ପାକିସ୍ତାନକୁ ପୁଣି ମୁହଁତୋଡ ଜବାବ ଦେଲା ଭାରତ
ନୂଆଦିଲ୍ଲୀ/ଇସଲାମାବାଦ୍,୨୧।୬: ଋଣ ଜାଲରେ ପଡ଼ି ଚାଇନା ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ପାକିସ୍ତାନ ମିଳିତ ଜାତିସଂଘରେ କଶ୍ମୀର ପ୍ରସଙ୍ଗକୁ କ୍ରମାଗତ ଭାବେ ଉଠାଉଛି। କିନ୍ତୁ ଭାରତୀୟ କର୍ତ୍ତୃପକ୍ଷ ତାହାର କଡ଼ା ଜବାବ ଦେଉଛନ୍ତି। ପୁଣିଥରେ ଜାତିସଂଘ ମାନବ ଅଧିକାର ପରିଷଦରେ ପାକିସ୍ତାନ ଜମ୍ମୁ କଶ୍ମୀର ପ୍ରସଙ୍ଗ ଉଠାଇଛି, ଭାରତ ପାକିସ୍ତାନକୁ ଉଚିତ୍ ଜବାବ ଦେଇଛି। ମିଳିତ ଜାତିସଂଘରେ ଭାରତର ପ୍ରଥମ ସଚିବ ଅନୁପମା ସିଂ ପାକିସ୍ତାନକୁ ତାଗିଦ କରି ଏହାର ପ୍ରକୃତ ଚେହେରାକୁ ବିଶ୍ୱରେ ପ୍ରକାଶ କରିଛନ୍ତି। ଅନୁପମା […] The post ପାକିସ୍ତାନକୁ ପୁଣି ମୁହଁତୋଡ ଜବାବ ଦେଲା ଭାରତ appeared first on Dharitri Odia News.
ନୂଆଦିଲ୍ଲୀ/ଇସଲାମାବାଦ୍,୨୧।୬: ଋଣ ଜାଲରେ ପଡ଼ି ଚାଇନା ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ପାକିସ୍ତାନ ମିଳିତ ଜାତିସଂଘରେ କଶ୍ମୀର ପ୍ରସଙ୍ଗକୁ କ୍ରମାଗତ ଭାବେ ଉଠାଉଛି। କିନ୍ତୁ ଭାରତୀୟ କର୍ତ୍ତୃପକ୍ଷ ତାହାର କଡ଼ା ଜବାବ ଦେଉଛନ୍ତି। ପୁଣିଥରେ ଜାତିସଂଘ ମାନବ ଅଧିକାର ପରିଷଦରେ ପାକିସ୍ତାନ ଜମ୍ମୁ କଶ୍ମୀର ପ୍ରସଙ୍ଗ ଉଠାଇଛି, ଭାରତ ପାକିସ୍ତାନକୁ ଉଚିତ୍ ଜବାବ ଦେଇଛି। ମିଳିତ ଜାତିସଂଘରେ ଭାରତର ପ୍ରଥମ ସଚିବ ଅନୁପମା ସିଂ ପାକିସ୍ତାନକୁ ତାଗିଦ କରି ଏହାର ପ୍ରକୃତ ଚେହେରାକୁ ବିଶ୍ୱରେ ପ୍ରକାଶ କରିଛନ୍ତି। ଅନୁପମା ସିଂ ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର କ୍ରମାଗତ ଦମନ ଏବଂ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି।
ସେ କହିଛନ୍ତି, ମିଳିତ ଜାତିସଂଘର ଜଣେ ସଦସ୍ୟ(ପାକିସ୍ତାନ) ପୁନର୍ବାର ଏହି ପ୍ଲାଟଫର୍ମରେ ଭାରତ ବିରୋଧରେ ପ୍ରଚାର ଚଳାଇଛନ୍ତି। ଭାରତ ନିର୍ବାଚନରେ ଜମ୍ମୁ କଶ୍ମୀରବାସୀଙ୍କ ଅଂଶଗ୍ରହଣ ହେଉଛି ଏହାର ଉତ୍ତର। ଆତଙ୍କବାଦ ରପ୍ତାନି କରିବା ଏହି ଦେଶର କାମ। ପ୍ରଥମେ ନିଜ ଦେଶ ସେମାନେ ସଜାଡନ୍ତୁ ବୋଲି ସେ କହିଛନ୍ତି।
The post ପାକିସ୍ତାନକୁ ପୁଣି ମୁହଁତୋଡ ଜବାବ ଦେଲା ଭାରତ appeared first on Dharitri Odia News.