ପାକିସ୍ତାନ ରାଷ୍ଟ୍ରଦୂତଙ୍କୁ ଆମେରିକାରେ ମିଳିଲାନି ଏଣ୍ଟ୍ରି: ଲସ୍ ଆଞ୍ଜେଲେସ୍ରୁ ତଡ଼ି ଦେଲା
ନୂଆଦିଲ୍ଲୀ: ଆମେରିକାରୁ ନିର୍ବାସିତ ହେଲେ ପାକିସ୍ତାନର ରାଷ୍ଟ୍ରଦୂତ। ତୁର୍କମେନିସ୍ତାନରେ ପାକିସ୍ତାନ ରାଷ୍ଟ୍ରଦୂତ ଥିବା କେକେ ଏହସାନ ୱାଗନ ଛୁଟି ଦିନରେ ଆମେରିକାର ଲସ୍ ଆଞ୍ଜେଲେସ୍ ଗସ୍ତ କରିଥିଲେ। ହେଲେ ସେଠାରେ ତାଙ୍କୁ ପ୍ରବେଶ କରିବାକୁ ଦିଆଯାଇ ନଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଅହଶନଙ୍କ ପାଖରେ ସମସ୍ତ ପ୍ରକାର ଆଇନଗତ ଅନୁମତି ଓ ଭିସା ଥିବା ସତ୍ତ୍ୱେ ତାଙ୍କୁ ଆମେରିକାରୁ ତଡ଼ି ଦିଆଯାଇଥିବା ମିଡିଆରେ ଖବର ପ୍ରକାଶ ପାଇଛି। ଜଣେ ରାଷ୍ଟ୍ରଦୂତଙ୍କୁ ଏଭଳି ଅପମାନ କରି ତଡ଼ି ଦେବା ଘଟଣା ପାକିସ୍ତାନ ପାଇଁ ଅପମାନ ଜନକ ହୋଇଥିବା ବେଳେ ଆମେରିକାର ଏଭଳି ଆଚରଣକୁ ନେଇ ପ୍ରଶ୍ନ ଉଠିଛି। ଏହି ଖବର ଦି ନ୍ୟୁଜ୍ ନାମକ ଏକ ଗଣାଧ୍ୟମର ପ୍ରକାଶ ପାଇବା ପରେ ବର୍ତ୍ତମାନ ଏହା ବିଭିନ୍ନ ମିଡିଆର ହେଡ୍ଲାଇନ୍ ହୋଇଛି। ରିପୋର୍ଟ ଅନୁସାରେ ଆମେରିକାର ପ୍ରବାସୀ ସିଷ୍ଟମ ଚିହ୍ନଟ ପ୍ରକ୍ରିୟାରେ ରାଷ୍ଟ୍ରଦୂତଙ୍କ ଭିସା ବିବାଦୀୟ ଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ଲସ୍ ଆଞ୍ଜେଲେସରୁ ବିଦା କରାଯାଇଛି। ତେବେ ଏନେଇ ଆମେରିକା ପକ୍ଷରୁ କିନ୍ତୁ କୌଣସି ସବିଶେଷ ତଥ୍ୟ ଦିଆଯାଇ ନାହିଁ।ପଢ଼ନ୍ତୁ- ବାରମ୍ୱାର ଡାଉନ୍, ୨୪ ଘଣ୍ଟାରେ ଲଗାତାର ସାଇବର ଆଟାକ, ୟୁକ୍ରେନକୁ ଦାୟୀ କଲେ ମସ୍କଏନେଇ ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। “ରାଷ୍ଟ୍ରଦୂତ କେକେ ୱାଗାନଙ୍କୁ ଆମେରିକାରୁ ନିର୍ବାସିତ କରାଯାଇଛି। ତାଙ୍କର ପ୍ରବାସୀ ସମ୍
ନୂଆଦିଲ୍ଲୀ: ଆମେରିକାରୁ ନିର୍ବାସିତ ହେଲେ ପାକିସ୍ତାନର ରାଷ୍ଟ୍ରଦୂତ। ତୁର୍କମେନିସ୍ତାନରେ ପାକିସ୍ତାନ ରାଷ୍ଟ୍ରଦୂତ ଥିବା କେକେ ଏହସାନ ୱାଗନ ଛୁଟି ଦିନରେ ଆମେରିକାର ଲସ୍ ଆଞ୍ଜେଲେସ୍ ଗସ୍ତ କରିଥିଲେ। ହେଲେ ସେଠାରେ ତାଙ୍କୁ ପ୍ରବେଶ କରିବାକୁ ଦିଆଯାଇ ନଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଅହଶନଙ୍କ ପାଖରେ ସମସ୍ତ ପ୍ରକାର ଆଇନଗତ ଅନୁମତି ଓ ଭିସା ଥିବା ସତ୍ତ୍ୱେ ତାଙ୍କୁ ଆମେରିକାରୁ ତଡ଼ି ଦିଆଯାଇଥିବା ମିଡିଆରେ ଖବର ପ୍ରକାଶ ପାଇଛି।
ଜଣେ ରାଷ୍ଟ୍ରଦୂତଙ୍କୁ ଏଭଳି ଅପମାନ କରି ତଡ଼ି ଦେବା ଘଟଣା ପାକିସ୍ତାନ ପାଇଁ ଅପମାନ ଜନକ ହୋଇଥିବା ବେଳେ ଆମେରିକାର ଏଭଳି ଆଚରଣକୁ ନେଇ ପ୍ରଶ୍ନ ଉଠିଛି। ଏହି ଖବର ଦି ନ୍ୟୁଜ୍ ନାମକ ଏକ ଗଣାଧ୍ୟମର ପ୍ରକାଶ ପାଇବା ପରେ ବର୍ତ୍ତମାନ ଏହା ବିଭିନ୍ନ ମିଡିଆର ହେଡ୍ଲାଇନ୍ ହୋଇଛି। ରିପୋର୍ଟ ଅନୁସାରେ ଆମେରିକାର ପ୍ରବାସୀ ସିଷ୍ଟମ ଚିହ୍ନଟ ପ୍ରକ୍ରିୟାରେ ରାଷ୍ଟ୍ରଦୂତଙ୍କ ଭିସା ବିବାଦୀୟ ଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ଲସ୍ ଆଞ୍ଜେଲେସରୁ ବିଦା କରାଯାଇଛି। ତେବେ ଏନେଇ ଆମେରିକା ପକ୍ଷରୁ କିନ୍ତୁ କୌଣସି ସବିଶେଷ ତଥ୍ୟ ଦିଆଯାଇ ନାହିଁ।
ପଢ଼ନ୍ତୁ- ବାରମ୍ୱାର ଡାଉନ୍, ୨୪ ଘଣ୍ଟାରେ ଲଗାତାର ସାଇବର ଆଟାକ, ୟୁକ୍ରେନକୁ ଦାୟୀ କଲେ ମସ୍କ
ଏନେଇ ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। “ରାଷ୍ଟ୍ରଦୂତ କେକେ ୱାଗାନଙ୍କୁ ଆମେରିକାରୁ ନିର୍ବାସିତ କରାଯାଇଛି। ତାଙ୍କର ପ୍ରବାସୀ ସମ୍ପର୍କିତ ଅଭିଯୋଗ କାରଣରୁ ତାଙ୍କୁ ନିର୍ବାସିତ କରାଯାଇଛି।” ଘଟଣାରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଏବଂ ସଚିବ ଅମିନା ବଲୋଚଙ୍କୁ ଏହି ଘଟଣା ବିଷୟରେ ଅବଗତ କରାଯାଇଥିଲା। ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଲସ୍ ଆଞ୍ଜେଲସ୍ରେ ଥିବା ଏହାର ବାଣିଜ୍ୟ ଦୂତାବାସକୁ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି। ୱାଗନଙ୍କୁ ପାକିସ୍ତାନ ଡକାଯାଇ ଘଟଣା ବିଷୟରେ ସମ୍ପୂର୍ଣ୍ଣ ପଚରାଉଚରା କରାଯାଇପାରେ ବୋଲି କୁହାଯାଉଛି।
ପାକିସ୍ତାନର ଅଭିଜ୍ଞ କୂଟନୀତିଜ୍ଞ ୱାଗାନ ପାକିସ୍ତାନର ବୈଦେଶିକ ସେବାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ତୁର୍କମେନିସ୍ତାନରେ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତି ହେବା ପୂର୍ବରୁ ସେ କାଠମାଣ୍ଡୁରେ ପାକିସ୍ତାନୀ ଦୂତାବାସରେ ଦ୍ୱିତୀୟ ସଚିବ ଭାବରେ କାର୍ଯ୍ୟ କରିଥିଲେ। ସେ ଲସ୍ ଆଞ୍ଜେଲସ୍ରେ ପାକିସ୍ତାନୀ କନସୁଲେଟ୍ରେ ଡେପୁଟି କନସୁଲ୍ ଜେନେରାଲ୍ ମଧ୍ୟ ଥିଲେ।
ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଘଟଣା କୌଣସି କୂଟନୈତିକ ସମ୍ବନ୍ଧିତ ନୁହେଁ, ବଂର ୱାଗାନଙ୍କ ଆମେରିକାରେ କାର୍ଯ୍ୟକାଳ ସମ୍ପର୍କିତ ପ୍ରଶାସନିକ ଅଭିଯୋଗ ଯୋଗୁ ତାଙ୍କୁ ନିର୍ବାସିତ କରାଯାଇ ଥାଇପାରେ। ଗତ ସପ୍ତାହରେ, ରଏଟର୍ସ ଏକ ରିପୋର୍ଟ କରିଥିଲା ଯେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଖୁବ୍ ଶୀଘ୍ର ପାକିସ୍ତାନ ନାଗରିକଙ୍କ ଆମେରିକା ଗସ୍ତ ବ୍ୟାନ୍ କରିବା ନେଇ ଏକ ନୂଆ କଟକଣା ଘୋଷଣା କରିବେ। ଏଥିରେ ପାକିସ୍ତାନ ନାଗରିକଙ୍କ ପାଇଁ ଆମେରିକା ଗସ୍ତ କରିବାରେ ପ୍ରତିବନ୍ଧକ ଲଗାଯିବ।