ପାକିସ୍ତାନରେ ଖାଇକୁ ଖସିଲା ଗାଡି ; ୭ ମୃତ, ୬ ଆହତ
ନୂଆଦିଲ୍ଲୀ ୦୩।୧୧: ପାକିସ୍ତାନରେ ପୁଣି ଥରେ ଅଘଟଣ । ସେଠାରେ ଏକ ଦ୍ରୁତ ଗତିରେ ଆସୁଥିବା ଗାଡି ହଠାତ୍ ଭାରସାମ୍ୟ ହରାଇ ଉତ୍ତର-ପଶ୍ଚିମ ପାକିସ୍ଥାନର ଏକ ଖାଲରେ ଖସି ପଡିଥିଲା। ଏହି କାରଣରୁ ଅତି କମରେ ୭ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ପୋଲିସ କହିଛି ଯେ ଏହି ଦୁର୍ଘଟଣା ଖାଇବର ପାଖ୍ଟନଖୱା ପ୍ରଦେଶର ବୁନେର ଜିଲ୍ଲାରେ ଘଟିଥିଲା । ଯେତେବେଳେ ଗାଡିର ବ୍ରେକ୍ ଫେଲ୍ ହୋଇଥିଲା , ଏହା ନିୟନ୍ତ୍ରଣ ବାହାରକୁ ଯାଇ ଖାଇରେ ଖସିପଡିଥିଲା। ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।ଅନ୍ୟପକ୍ଷରେ ଶନିବାର ଖାଇବର ପାଖ୍ଟନଖୱା ପ୍ରଦେଶରେ ଆଉ ଏକ ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ଏହି ପ୍ରଦେଶରେ କିଛି ଅଜ୍ଞାତ ବନ୍ଧୁକଧାରୀ ସୁରକ୍ଷା ବାହିନୀର ଦୁଇଟି ଭିନ୍ନ କନଭୋରେ ଆକ୍ରମଣ କରିବା ଆରମ୍ଭ କରିଥିଲେ। ଏହା ସୁରକ୍ଷା ବାହିନୀ ମଧ୍ୟରେ ହଇଚଇ ସୃଷ୍ଟି କରିଥିଲା। ଏହି ଆକ୍ରମଣରେ ଜଣେ ଅଧିକାରୀଙ୍କ ସମେତ ୧୬ ଜଣ ସୈନିକ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ କ୍ୟାପଟେନ ରାଙ୍କର ଜଣେ ଅଧିକାରୀ ମଧ୍ୟ ଅଛନ୍ତି। ଆକ୍ରମଣ ପରେ ବନ୍ଧୁକଧାରୀମାନେ ପଳାଇ ଯାଇଥିଲେ।
ନୂଆଦିଲ୍ଲୀ ୦୩।୧୧: ପାକିସ୍ତାନରେ ପୁଣି ଥରେ ଅଘଟଣ । ସେଠାରେ ଏକ ଦ୍ରୁତ ଗତିରେ ଆସୁଥିବା ଗାଡି ହଠାତ୍ ଭାରସାମ୍ୟ ହରାଇ ଉତ୍ତର-ପଶ୍ଚିମ ପାକିସ୍ଥାନର ଏକ ଖାଲରେ ଖସି ପଡିଥିଲା। ଏହି କାରଣରୁ ଅତି କମରେ ୭ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ପୋଲିସ କହିଛି ଯେ ଏହି ଦୁର୍ଘଟଣା ଖାଇବର ପାଖ୍ଟନଖୱା ପ୍ରଦେଶର ବୁନେର ଜିଲ୍ଲାରେ ଘଟିଥିଲା । ଯେତେବେଳେ ଗାଡିର ବ୍ରେକ୍ ଫେଲ୍ ହୋଇଥିଲା , ଏହା ନିୟନ୍ତ୍ରଣ ବାହାରକୁ ଯାଇ ଖାଇରେ ଖସିପଡିଥିଲା। ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।
ଅନ୍ୟପକ୍ଷରେ ଶନିବାର ଖାଇବର ପାଖ୍ଟନଖୱା ପ୍ରଦେଶରେ ଆଉ ଏକ ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ଏହି ପ୍ରଦେଶରେ କିଛି ଅଜ୍ଞାତ ବନ୍ଧୁକଧାରୀ ସୁରକ୍ଷା ବାହିନୀର ଦୁଇଟି ଭିନ୍ନ କନଭୋରେ ଆକ୍ରମଣ କରିବା ଆରମ୍ଭ କରିଥିଲେ। ଏହା ସୁରକ୍ଷା ବାହିନୀ ମଧ୍ୟରେ ହଇଚଇ ସୃଷ୍ଟି କରିଥିଲା। ଏହି ଆକ୍ରମଣରେ ଜଣେ ଅଧିକାରୀଙ୍କ ସମେତ ୧୬ ଜଣ ସୈନିକ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ କ୍ୟାପଟେନ ରାଙ୍କର ଜଣେ ଅଧିକାରୀ ମଧ୍ୟ ଅଛନ୍ତି। ଆକ୍ରମଣ ପରେ ବନ୍ଧୁକଧାରୀମାନେ ପଳାଇ ଯାଇଥିଲେ।