ପାକିସ୍ତାନର ପରାଜୟରେ ଦୁଃଖ ପ୍ରକାଶ କଲେ ଇମ୍ରାନ

ନୂଆଦିଲ୍ଲୀ,୨୫ା୨: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଚଳିତ ଚାମ୍ପିୟନ୍ସ ଟ୍ରଫିରେ ଜାତୀୟ କ୍ରିକେଟ ଦଳର ନୈରାଶ୍ୟଜନକ ପ୍ରଦର୍ଶନରେ ଦୁଃଖ ପ୍ରକାଶ କରିଥିବା ତାଙ୍କ ଭଉଣୀ ଆଲୀମା ଖାନ୍‌ କହିଛନ୍ତି। କରାଚୀରେ ନ୍ୟୁଜିଲାଣ୍ଡଠାରୁ ଓ ଦୁବାଇରେ ଭାରତଠାରୁ ପରାଜୟ ପରେ ଆୟୋଜକ ପାକିସ୍ତାନ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଛି। ପାକିସ୍ତାନ ତେହରିକ-ଇ-ଇନସାଫ ଦଳର ପ୍ରତିଷ୍ଠାତା ଭାରତଠାରୁ ମିଳିଥିବା ପରାଜୟରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ନିଷ୍ପତ୍ତି ନିର୍ଦ୍ଧାରଣ ଲାଗି ପଦପଦବୀରେ ନିଜ ପସନ୍ଦୀୟ ବ୍ୟକ୍ତିଙ୍କୁ […] The post ପାକିସ୍ତାନର ପରାଜୟରେ ଦୁଃଖ ପ୍ରକାଶ କଲେ ଇମ୍ରାନ appeared first on Dharitri Odia News.

ପାକିସ୍ତାନର ପରାଜୟରେ ଦୁଃଖ ପ୍ରକାଶ କଲେ ଇମ୍ରାନ

ନୂଆଦିଲ୍ଲୀ,୨୫ା୨: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଚଳିତ ଚାମ୍ପିୟନ୍ସ ଟ୍ରଫିରେ ଜାତୀୟ କ୍ରିକେଟ ଦଳର ନୈରାଶ୍ୟଜନକ ପ୍ରଦର୍ଶନରେ ଦୁଃଖ ପ୍ରକାଶ କରିଥିବା ତାଙ୍କ ଭଉଣୀ ଆଲୀମା ଖାନ୍‌ କହିଛନ୍ତି। କରାଚୀରେ ନ୍ୟୁଜିଲାଣ୍ଡଠାରୁ ଓ ଦୁବାଇରେ ଭାରତଠାରୁ ପରାଜୟ ପରେ ଆୟୋଜକ ପାକିସ୍ତାନ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଛି।

ପାକିସ୍ତାନ ତେହରିକ-ଇ-ଇନସାଫ ଦଳର ପ୍ରତିଷ୍ଠାତା ଭାରତଠାରୁ ମିଳିଥିବା ପରାଜୟରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ନିଷ୍ପତ୍ତି ନିର୍ଦ୍ଧାରଣ ଲାଗି ପଦପଦବୀରେ ନିଜ ପସନ୍ଦୀୟ ବ୍ୟକ୍ତିଙ୍କୁ ରଖାଗଲେ, କ୍ରିକେଟ ନଷ୍ଟ ହେବ ବୋଲି ଇମ୍ରାନଙ୍କ ସହ ଭେଟ କରିବା ପରେ ଆଲିମା ଆଦିଆଲା ଜେଲ ବାହାରେ ଉପସ୍ଥିତ ଖବରଦାତାଙ୍କୁ କହିଛନ୍ତି।

The post ପାକିସ୍ତାନର ପରାଜୟରେ ଦୁଃଖ ପ୍ରକାଶ କଲେ ଇମ୍ରାନ appeared first on Dharitri Odia News.