ପାକିସ୍ତାନକୁ ଧୂଳି ଚଟାଇ ଏସିଆ କପ୍ ହ୍ୟାଟ୍ରିକ ଜିତିଲା ଟିମ୍ ଇଣ୍ଡିଆ, ଫାଇନାଲ୍‌ରେ ୫-୩ରେ ହରାଇଲା

ନୂଆଦିଲ୍ଲୀ: ପୁରୁଷ ଜୁନିୟର ହକି ଏସିଆ କପ୍ ୨୦୨୪ର ଫାଇନାଲ୍‌ରେ ଭାରତ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ହରାଇ ଏସିଆ କପ୍  ଚାମ୍ପିଅନ ହୋଇଛି। ମସ୍କଟରେ ଖେଳା ଯାଇଥିବା ଫାଇନାଲ୍‌ରେ ଭାରତ ୫-୩ ଗୋଲ୍‌ରେ ପାକିସ୍ତାନକୁ ମାତ୍ ଦେଇ ଏସିଆ କପ୍‌ରେ ହ୍ୟାଟ୍ରିକ ଅର୍ଜନ କରିଛି। ଭାରତ ପକ୍ଷରୁ ଅରିଜିତ ସିଂ ଦମଦାର ପ୍ରଦର୍ଶନ କରି ଏକାକୀ ୪ଟି ଗୋଲ୍ ଦେଇ ବିଜୟରେ ମୁଖ୍ୟ ବିନ୍ଧାଣି ସାଜିଥିବା ବେଳେ ଦିଲରାଜ ସିଂ ଗୋଟିଏ ଗୋଲ୍ ଦେଇଛନ୍ତି। ପାକିସ୍ତାନ ପକ୍ଷରୁ ସୁଫୟାନ ଖାନ ଦୁଇଟି ଓ ହନାନ ଶାହିଦ ଗୋଟିଏ ଗୋଲ୍ ସ୍କୋର କରିଛନ୍ତି। ଜୁନିୟର ବିଭାଗରେ ଭାରତର ଏହା ପଞ୍ଚମ ଏସିଆ କପ୍ ଟାଇଟଲ୍। ଏହା ପୂର୍ବରୁ ଭାରତ ୨୦୦୪, ୨୦୦୮, ୨୦୧୫ ଓ ୨୦୨୩ରେ ଚାମ୍ପିଅନ ହୋଇଥିଲା। କରୋନା ମହାମାରୀ କାରଣରୁ ଜୁନିୟର ଏସିଆ କପ୍‌ ୨୦୨୧ରେ ଆୟୋଜନ ହୋଇ ନ ଥିଲା।Also read: ପୁଣି ନିରାଶ ପାକିସ୍ତାନ ! ଚାମ୍ପିଅନ୍ସ ଟ୍ରଫି ଉପରେ ICCକୁ ଜବାବ ପଠାଇଲା BCCIଫାଇନାଲ୍ ମୁକାବିଲାରେ ପାକିସ୍ତାନ ପ୍ରଥମ ଗୋଲ୍ ସ୍କୋର କରିଥିଲା। ପ୍ରଥମ କ୍ଵାର୍ଟରର ତୃତୀୟ ମିନିଟ୍‌ର ହନାନ ଶାହିଦ ଗୋଲ୍ ଦେଇ ନିଜ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହା ପରେ ପରେ ଭାରତ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା। ଭାରତ ପକ୍ଷରୁ ଚତୁର୍ଥ ମିନିଟ୍‌ରେ ଅରିଜିତ ସିଂ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ସଫଳତାର ସହ ଗୋଲ୍‌ରେ ପରିଣତ କରିଥିଲେ। ପ୍ରଥମ କ୍ଵା

ପାକିସ୍ତାନକୁ ଧୂଳି ଚଟାଇ ଏସିଆ କପ୍ ହ୍ୟାଟ୍ରିକ ଜିତିଲା ଟିମ୍ ଇଣ୍ଡିଆ, ଫାଇନାଲ୍‌ରେ ୫-୩ରେ ହରାଇଲା

ନୂଆଦିଲ୍ଲୀ: ପୁରୁଷ ଜୁନିୟର ହକି ଏସିଆ କପ୍ ୨୦୨୪ର ଫାଇନାଲ୍‌ରେ ଭାରତ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ହରାଇ ଏସିଆ କପ୍  ଚାମ୍ପିଅନ ହୋଇଛି। ମସ୍କଟରେ ଖେଳା ଯାଇଥିବା ଫାଇନାଲ୍‌ରେ ଭାରତ ୫-୩ ଗୋଲ୍‌ରେ ପାକିସ୍ତାନକୁ ମାତ୍ ଦେଇ ଏସିଆ କପ୍‌ରେ ହ୍ୟାଟ୍ରିକ ଅର୍ଜନ କରିଛି। ଭାରତ ପକ୍ଷରୁ ଅରିଜିତ ସିଂ ଦମଦାର ପ୍ରଦର୍ଶନ କରି ଏକାକୀ ୪ଟି ଗୋଲ୍ ଦେଇ ବିଜୟରେ ମୁଖ୍ୟ ବିନ୍ଧାଣି ସାଜିଥିବା ବେଳେ ଦିଲରାଜ ସିଂ ଗୋଟିଏ ଗୋଲ୍ ଦେଇଛନ୍ତି। ପାକିସ୍ତାନ ପକ୍ଷରୁ ସୁଫୟାନ ଖାନ ଦୁଇଟି ଓ ହନାନ ଶାହିଦ ଗୋଟିଏ ଗୋଲ୍ ସ୍କୋର କରିଛନ୍ତି। ଜୁନିୟର ବିଭାଗରେ ଭାରତର ଏହା ପଞ୍ଚମ ଏସିଆ କପ୍ ଟାଇଟଲ୍। ଏହା ପୂର୍ବରୁ ଭାରତ ୨୦୦୪, ୨୦୦୮, ୨୦୧୫ ଓ ୨୦୨୩ରେ ଚାମ୍ପିଅନ ହୋଇଥିଲା। କରୋନା ମହାମାରୀ କାରଣରୁ ଜୁନିୟର ଏସିଆ କପ୍‌ ୨୦୨୧ରେ ଆୟୋଜନ ହୋଇ ନ ଥିଲା।

Also read: ପୁଣି ନିରାଶ ପାକିସ୍ତାନ ! ଚାମ୍ପିଅନ୍ସ ଟ୍ରଫି ଉପରେ ICCକୁ ଜବାବ ପଠାଇଲା BCCI

ଫାଇନାଲ୍ ମୁକାବିଲାରେ ପାକିସ୍ତାନ ପ୍ରଥମ ଗୋଲ୍ ସ୍କୋର କରିଥିଲା। ପ୍ରଥମ କ୍ଵାର୍ଟରର ତୃତୀୟ ମିନିଟ୍‌ର ହନାନ ଶାହିଦ ଗୋଲ୍ ଦେଇ ନିଜ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହା ପରେ ପରେ ଭାରତ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା। ଭାରତ ପକ୍ଷରୁ ଚତୁର୍ଥ ମିନିଟ୍‌ରେ ଅରିଜିତ ସିଂ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ସଫଳତାର ସହ ଗୋଲ୍‌ରେ ପରିଣତ କରିଥିଲେ। ପ୍ରଥମ କ୍ଵାର୍ଟର ଶେଷ ସୁଦ୍ଧା ମ୍ୟାଚ୍ ୧-୧ରେ ବରାବର ରହିଥିଲା। 




ଭାରତୀୟ ଦଳ ଦ୍ଵିତୀୟ କ୍ଵାର୍ଟରରେ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ଅରିଜିତ ପୁଣି ଥରେ ପେନାଲ୍ଟି କର୍ଣ୍ଣରୁ ଗୋଲ୍ ଦେଇ ଭାରତକୁ ୨-୧ରେ ଆଗୁଆ କରିଥିଲେ। ଦ୍ଵିତୀୟ କ୍ଵାର୍ଟରର ୧୯ତମ ମିନିଟ୍‌ରେ ଦିଲରଜ ସିଂ ଗୋଲ୍ ଦେବାରୁ ଭାରତ ୩-୧ରେ ଅଗ୍ରଣୀ ରହିଥିଲା। ତେବେ ପାକିସ୍ତାନ ପକ୍ଷରୁ ୩୦ତମ ମିନିଟ୍‌ରେ ସୁଫିୟାନ ଖାନ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ  ପରିଣତ କରିଥିଲେ। ଦ୍ଵିତୀୟ କ୍ଵାର୍ଟର ଖେଳ ସୁଦ୍ଧା ଭାରତ ୩-୨ରେ ଆଗୁଆ ରହିଥିଲା।

ତୃତୀୟ କ୍ଵାର୍ଟର ପାକିସ୍ତାନ ପାଇଁ ଦମଦାର ରହିଥିଲା। ସୁଫିୟାନ ୩୯ତମ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣରକୁ ସଫଳ କରିଥିଲେ। ଆଉ ତୃତୀୟ କ୍ଵାର୍ଟର ଖେଳ ଶେଷ ସୁଦ୍ଧା ମ୍ୟାଚ୍ ୩-୩ରେ ବରାବର ସ୍ଥିତିରେ ରହିଥିଲା। କିନ୍ତୁ ଭାରତ ଚତୁର୍ଥ କ୍ଵାର୍ଟରରେ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲା। ଦଳ ପକ୍ଷରୁ ଅରିଜିତ ୪୭ତମ ମିନିଟ୍‌ରେ ଗୋଲ୍ ଦେଇ ବ୍ୟକ୍ତିଗତ ହ୍ୟାଟ୍ରିକ ଅର୍ଜନ କରିଥିଲେ। ଏହା ପରେ ୫୪ତମ ମିନିଟ୍‌ରେ ପୁଣି ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ଭାରତର ବିଜୟ ସୁନିଶ୍ଚିତ କରିଥିଲେ। ତାଙ୍କର ଏହି ଚମତ୍କାର ପ୍ରଦର୍ଶନ ଦମରେ ଭାରତ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୫-୩ରେ ହରାଇଛି।