ପାକିସ୍ତାନକୁ ଚେତାବନୀ ଦେଲେ ମୋଦି

ନୂଆଦିଲ୍ଲୀ,୧୧।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବର୍ତ୍ତମାନ ଆଉ କିଛି ଦିନ ବାକି ଅଛି। ଏପ୍ରିଲ ୧୯ରେ ଭୋଟ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ପ୍ରସିଦ୍ଧ ପତ୍ରିକା ନ୍ୟୁଜୱିକ୍‌କୁ ଏକ ସାକ୍ଷାତକାର ଦେଇଛନ୍ତି, ଏଥିରେ ସେ ପାକିସ୍ତାନ ସମେତ ବିଭିନ୍ନ ପ୍ରସଙ୍ଗ ବିଷୟରେ କହିଥିଲେ। ପାକିସ୍ତାନ ସହ ସମ୍ପର୍କ ବିଷୟରେ ପଚରାଯିବାରୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ୍‌ ଶରିଫ୍‌ଙ୍କୁ କାର୍ଯ୍ୟଭାର ଗ୍ରହଣ କରିଥିବାରୁ […] The post ପାକିସ୍ତାନକୁ ଚେତାବନୀ ଦେଲେ ମୋଦି appeared first on Dharitri Odia News.

ପାକିସ୍ତାନକୁ ଚେତାବନୀ ଦେଲେ ମୋଦି

ନୂଆଦିଲ୍ଲୀ,୧୧।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବର୍ତ୍ତମାନ ଆଉ କିଛି ଦିନ ବାକି ଅଛି। ଏପ୍ରିଲ ୧୯ରେ ଭୋଟ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ପ୍ରସିଦ୍ଧ ପତ୍ରିକା ନ୍ୟୁଜୱିକ୍‌କୁ ଏକ ସାକ୍ଷାତକାର ଦେଇଛନ୍ତି, ଏଥିରେ ସେ ପାକିସ୍ତାନ ସମେତ ବିଭିନ୍ନ ପ୍ରସଙ୍ଗ ବିଷୟରେ କହିଥିଲେ।
ପାକିସ୍ତାନ ସହ ସମ୍ପର୍କ ବିଷୟରେ ପଚରାଯିବାରୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ୍‌ ଶରିଫ୍‌ଙ୍କୁ କାର୍ଯ୍ୟଭାର ଗ୍ରହଣ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଆତଙ୍କବାଦ ତଥା ହିଂସା ମୁକ୍ତ ପରିବେଶରେ ଶାନ୍ତି, ନିରାପତ୍ତା ଏବଂ ସମୃଦ୍ଧତା ପାଇଁ ଭାରତ ସର୍ବଦା ଓକିଲାତି କରିଆସୁଛି। ଏହା ଆଗକୁ ଜାରି ରହିବ। ପାକିସ୍ତାନକୁ ପ୍ରରୋକ୍ଷରେ ଚେତାବନୀ ଦେଇଛନ୍ତି।
ଜମ୍ମୁ କଶ୍ମୀରରୁ ଧାରା ୩୭୦ ରଦ୍ଦ ହେବା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ପରେ ଜମ୍ମୁ କଶ୍ମୀରରେ ବ୍ୟାପକ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳେ। ସେ କହିଛନ୍ତି ଯେ ସେ ଗତ ମାସରେ ଜାମ୍ମୁ କାଶ୍ମୀର ଯାଇଥିଲେ ଏବଂ ବର୍ତ୍ତମାନ ଲୋକଙ୍କ ଜୀବନରେ ଏକ ନୂତନ ଆଶା ସୃଷ୍ଟି ହୋଇଛି ଏବଂ ବର୍ତ୍ତମାନ ଲୋକମାନେ ଶାନ୍ତିରେ ଜୀବନ ବିତାଉଛନ୍ତି। ସେ କହିଛନ୍ତି, ୨୦୨୩ରେ ୨୧ ମିଲିୟନରୁ ଅଧିକ ପର୍ଯ୍ୟଟକ ଜମ୍ମୁ କଶ୍ମୀର ପରିଦର୍ଶନ କରିଥିଲେ କାରଣ ସେଠାରେ ଆତଙ୍କବାଦୀ ଘଟଣାରେ ହ୍ରାସ ଘଟିଛି।

The post ପାକିସ୍ତାନକୁ ଚେତାବନୀ ଦେଲେ ମୋଦି appeared first on Dharitri Odia News.