ପାକିସ୍ତାନରେ ଆତଙ୍କ ଖେଳାଇଥିବା କ୍ଷେପଣାସ୍ତ୍ରକୁ କିଏ କରିଥିଲା ତିଆରି ? ଜାଣନ୍ତୁ ବ୍ରହ୍ମୋସ୍‌ର ‘ଜନକ’ଙ୍କୁ...

ନୂଆଦିଲ୍ଲୀ ୧୫।୦୫: ଶତ୍ରୁର ଛାତି ଉପରେ କରିଥିଲା ପ୍ରଚଣ୍ଡ ପ୍ରହାର । ଆକାଶକୁ ଚିରି ଆତଙ୍କୀ ଆଡ୍ଡାକୁ କରିଥିଲା ଛାରଖାର । ଶତ୍ରୁଙ୍କୁ କଡା ଜବାବ ଦେଇଥିଲା ଭାରତର ବ୍ରହ୍ମୋସ୍‌ ମିସାଇଲ୍‌ । ଜାଣନ୍ତି କି ଏହି ଖତରନାକ୍‌ ମିସାଇଲର ଜନକ କିଏ ?  କାହାକୁ କୁହାଯାଏ ଫାଦର ଅଫ୍‌ ବ୍ରହ୍ମୋସ୍‌ ? ଡକ୍ଟର ଶିବଥନୁ ପିଲ୍ଲାଇ । 'ବ୍ରହ୍ମୋସର ଜନକ' । ବ୍ରହ୍ମୋସ୍ ଏରୋସ୍ପେସର ପ୍ରତିଷ୍ଠାତା,  ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ପିଲ୍ଲାଇ । ତାଙ୍କର ଏହି କମ୍ପାନୀ DRDO ଏବଂ ରୁଷିଆର NPO ମାଶିନୋଷ୍ଟ୍ରୋୟେନିଆର ଏକ ମିଳିତ ଉଦ୍ୟମ। ପିଲ୍ଲାଇ ISRO ସହିତ କାମ କରିଛନ୍ତି । ସେ ବିକ୍ରମ ସାରାଭାଇ, ସତୀଶ ଧାୱନ ଏବଂ ଏପିଜେ ଅବଦୁଲ କଲାମଙ୍କ ଭଳି ମହାନ ବ୍ୟକ୍ତିଙ୍କ ସହିତ ଭାରତର ପ୍ରମୁଖ ମହାକାଶ ଗବେଷଣା କାର୍ଯ୍ୟକ୍ରମରେ କାମ କରିଛନ୍ତି । ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପ୍ରଦାନ କରାଯାଇଛି । ପିଲ୍ଲାଇ ISROରେ SLV IIIର କୋର୍ ଟିମ୍‌ର ସଦସ୍ୟ ମଧ୍ୟ ଥିଲେ । ତାଙ୍କ ସ୍ନାତକ ବିଷୟରେ କହିବାକୁ ଗଲେ ସେ ମାଡ୍ରାସ ବିଶ୍ୱବିଦ୍ୟାଳୟର ଜଣେ ଇଲେକ୍ଟୋକଲ୍‌ ଇଞ୍ଜିନିୟର । ପିଲ୍ଲାଇ ହାଭାର୍ଡ ବିଜନେସ୍ ସ୍କୁଲରୁ ମ୍ୟାନେଜମେଣ୍ଟରେ କରିଛନ୍ତି ଅଧ୍ୟୟନ । ସେ ୧୯୮୬ ମସିହାରେ DRDOରେ ଯୋଗ ଦେଇଥିଲେ। ବ୍ରହ୍ମୋସ ୱେବସାଇଟ୍ ଅନୁଯାୟୀ, ପିଲ୍ଲାଇ ବ୍ରହ୍ମୋସର ମିଳିତ ଉଦ୍

ପାକିସ୍ତାନରେ ଆତଙ୍କ ଖେଳାଇଥିବା କ୍ଷେପଣାସ୍ତ୍ରକୁ କିଏ କରିଥିଲା ତିଆରି ? ଜାଣନ୍ତୁ ବ୍ରହ୍ମୋସ୍‌ର ‘ଜନକ’ଙ୍କୁ...

ନୂଆଦିଲ୍ଲୀ ୧୫।୦୫: ଶତ୍ରୁର ଛାତି ଉପରେ କରିଥିଲା ପ୍ରଚଣ୍ଡ ପ୍ରହାର । ଆକାଶକୁ ଚିରି ଆତଙ୍କୀ ଆଡ୍ଡାକୁ କରିଥିଲା ଛାରଖାର । ଶତ୍ରୁଙ୍କୁ କଡା ଜବାବ ଦେଇଥିଲା ଭାରତର ବ୍ରହ୍ମୋସ୍‌ ମିସାଇଲ୍‌ । ଜାଣନ୍ତି କି ଏହି ଖତରନାକ୍‌ ମିସାଇଲର ଜନକ କିଏ ?  କାହାକୁ କୁହାଯାଏ ଫାଦର ଅଫ୍‌ ବ୍ରହ୍ମୋସ୍‌ ? ଡକ୍ଟର ଶିବଥନୁ ପିଲ୍ଲାଇ । 'ବ୍ରହ୍ମୋସର ଜନକ' । ବ୍ରହ୍ମୋସ୍ ଏରୋସ୍ପେସର ପ୍ରତିଷ୍ଠାତା,  ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ପିଲ୍ଲାଇ । ତାଙ୍କର ଏହି କମ୍ପାନୀ DRDO ଏବଂ ରୁଷିଆର NPO ମାଶିନୋଷ୍ଟ୍ରୋୟେନିଆର ଏକ ମିଳିତ ଉଦ୍ୟମ। 

ପିଲ୍ଲାଇ ISRO ସହିତ କାମ କରିଛନ୍ତି । ସେ ବିକ୍ରମ ସାରାଭାଇ, ସତୀଶ ଧାୱନ ଏବଂ ଏପିଜେ ଅବଦୁଲ କଲାମଙ୍କ ଭଳି ମହାନ ବ୍ୟକ୍ତିଙ୍କ ସହିତ ଭାରତର ପ୍ରମୁଖ ମହାକାଶ ଗବେଷଣା କାର୍ଯ୍ୟକ୍ରମରେ କାମ କରିଛନ୍ତି । ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପ୍ରଦାନ କରାଯାଇଛି । ପିଲ୍ଲାଇ ISROରେ SLV IIIର କୋର୍ ଟିମ୍‌ର ସଦସ୍ୟ ମଧ୍ୟ ଥିଲେ । ତାଙ୍କ ସ୍ନାତକ ବିଷୟରେ କହିବାକୁ ଗଲେ ସେ ମାଡ୍ରାସ ବିଶ୍ୱବିଦ୍ୟାଳୟର ଜଣେ ଇଲେକ୍ଟୋକଲ୍‌ ଇଞ୍ଜିନିୟର । 

ପିଲ୍ଲାଇ ହାଭାର୍ଡ ବିଜନେସ୍ ସ୍କୁଲରୁ ମ୍ୟାନେଜମେଣ୍ଟରେ କରିଛନ୍ତି ଅଧ୍ୟୟନ । ସେ ୧୯୮୬ ମସିହାରେ DRDOରେ ଯୋଗ ଦେଇଥିଲେ। ବ୍ରହ୍ମୋସ ୱେବସାଇଟ୍ ଅନୁଯାୟୀ, ପିଲ୍ଲାଇ ବ୍ରହ୍ମୋସର ମିଳିତ ଉଦ୍ୟମର ଅନନ୍ୟ ଧାରଣା ବିକଶିତ କରିଥିଲେ ।  ଯାହା କ୍ରୁଜ୍ ମିସାଇଲ୍ ପରିବାରରେ ବିଶ୍ୱର ଏକ ପ୍ରମୁଖ ନାଁ । ପ୍ରାରମ୍ଭିକ ଦିନରେ ତାଙ୍କୁ ଭାରତ ପକ୍ଷରୁ ଏହି ମିଳିତ ଉଦ୍ୟମ ପଛରେ ସବୁଠାରୁ ବଡ଼ ଶକ୍ତି ଭାବରେ ବିବେଚନା କରାଯାଉଥିଲା।

ଏବେ ପ୍ରଶ୍ନ ଆସୁଛି 'ବ୍ରହ୍ମୋସ' ନାଁର ଅର୍ଥ କ'ଣ? ବାସ୍ତବରେ ଦୁଇଟି ନଦୀର ନାଁକୁ ମିଶାଇ 'ବ୍ରହ୍ମୋସ' ନାଁ ତିଆରି ହୋଇଛି । ଭାରତର ବ୍ରହ୍ମପୁତ୍ର ନଦୀ ଏବଂ ରୁଷିଆର ମସ୍କଭା ନଦୀକୁ ମିଶାଇ ନାଁ ହୋଇଛି ବ୍ରହ୍ମୋସ୍‌ । ଏହି ନାଁ ବ୍ରହ୍ମୋସର ବିକାଶ ପାଇଁ ଭାରତ ଏବଂ ଋଷ ମଧ୍ୟରେ ମିଳିତ ଉଦ୍ୟମକୁ ବୁଝାଏ । କିନ୍ତୁ ରିପୋର୍ଟ ଅନୁସାରେ, ବର୍ତ୍ତମାନ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପ୍ରାୟ ୮୩ ପ୍ରତିଶତ ଅଂଶ ଭାରତରେ ତିଆରି ହେଉଛି। 

ତେବେ କାହିଁକି ସ୍ୱତନ୍ତ୍ର ବ୍ରହ୍ମୋସ ? ବ୍ରହ୍ମୋସ ଏକ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର । ଏହା ଏକ ୨ ପର୍ଯ୍ୟାୟ ବିଶିଷ୍ଠ ଅସ୍ତ୍ର। ପ୍ରଥମ ପର୍ଯ୍ୟାୟରେ ଏହାକୁ ଏକ କଠିନ ଇନ୍ଧନଯୁକ୍ତ ବୁଷ୍ଟର ଦ୍ୱାରା ଉତକ୍ଷେପଣ କରାଯାଏ, ଯାହା ଉଡ଼ାଣ ପରେ ଅଲଗା ହୋଇଯାଏ। କହି ରଖୁ କି ବ୍ରହ୍ମୋସ କ୍ଷେପଣାସ୍ତ୍ର ଭାରତ ପାଖରେ ଥିବା ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମଧ୍ୟରୁ ଗୋଟିଏ। ଏହାର ଲକ୍ଷ୍ୟଭେଦ ପ୍ରାୟ ୪୫୦ କିଲୋମିଟର। ଏହି କ୍ଷେପଣାସ୍ତ୍ର ୨.୮ ମାକ୍ ବେଗରେ ଉଡ଼ିପାରିବ ।  ଯାହା ଶବ୍ଦର ବେଗଠାରୁ ପ୍ରାୟ ତିନି ଗୁଣ।