ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା

କୋକସରା,୩୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ଦେଇ ପିପଲଗୁଡା ଯାଉଥିବା ସୁଭଦ୍ରା ନାମକ ଏକ ଘରୋଇ ବସ୍‌ ସହିତ କୁଶମାଲ ଛକ ନିକଟରେ ଏକ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକରେ ଥିବା ୨ଜଣ ଯୁବକ ଗୁରତର ଆହତ ହୋଇଛନ୍ତି। ସେମାନେ ହେଲେ ଧର୍ମଗଡ଼ ବ୍ଲକ ଜୟନ୍ତପୁର ଗ୍ରାମର ଗୟାଧର ଲୁହାର(୨୫) ଏବଂ ସୁବୋଧ ଭୋଇ(୩୦)। ସେମାନେ ଜୟପାଟଣା ଥାନା ଘଣ୍ଟିଗୁଡାକୁ କୌଣସି କାମରେ ଯାଇ ଘରକୁ ଫେରୁଥିବା ବେଳେ […] The post ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା appeared first on Dharitri Odia News.

ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା

କୋକସରା,୩୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ଦେଇ ପିପଲଗୁଡା ଯାଉଥିବା ସୁଭଦ୍ରା ନାମକ ଏକ ଘରୋଇ ବସ୍‌ ସହିତ କୁଶମାଲ ଛକ ନିକଟରେ ଏକ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକରେ ଥିବା ୨ଜଣ ଯୁବକ ଗୁରତର ଆହତ ହୋଇଛନ୍ତି। ସେମାନେ ହେଲେ ଧର୍ମଗଡ଼ ବ୍ଲକ ଜୟନ୍ତପୁର ଗ୍ରାମର ଗୟାଧର ଲୁହାର(୨୫) ଏବଂ ସୁବୋଧ ଭୋଇ(୩୦)।

ସେମାନେ ଜୟପାଟଣା ଥାନା ଘଣ୍ଟିଗୁଡାକୁ କୌଣସି କାମରେ ଯାଇ ଘରକୁ ଫେରୁଥିବା ବେଳେ କୁଇଶମାଲ ଛକ ନିକଟରେ ଯାତ୍ରୀବାହୀ ବସ ସହ ଦୁର୍ଘଟଣା ଘଟିଥିଲା। ଆହତ ଯୁବକଙ୍କୁ ବସ୍‌ କଣ୍ଡକ୍ଟର ଏକ ବୋଲେରୋ ଗାଡ଼ିରେ ଆଣି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଅନ୍ୟପଟେ ଦୁର୍ଘଟଣା ଘଟାଇ ଥିବା ବସ୍‌କୁ ଜୟପାଟଣା ପୋଲିସ ଜିମା ଦିଆଯାଇଛି।

The post ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା appeared first on Dharitri Odia News.