ପାକିସ୍ତାନ ସେନା ଉପରେ ଜୋରଦାର ଆକ୍ରମଣ: ବିସ୍ଫୋରଣରେ ୭ ସୈନିକ ନିହତ: ରିପୋର୍ଟ
ନୂଆଦିଲ୍ଲୀ, ୬।୫: ମଙ୍ଗଳବାର ପାକିସ୍ତାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ବାଲୋଚିସ୍ତାନରେ ଏକ ଆଇଇଡି ବିସ୍ଫୋରଣରେ ପାକିସ୍ତାନ ସେନାର ସାତ ଜଣ ସୈନିକ ନିହତ ହୋଇଛନ୍ତି। ସେନା ଗାଡିକୁ ଟାର୍ଗେଟ କରାଯାଇଥିବା ନ୍ୟୁଜ ଏଜେନ୍ସି ରୟଟର୍ସ ରିପୋର୍ଟ କରିଛି। ଏହି ଆକ୍ରମଣର ଦାୟିତ୍ୱ କେଉଁ ଗୋଷ୍ଠୀ ନେଇଛି ତାହା ଜଣାପଡ଼ି ନଥିଲା। ବାଲୋଚିସ୍ତାନ ଲିବରେସନ ଆର୍ମୀ (BLA), ଯିଏ ପାକିସ୍ତାନରୁ ବାଲୋଚିସ୍ତାନର ସ୍ୱାଧୀନତା ପାଇଁ ଲଢ଼ୁଥିବା ଏକ ବିଚ୍ଛିନ୍ନତାବାଦୀ ସଂଗଠନ, ଅତୀତରେ ପାକିସ୍ତାନ ସେନା କର୍ମୀ ଏବଂ ସୁରକ୍ଷା […] The post ପାକିସ୍ତାନ ସେନା ଉପରେ ଜୋରଦାର ଆକ୍ରମଣ: ବିସ୍ଫୋରଣରେ ୭ ସୈନିକ ନିହତ: ରିପୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ, ୬।୫: ମଙ୍ଗଳବାର ପାକିସ୍ତାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ବାଲୋଚିସ୍ତାନରେ ଏକ ଆଇଇଡି ବିସ୍ଫୋରଣରେ ପାକିସ୍ତାନ ସେନାର ସାତ ଜଣ ସୈନିକ ନିହତ ହୋଇଛନ୍ତି। ସେନା ଗାଡିକୁ ଟାର୍ଗେଟ କରାଯାଇଥିବା ନ୍ୟୁଜ ଏଜେନ୍ସି ରୟଟର୍ସ ରିପୋର୍ଟ କରିଛି।
ଏହି ଆକ୍ରମଣର ଦାୟିତ୍ୱ କେଉଁ ଗୋଷ୍ଠୀ ନେଇଛି ତାହା ଜଣାପଡ଼ି ନଥିଲା। ବାଲୋଚିସ୍ତାନ ଲିବରେସନ ଆର୍ମୀ (BLA), ଯିଏ ପାକିସ୍ତାନରୁ ବାଲୋଚିସ୍ତାନର ସ୍ୱାଧୀନତା ପାଇଁ ଲଢ଼ୁଥିବା ଏକ ବିଚ୍ଛିନ୍ନତାବାଦୀ ସଂଗଠନ, ଅତୀତରେ ପାକିସ୍ତାନ ସେନା କର୍ମୀ ଏବଂ ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ କରି ଏଭଳି ଆକ୍ରମଣ କରିଛି।
BLA ସେତେବେଳେ ଚର୍ଚ୍ଚାରେ ଆସିଥିଲା ଯେତେବେଳେ ବିଚ୍ଛିନ୍ନତାବାଦୀମାନେ ମାର୍ଚ୍ଚ ମାସରେ ବାଲୋଚିସ୍ତାନରେ ଜାଫର ଏକ୍ସପ୍ରେସକୁ ଅପହରଣ କରିଥିଲେ, ଯାହା ଫଳରେ ଗୋଷ୍ଠୀର ଦାବି ଅନୁଯାୟୀ ୧୦୦ରୁ ଅଧିକ ସୁରକ୍ଷା କର୍ମୀ ଏବଂ ନାଗରିକଙ୍କ ମୃତ୍ୟୁ ହୋଇଥିଲା।
The post ପାକିସ୍ତାନ ସେନା ଉପରେ ଜୋରଦାର ଆକ୍ରମଣ: ବିସ୍ଫୋରଣରେ ୭ ସୈନିକ ନିହତ: ରିପୋର୍ଟ appeared first on Dharitri Odia News.