ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶ୍ରା ଖାନଙ୍କୁ ୭ ବର୍ଷ କାରାଦଣ୍ଡ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ- PTI ର ନେତା ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶ୍ରା ଖାନଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ବେଆଇନ ବିବାହକୁ ନେଇ ନୂଆ ଏକ ଅଡୁଆରେ ଇମ୍ରାନ ଖାନ ଏବଂ ପତ୍ନି ବୁଶ୍ରା। ଉଭୟଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ୨୦୧୮ରେ ସେମାନେ ଆଇନ ଉଲ୍ଲଂଘନ କରି ବିବାହ କରିଥିବା କୋର୍ଟ ଅଭିଯୋଗ ଆଣିଛନ୍ତି। ବୁଶ୍ରା ତାଙ୍କ ପୂର୍ବ ସ୍ୱାମୀଙ୍କୁ ଛାଡପତ୍ର ଦେବା […] The post ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶ୍ରା ଖାନଙ୍କୁ ୭ ବର୍ଷ କାରାଦଣ୍ଡ appeared first on KNews Odisha.

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ- PTI ର ନେତା ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶ୍ରା ଖାନଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ବେଆଇନ ବିବାହକୁ ନେଇ ନୂଆ ଏକ ଅଡୁଆରେ ଇମ୍ରାନ ଖାନ ଏବଂ ପତ୍ନି ବୁଶ୍ରା। ଉଭୟଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ୨୦୧୮ରେ ସେମାନେ ଆଇନ ଉଲ୍ଲଂଘନ କରି ବିବାହ କରିଥିବା କୋର୍ଟ ଅଭିଯୋଗ ଆଣିଛନ୍ତି। ବୁଶ୍ରା ତାଙ୍କ ପୂର୍ବ ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ଇସଲାମ ଦ୍ବାରା ନିର୍ଦ୍ଧାରିତ ପ୍ରତୀକ୍ଷା ସମୟ “ଇଦ୍ଦତ “କୁ ପାଳନ ନକରି ତା ପୂର୍ବରୁ ଇମ୍ରାନଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି।
ପୂର୍ବତନ କ୍ରିକେଟର ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ୭ ମାସ ପୂର୍ବରୁ ଏକ ଗୁପ୍ତ ସମାରୋହରେ ଜାନୁଆରୀ ୨୦୧୮ରେ ବିବାହ ଚୁକ୍ତି ବା “ନିକାହ” ସ୍ୱାକ୍ଷର କରିଥିଲେ। ଗୁରୁବାର ଦିନ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ସପ୍ତାହରେ ଇମ୍ରାନଙ୍କ ବିରୋଧରେ ଏହା ତୃତୀୟ ଅଭିଯୋଗ ଥିଲା। ତାଙ୍କୁ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବାରଣ କରାଯାଇଛି। ଗତ କିଛି ଦିନ ତଳେ ୭୧ ବର୍ଷିୟ ଇମ୍ରାନଙ୍କୁ ରାଜ୍ୟ ରହସ୍ୟ ଲିକ୍ ମାମଲାରେ ୧୦ ବର୍ଷ ଏବଂ ରାଜ ସମ୍ପତ୍ତି ବିକ୍ରୀ ଅଭିଯୋଗରେ ପତ୍ନୀ ବୁଶ୍ରାଙ୍କ ସହ ୧୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।
ଏହି ତିନିଟି ମାମଲାରେ ଇମ୍ରାନ କୋର୍ଟରେ ଆବେଦନ କରିବେ ବୋଲି ତାଙ୍କ ଓକିଲମାନେ କହିଛନ୍ତି। ବର୍ତ୍ତମାନ ଇମ୍ରାନ ରାୱଲପିଣ୍ଡିର ଗ୍ୟାରିସନ ସହରରେ ଜେଲରେ ଥିବାବେଳେ ତାଙ୍କ ପତ୍ନୀ ନିକଟ ଇସଲାମାବାଦରେ ଦଣ୍ଡ ଭୋଗିବେ। ସରକାରୀ କାର୍ଯ୍ୟାଳୟରୁ ସେ ୧୦ ବର୍ଷର ଅଯୋଗ୍ୟତାର ସମ୍ମୁଖୀନ ହୋଇସାରିଛନ୍ତି। ସେପଟେ କୋର୍ଟରେ ଘଣ୍ଟା ଘଣ୍ଟା ଧରି ଶୁଣାଣି ମଧ୍ୟରେ, କେବଳ ଆଇନର ପରିହାସ ହେଉଥିବା, ଇମ୍ରାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ- PTI ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି।
The post ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶ୍ରା ଖାନଙ୍କୁ ୭ ବର୍ଷ କାରାଦଣ୍ଡ appeared first on KNews Odisha.