ଟି-୨୦ ବିଶ୍ଵକପ୍ ପାଇଁ ଇଂଲଣ୍ଡ ଟିମ୍ ଘୋଷଣା, ପ୍ରତ୍ୟାବର୍ତ୍ତନ କଲେ ଏହି ଷ୍ଟାର ବୋଲର

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ଵକପ୍ ପାଇଁ ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ(ଇସିବି) ୧୫ ଜଣିଆ ଦଳ ଘୋଷଣା କରିଛି। ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ଟିମର ନେତୃତ୍ଵ ନେଉଛନ୍ତି  ଜୋସ ବଟଲର। ଦଳରେ ତାରକା ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ସହ କ୍ରିସ୍ ଜୋର୍ଡାନଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ଆଇପିଏଲ୍ ୨୦୨୪ରେ ନିଜର ଜଲଓ୍ଵା ଦେଖାଉଥିବା ଫିଲିପ ସଲ୍ଟଙ୍କୁ ଦଳରେ ସୁଯୋଗ ମିଳିଛି। ଆଶା ଅନୁଯାୟୀ ଓ୍ଵିଲ ଜ୍ୟାକ୍ସ ଓ ଜୋନି ବେୟାରଷ୍ଟୋ ନିଜର ସ୍ଥାନ ବଜାୟ ରଖିଛନ୍ତି। Also read: ଟି-୨୦ ବିଶ୍ଵକପ୍ ପାଇଁ ଭାରତୀୟ ଦଳ ଘୋଷଣା, ରୋହିତଙ୍କ ଦଳରେ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ, ଜାଣନ୍ତୁଇଂଲଣ୍ଡ କ୍ରିକେଟ୍ ଦଳର ନିୟମିତ ଅଧିନାୟକ ବେନ ଷ୍ଟୋକ୍ସ ଆହତ କାରଣରୁ ଟି-୨୦ ବିଶ୍ଵକପ୍ ୨୦୨୪ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ଅଲରାଉଣ୍ଡର ଭାବେ ମୋଇନ ଅଲ୍ଲୀ, ବେନ ଡକେଟ୍ ଓ ଲିୟାମ ଲିଭିଙ୍ଗଷ୍ଟୋନଙ୍କୁ ଦଳରେ ସାମିଲ୍ କରାଯାଇଛି। ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନ ଥିବା ବାମହାତୀ ସ୍ପିନର ଟମ ହାର୍ଟଲୀଙ୍କୁ ୧୫ ଜଣିଆ ଦଳରେ ସୁଯୋଗ ମିଳିଛି। କ୍ରିସ୍ ଓ୍ଵକ୍ସଙ୍କ ସ୍ଥାନରେ କ୍ରିସ୍ ଜୋର୍ଡାନଙ୍କୁ ଦଳରେ ସାମିଲ କରାଯିବା ଚୟନକର୍ତ୍ତାଙ୍କ ନିଷ୍ପତ୍ତି କିଛିଟା ବିସ୍ମିତ କରିଛି।ଇଂଲଣ୍ଡର ୧୫ ଜଣିଆ ଦଳରେ ସ୍ପିନର ଭାବେ ଆଦିଲ ରଶିଦ ଓ ଟମ  ହାର୍ଟଲେଙ୍କ ଚୟନ କରିଛି। ଏହା ବ୍ୟତୀତ ଦ୍ରୁତ ବୋଲର  ଭାବେ ରିସ ଟପଲେ,

ଟି-୨୦ ବିଶ୍ଵକପ୍ ପାଇଁ ଇଂଲଣ୍ଡ ଟିମ୍ ଘୋଷଣା,  ପ୍ରତ୍ୟାବର୍ତ୍ତନ କଲେ ଏହି ଷ୍ଟାର ବୋଲର

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ଵକପ୍ ପାଇଁ ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ(ଇସିବି) ୧୫ ଜଣିଆ ଦଳ ଘୋଷଣା କରିଛି। ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ଟିମର ନେତୃତ୍ଵ ନେଉଛନ୍ତି  ଜୋସ ବଟଲର। ଦଳରେ ତାରକା ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ସହ କ୍ରିସ୍ ଜୋର୍ଡାନଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ଆଇପିଏଲ୍ ୨୦୨୪ରେ ନିଜର ଜଲଓ୍ଵା ଦେଖାଉଥିବା ଫିଲିପ ସଲ୍ଟଙ୍କୁ ଦଳରେ ସୁଯୋଗ ମିଳିଛି। ଆଶା ଅନୁଯାୟୀ ଓ୍ଵିଲ ଜ୍ୟାକ୍ସ ଓ ଜୋନି ବେୟାରଷ୍ଟୋ ନିଜର ସ୍ଥାନ ବଜାୟ ରଖିଛନ୍ତି। 

Also read: ଟି-୨୦ ବିଶ୍ଵକପ୍ ପାଇଁ ଭାରତୀୟ ଦଳ ଘୋଷଣା, ରୋହିତଙ୍କ ଦଳରେ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ, ଜାଣନ୍ତୁ

ଇଂଲଣ୍ଡ କ୍ରିକେଟ୍ ଦଳର ନିୟମିତ ଅଧିନାୟକ ବେନ ଷ୍ଟୋକ୍ସ ଆହତ କାରଣରୁ ଟି-୨୦ ବିଶ୍ଵକପ୍ ୨୦୨୪ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ଅଲରାଉଣ୍ଡର ଭାବେ ମୋଇନ ଅଲ୍ଲୀ, ବେନ ଡକେଟ୍ ଓ ଲିୟାମ ଲିଭିଙ୍ଗଷ୍ଟୋନଙ୍କୁ ଦଳରେ ସାମିଲ୍ କରାଯାଇଛି। ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନ ଥିବା ବାମହାତୀ ସ୍ପିନର ଟମ ହାର୍ଟଲୀଙ୍କୁ ୧୫ ଜଣିଆ ଦଳରେ ସୁଯୋଗ ମିଳିଛି। କ୍ରିସ୍ ଓ୍ଵକ୍ସଙ୍କ ସ୍ଥାନରେ କ୍ରିସ୍ ଜୋର୍ଡାନଙ୍କୁ ଦଳରେ ସାମିଲ କରାଯିବା ଚୟନକର୍ତ୍ତାଙ୍କ ନିଷ୍ପତ୍ତି କିଛିଟା ବିସ୍ମିତ କରିଛି।

ଇଂଲଣ୍ଡର ୧୫ ଜଣିଆ ଦଳରେ ସ୍ପିନର ଭାବେ ଆଦିଲ ରଶିଦ ଓ ଟମ  ହାର୍ଟଲେଙ୍କ ଚୟନ କରିଛି। ଏହା ବ୍ୟତୀତ ଦ୍ରୁତ ବୋଲର  ଭାବେ ରିସ ଟପଲେ, ମାର୍କ ଉଡ, ଜୋଫ୍ରା ଆର୍ଚର ଓ କ୍ରିସ୍ ଜୋର୍ଡାନଙ୍କୁ ସାମିଲ କରାଯାଇଛି। ଉଲ୍ଲେଖନୀୟ ବର୍ତ୍ତମାନ ଜୋସ୍ ବଟଲରଙ୍କ ସମେତ ଇଂଲଣ୍ଡର ଅଧିକାଂଶ ଖେଳାଳି ଆଇପିଏଲ୍ ଖେଳୁଛନ୍ତି।

ଟି-୨୦ ବିଶ୍ଵକପ୍ ପାଇଁ ଇଂଲଣ୍ଡ ଦଳ

ଜୋସ୍ ବଟଲର(ଅଧିନାୟକ), ମୋଇନ ଅଲ୍ଲୀ, ଜୋଫ୍ରା ଆର୍ଚର, ଜୋନି ବେୟାରଷ୍ଟୋ, ହ୍ୟାରି ବ୍ରୁକ, ସାମ କରନ, ବେନ ଡକେଟ୍, ଟମ୍ ହାର୍ଟଲେ, ଓ୍ଵିଲ ଜ୍ୟାକ୍, କ୍ରିସ ଜୋର୍ଡାନ, ଲିୟାମ ଲିଭିଙ୍ଗଷ୍ଟୋନ, ଆଦିଲ ରଶିଦ, ଫିଲ ସଲ୍ଟ, ରିସ୍ ଟପଲେ ଓ ମାର୍କ ଉଡ।