ପାକିସ୍ତାନ ଯିବାକୁ ମନା କଲା ଭାରତ, ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ପିସିବି !
ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫିକୁ ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନିଜର ପକ୍ଷ ସ୍ପଷ୍ଟ କରି ସାରିଛି। ବିସିସିଆଇ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)କୁ ଜଣାଇ ଦେଇଛି ଯେ, ସୁରକ୍ଷା କାରଣରୁ ଭାରତୀୟ ଦଳ କୌଣସି ବି ସ୍ଥିତିରେ ପାକିସ୍ତାନ ଗସ୍ତ କରିବ ନାହିଁ। ଭାରତର ଆଭିମୁଖ୍ୟ ଦେଖି ପିସିବି ଘୋର ଆପତ୍ତି ଜାହିର କରିଛି। ସଦ୍ୟତମ ସୂଚନା ଅନୁଯାୟୀ, ପିସିବି ଅଧ୍ୟକ୍ଷ ମୋହସିନ ନକଭି ଆଗାମୀ ପଦକ୍ଷେପ ବିଷୟରେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସହିତ ଆଲୋଚନା ଚଳାଇଛନ୍ତି।ପିସିବିର ଜୈନକ ଅଧିକାରୀ କହିଛନ୍ତି, ମୋହସିନ ନକଭି ପିସିବି ଅଧ୍ୟକ୍ଷ ହେବା ସହ ଦେଶର ସଂଘୀୟ ଆଭ୍ୟନ୍ତରୀଣ ମନ୍ତ୍ରୀ। ସେ ସରକାରୀ ଅଧିକାରୀଙ୍କ ସହ ଭାରତର ଏତାଦୃଶ୍ୟ ବିଷୟରେ ଆଲୋଚନା କରିଛନ୍ତି। ଏବେ ଏହା ଦେଖିବା ବାକି ରହିଲା ଯେ, ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପିସିବିକୁ କଣ ନିର୍ଦ୍ଦେଶ ଦେଉଛନ୍ତି। ଏହା ପୂର୍ବରୁ ପିସିବି ଅଧ୍ୟକ୍ଷ ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ ମୋଡେଲ୍ ଆଧାରରେ ଆୟୋଜନ କରିବାକୁ ମନା କରି ସାରିଛନ୍ତି।ଭାରତ ପାକିସ୍ତାନ ଗସ୍ତ କରିବାକୁ ମନା କରିବା ପରେ ପିସିବି ଅଧିକାରୀ ନିରାଶ ବ୍ୟକ୍ତ କରିଛନ୍ତି। ଅଧିକାରୀ କହିଛନ୍ତି, ଏହାକୁ କଦାପି ସ୍ଵୀକାର କରାଯାଇ ପାରିବ ନାହିଁ। କାରଣ ଭାରତ ଦ୍ଵାରା ପୁଣି ଥରେ ପାକିସ୍ତାନକୁ ନିଜର ଟିମ୍ ପଠାଇବାକୁ ମନା କରିବାର କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ।
ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫିକୁ ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନିଜର ପକ୍ଷ ସ୍ପଷ୍ଟ କରି ସାରିଛି। ବିସିସିଆଇ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)କୁ ଜଣାଇ ଦେଇଛି ଯେ, ସୁରକ୍ଷା କାରଣରୁ ଭାରତୀୟ ଦଳ କୌଣସି ବି ସ୍ଥିତିରେ ପାକିସ୍ତାନ ଗସ୍ତ କରିବ ନାହିଁ। ଭାରତର ଆଭିମୁଖ୍ୟ ଦେଖି ପିସିବି ଘୋର ଆପତ୍ତି ଜାହିର କରିଛି। ସଦ୍ୟତମ ସୂଚନା ଅନୁଯାୟୀ, ପିସିବି ଅଧ୍ୟକ୍ଷ ମୋହସିନ ନକଭି ଆଗାମୀ ପଦକ୍ଷେପ ବିଷୟରେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସହିତ ଆଲୋଚନା ଚଳାଇଛନ୍ତି।
ପିସିବିର ଜୈନକ ଅଧିକାରୀ କହିଛନ୍ତି, ମୋହସିନ ନକଭି ପିସିବି ଅଧ୍ୟକ୍ଷ ହେବା ସହ ଦେଶର ସଂଘୀୟ ଆଭ୍ୟନ୍ତରୀଣ ମନ୍ତ୍ରୀ। ସେ ସରକାରୀ ଅଧିକାରୀଙ୍କ ସହ ଭାରତର ଏତାଦୃଶ୍ୟ ବିଷୟରେ ଆଲୋଚନା କରିଛନ୍ତି। ଏବେ ଏହା ଦେଖିବା ବାକି ରହିଲା ଯେ, ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପିସିବିକୁ କଣ ନିର୍ଦ୍ଦେଶ ଦେଉଛନ୍ତି। ଏହା ପୂର୍ବରୁ ପିସିବି ଅଧ୍ୟକ୍ଷ ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ ମୋଡେଲ୍ ଆଧାରରେ ଆୟୋଜନ କରିବାକୁ ମନା କରି ସାରିଛନ୍ତି।
ଭାରତ ପାକିସ୍ତାନ ଗସ୍ତ କରିବାକୁ ମନା କରିବା ପରେ ପିସିବି ଅଧିକାରୀ ନିରାଶ ବ୍ୟକ୍ତ କରିଛନ୍ତି। ଅଧିକାରୀ କହିଛନ୍ତି, ଏହାକୁ କଦାପି ସ୍ଵୀକାର କରାଯାଇ ପାରିବ ନାହିଁ। କାରଣ ଭାରତ ଦ୍ଵାରା ପୁଣି ଥରେ ପାକିସ୍ତାନକୁ ନିଜର ଟିମ୍ ପଠାଇବାକୁ ମନା କରିବାର କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ। ପାକିସ୍ତାନ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଚାମ୍ପିଅନ୍ସ ଟ୍ରଫିର ପ୍ରସ୍ତୁତି ଚଳାଇଛି। ଆମେ ପ୍ରଥମରୁ ହିଁ ଭାରତ ସହିତ ସମସ୍ତ ଦଳକୁ ସର୍ବୋତ୍ତମ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବୁ ବୋଲି ଆଶ୍ଵାସନ ଦେଇଛୁ। ଆଇସିସିକୁ ମଧ୍ୟ ଏ ସଂପର୍କରେ ଅବଗତ କରାଇଛୁ। ତଥାପି ଭାରତ ପାକିସ୍ତାନ ଗସ୍ତ କରିବାକୁ ମନା କରିବା କିଛି ବୁଝି ହେଉ ନାହିଁ।
ଅଧିକାରୀ ଏହା ମଧ୍ୟ ସ୍ଵୀକାର କରିଛନ୍ତି ଯେ, ଭାରତ ବିପକ୍ଷ ସମସ୍ତ ମ୍ୟାଚ୍ ବହିଷ୍କାର କରିବାର କଡ଼ା ଆଭିମୁଖ୍ୟ ଆପଣେଇଲେ ପାକିସ୍ତାନକୁ ଆର୍ଥିକ କ୍ଷତି ସହିବାକୁ ପଡ଼ିବ। କିନ୍ତୁ ଆମେ ଏମିତି ସ୍ଥିତି ପାଇଁ ପ୍ରସ୍ତୁତ ଅଛୁ। ତେବେ ପାକିସ୍ତାନରେ ଚର୍ଚ୍ଚା ଚାଲିଛି ଯେ, ଆରମ୍ଭ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି କିମ୍ବା ଅନ୍ୟ ଆଇସିସି କିମ୍ବା ବହୁ ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଭାରତ ବିପକ୍ଷରେ ଖେଳିବା ବନ୍ଦ କରୁ। ତାହା ସେ ପର୍ଯ୍ୟନ୍ତ ଜାରି ରହୁ ଯେ ପର୍ଯ୍ୟନ୍ତ ଭାରତ ସରକାର ନିଜର ନୀତି ପରିବର୍ତ୍ତନ ନ କରିଛନ୍ତି।
ପାକିସ୍ତାନର ଅନେକ ପୂର୍ବତନ କ୍ରିକେଟର ପୂର୍ବତନ ଟେଷ୍ଟ ଅଧିନାୟକ ରାଶିଦ ଲତିଫ, ଜାଭେଦ ମିଆଁଦାଦ ଓ ଇଞ୍ଜାମାମ ଉଲ ହକ ପରି ବରିଷ୍ଠ ଖେଳାଳି ଭାରତର ନିଷ୍ପତ୍ତିରେ ନିରାଶ ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫେବୃଆରୀ ୧୯ରେ ଆରମ୍ଭ ହେବାକୁ ଯାଉଛି। ଏହାର ଫାଇନାଲ୍ ମ୍ୟାଚ୍ ମାର୍ଚ୍ଚ ୯ ତାରିଖ ଖେଳାଯିବ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ଖେଳାଯିବ। ଭାରତ ଗସ୍ତ ନ କଲେ ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମୋଡେଲ୍ ଆଧାରରେ ଖେଳା ଯାଇପାରେ ବୋଲି କୁହାଯାଉଛି।