍ରଧାନମନ୍ତ୍ରୀ ସରିଫଙ୍କ ବାସଭବନଠାରୁ ପ୍ରାୟ ୨୦ […] The post ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କ ଘର ପାଖରେ ବିସ୍ଫୋରଣ appeared first on Dharitri Odia News.
ଇସଲାମାବାଦ,୮।୫: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କ ବାସଭବନ ନିକଟରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି, ଯାହା ସାରା ଦେଶରେ ଉତ୍ତେଜନା ସୃଷ୍ଟି କରିଛି। ଏହି ଘଟଣା ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ଏବଂ ଭାରତୀୟ ସେନାର ‘ଅପରେସନ ସିନ୍ଦୂର’ ପରେ ଘଟିଛି, ଯେଉଁଥିରେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ୯ଟି ଆତଙ୍କବାଦୀ ଶିବିରକୁ ନିଶାନା କରାଯାଇଥିଲା।
ସୂଚନା ଅନୁସାରେ, ବିସ୍ଫୋରଣଟି ପ୍ରଧାନମନ୍ତ୍ରୀ ସରିଫଙ୍କ ବାସଭବନଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଘଟିଥିବା ଅନୁମାନ କରାଯାଉଛି। ପାକିସ୍ତାନ ସରକାର ବା ସେନା ପକ୍ଷରୁ ଏ ସମ୍ପର୍କରେ କୌଣସି ଆଧିକାରିକ ବିବୃତି ଜାରି କରାଯାଇନାହିଁ।
ବିସ୍ଫୋରଣ ଖବର ପ୍ରକାଶ ପାଇବା ପରେ ପାକିସ୍ତାନରେ ଲକଡାଉନ ଲାଗୁ କରାଯାଇଛି ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହବାଜ ସରିଫ ଏହି ଆକ୍ରମଣକୁ “ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ” ବୋଲି ଦାବି କରି ଦେଶବାସୀଙ୍କୁ ଏକତା ରକ୍ଷା କରିବା ଏବଂ ସେନାକୁ ସମର୍ଥନ କରିବାକୁ ଆହ୍ୱାନ ଦେଇଛନ୍ତି।
The post ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କ ଘର ପାଖରେ ବିସ୍ଫୋରଣ appeared first on Dharitri Odia News.