ପାକିସ୍ତାନ ବିରୋଧରେ ବାହାରିଲା ମୁସ୍ଲିମ୍ ଅଞ୍ଜୁମାନ କମିଟି, ନାରାରେ କମ୍ପୁଛି ଜୟପୁର
ଜୟପୁର,୨୫ା୪: ଜୟପୁର ବ୍ରହ୍ମାସାହି ନିକଟ ମସ୍ଜିଦ୍ରେ ଶୁକ୍ରବାର ଅବସରେ ନାମଜ ପରେ ନିଷ୍ପତ୍ତି ନିଆଯାଇଥିଲା। ସେହି ନିଷ୍ପତ୍ତି ଅନୁଯାୟୀ ମୁସଲିମ ଅଞ୍ଜୁମାନ କମିଟିର ସଦସ୍ୟମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ହିନ୍ଦୁସ୍ତାନ ଜିନ୍ଦାବାଦ୍ ପାକିସ୍ତାନ ମୁର୍ଦ୍ଦାବାଦ୍ ନାରା ଦେଇଛି। ପହଲଗାମ୍ (କଶ୍ମୀର)ରେ ନିରୀହ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ନିଷ୍ଠୁର ଆତଙ୍କବାଦୀ ଆକ୍ରମଣ ଦେଶବାସୀକୁ କ୍ଷୁବ୍ଧ କରିଛି। ଏହି ଘଟଣା ଯୋଗୁ ଜୟପୁରର ମୁସଲମାନେ ଅତ୍ୟନ୍ତ ଦୁଃଖିତ ଓ ଚକିତ। ଏହି ଘଟଣାକୁ ନେଇ ଅତ୍ୟନ୍ତ ଦୁଃଖ ଓ […] The post ପାକିସ୍ତାନ ବିରୋଧରେ ବାହାରିଲା ମୁସ୍ଲିମ୍ ଅଞ୍ଜୁମାନ କମିଟି, ନାରାରେ କମ୍ପୁଛି ଜୟପୁର appeared first on Dharitri Odia News.
ଜୟପୁର,୨୫ା୪: ଜୟପୁର ବ୍ରହ୍ମାସାହି ନିକଟ ମସ୍ଜିଦ୍ରେ ଶୁକ୍ରବାର ଅବସରେ ନାମଜ ପରେ ନିଷ୍ପତ୍ତି ନିଆଯାଇଥିଲା। ସେହି ନିଷ୍ପତ୍ତି ଅନୁଯାୟୀ ମୁସଲିମ ଅଞ୍ଜୁମାନ କମିଟିର ସଦସ୍ୟମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ହିନ୍ଦୁସ୍ତାନ ଜିନ୍ଦାବାଦ୍ ପାକିସ୍ତାନ ମୁର୍ଦ୍ଦାବାଦ୍ ନାରା ଦେଇଛି। ପହଲଗାମ୍ (କଶ୍ମୀର)ରେ ନିରୀହ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ନିଷ୍ଠୁର ଆତଙ୍କବାଦୀ ଆକ୍ରମଣ ଦେଶବାସୀକୁ କ୍ଷୁବ୍ଧ କରିଛି। ଏହି ଘଟଣା ଯୋଗୁ ଜୟପୁରର ମୁସଲମାନେ ଅତ୍ୟନ୍ତ ଦୁଃଖିତ ଓ ଚକିତ। ଏହି ଘଟଣାକୁ ନେଇ ଅତ୍ୟନ୍ତ ଦୁଃଖ ଓ ମୃତକଙ୍କ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଛନ୍ତି। କେନ୍ଦ୍ର ସରକାର ଆତଙ୍କବାଦୀଙ୍କ ଉପରେ ଯେ କୌଣସି କଠୋର ପଦକ୍ଷେପ ନେଲେ ଆମେ ସମର୍ଥନ କରିବୁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆମେ ଅଛୁ। ଆକ୍ରମଣର ଶିକାର ହୋଇଥିବା ପର୍ଯ୍ୟଟକ ଓ ତାଙ୍କ ପରିବାର ପ୍ରତି ଆମେ ଗଭୀର ସବବେଦନା ଜଣାଉଛୁ ବୋଲି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜୟପୁର ଉପଜିଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛ। ଏହି ଦାବିପତ୍ରର ନକଲ ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିବା ବିଷୟ ମୁସ୍ତାଫା ବେଗ, ମହମ୍ମଦ ଇଶାକ ଆକବର ବେଗ୍ ସୂଚନା ଦେଇଛି।
The post ପାକିସ୍ତାନ ବିରୋଧରେ ବାହାରିଲା ମୁସ୍ଲିମ୍ ଅଞ୍ଜୁମାନ କମିଟି, ନାରାରେ କମ୍ପୁଛି ଜୟପୁର appeared first on Dharitri Odia News.