ପାକିସ୍ତାନର ପରମାଣୁ ବୋମାକୁ ଡରୁଛନ୍ତି ମମତା ଦିଦି: ଅମିତ ଶାହା

କୋଲକାତା,୨୨।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅମିତ ଶାହା ପୁଣି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି। ପାକିସ୍ତାନର ଆଣବିକ ବୋମାକୁ ମମତା ଦିଦି ଭୟ କରିପାରନ୍ତି, କିନ୍ତୁ ଆମେ ପିଓକେକୁ ଅକ୍ତିଆର କରିବୁ। ପଶ୍ଚିମବଙ୍ଗର କାନ୍ଥିରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରି ଏକଥା କହିଛନ୍ତି। ସେ କହିଛନ୍ତି,ମା’-ମାଟି-ମନୁଷ ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ମମତା ଏହି ସ୍ଲୋଗାନକୁ ମୁଲ୍ଲା, ମଦ୍ରାସା ଏବଂ ମାଫିଆରେ ପରିବର୍ତ୍ତନ କରିଛନ୍ତି। ଅମିତ ଶାହା […] The post ପାକିସ୍ତାନର ପରମାଣୁ ବୋମାକୁ ଡରୁଛନ୍ତି ମମତା ଦିଦି: ଅମିତ ଶାହା appeared first on Dharitri Odia News.

ପାକିସ୍ତାନର ପରମାଣୁ ବୋମାକୁ ଡରୁଛନ୍ତି ମମତା ଦିଦି: ଅମିତ ଶାହା

କୋଲକାତା,୨୨।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅମିତ ଶାହା ପୁଣି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି। ପାକିସ୍ତାନର ଆଣବିକ ବୋମାକୁ ମମତା ଦିଦି ଭୟ କରିପାରନ୍ତି, କିନ୍ତୁ ଆମେ ପିଓକେକୁ ଅକ୍ତିଆର କରିବୁ। ପଶ୍ଚିମବଙ୍ଗର କାନ୍ଥିରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରି ଏକଥା କହିଛନ୍ତି। ସେ କହିଛନ୍ତି,ମା’-ମାଟି-ମନୁଷ ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ମମତା ଏହି ସ୍ଲୋଗାନକୁ ମୁଲ୍ଲା, ମଦ୍ରାସା ଏବଂ ମାଫିଆରେ ପରିବର୍ତ୍ତନ କରିଛନ୍ତି।
ଅମିତ ଶାହା କହିଛନ୍ତି, ୭୦ ବର୍ଷ ଧରି କଂଗ୍ରେସ ଏବଂ ଟିଏମସି ରାମ ମନ୍ଦିରକୁ ଅଟକାଇବାରେ ଲାଗିପଡିତତ୍ଲେ। ଆପଣମାନେ ମୋଦି ଜୀଙ୍କୁ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିଥିଲେ, ୫ ବର୍ଷ ମଧ୍ୟରେ ସେ ଏହି ମାମଲାରେ ଜିତିଥିଲେ। ଭୂମି ପୂଜନ କରିଥିଲେ ଏବଂ ଜାନୁଆରୀରେ ମଧ୍ୟ ଏହି ପ୍ରାଣ ପ୍ରତିଷ୍ଠା ହୋଇଥିଲା। ପ୍ରାଣ ପ୍ରତିଷ୍ଠା ପାଇଁ ମମତା ଦିଦିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ସେ ଅଯୋଧ୍ୟାକୁ ଯାଇ ନଥିଲେ। ଭୋଟ ବ୍ୟାଙ୍କକୁ ଭୟ କରୁଥିବାରୁ ସେ ଯାଇ ନ ଥିଲେ। ତାଙ୍କ ଭୋଟ ବ୍ୟାଙ୍କ ଅନୁପ୍ରବେଶକାରୀ।
ମମତା ବାନାର୍ଜୀଙ୍କୁ ଆକ୍ରମଣ କରି ଅମିତ ଶାହା କହିଛନ୍ତି, ମମତା ଦିଦି ସିଏଏର କାର୍ଯ୍ୟକାରିତା ବିରୋଧରେ ଠିଆ ହୋଇଥିଲେ। କାରଣ ସେ ତାଙ୍କ ଭୋଟ ବ୍ୟାଙ୍କକୁ ଭୟ କରୁଛନ୍ତି। ୟୁପିଏ ଶାସନ କାଳରେ ପାକିସ୍ତାନୀ ଅନୁପ୍ରବେଶକାରୀମାନେ ଆମ ଉପରେ ଆକ୍ରମଣ କରୁଥିଲେ ଏବଂ ପରେ ପଳାତକ ହୋଇଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଉରି ଭଳି ଅପରେଶନ ଏବଂ ଏୟାର ଷ୍ଟ୍ରାଇକ ସହିତ ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଛନ୍ତି। ଆମେ ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀଙ୍କୁ ହଟାଇଛୁ।

The post ପାକିସ୍ତାନର ପରମାଣୁ ବୋମାକୁ ଡରୁଛନ୍ତି ମମତା ଦିଦି: ଅମିତ ଶାହା appeared first on Dharitri Odia News.