ପାକିସ୍ତାନରେ ଚୀନ୍ ପ୍ରକଳ୍ପକୁ ଟାର୍ଗେଟ୍; ବିସ୍ଫୋରଣ କରି ଉଡ଼ାଇ ଦେଲେ ୨୯ ଗାଡ଼ି

ନୂଆଦିଲ୍ଲୀ: ପାକିସ୍ତାନରେ ଚୀନ୍ ପ୍ରକଳ୍ପକୁ ଟାର୍ଗେଟ୍ । ଡ୍ରାଗନ ପ୍ରୋଜେକ୍ଟକୁ ବିରୋଧ କରି ହମ୍‌ଲା କରାଯାଇଛି । ଏଥିରେ ୨୯ଟି ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଛି । ସେହିପରି ଖନନ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀକୁ ଚୋରି କରି ନେଇଛନ୍ତି ଆକ୍ରମଣକାରୀ । ଏହି ଆକ୍ରମଣ ମଙ୍ଗୋଛରର କଲାତ କ୍ଷେତ୍ରରେ ହୋଇଛି । ବେଲୁଚିସ୍ତାନ ବିଦ୍ରୋହୀ ଗୋଷ୍ଠୀ ଚୀନ୍ ପ୍ରୋଜେକ୍ଟକୁ ଟାର୍ଗେଟ କରି ହମଲା କରିଛନ୍ତି । ବିଦ୍ରୋହୀମାନେ ବିସ୍ଫୋରଣରେ IED ବ୍ୟବହାର କରିଥିଲେ । ଏଥିରେ ଚୀନ ପ୍ରକଳ୍ପରେ ଲାଗିଥିବା ଅନେକ ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଛି । ସୂଚନା ଅନୁଯାୟୀ, ପାକିସ୍ତାନ ସେନା ଚୀନର ଏହି ଗାଡ଼ି କାଫିଲାକୁ ସୁରକ୍ଷା ଯୋଗାଉଥିଲେ ।ବେଲୁଚିସ୍ତାନ ବିଦ୍ରୋହୀ ଗୋଷ୍ଠୀ ବିସ୍ଫୋରଣ କରିବା ପରେ ଭାରି ମାତ୍ରାରେ ଗୁଳି ବିନିମୟ କରିଥିଲା । ଏହି ଆକ୍ରମଣରେ ପାକିସ୍ତାନ ସେନାର ୮ ସୁରକ୍ଷାକର୍ମୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେପଟେ କଲାତ ଡେପୁଟି କମିଶନର ସ୍ପଷ୍ଟ କରିଛନ୍ତି ଯେ, ଏହି ଗାଡ଼ି କାଫିଲାରେ ଚୀନର କୌଣସି ନାଗରିକ ନଥିଲେ ।ବେଲୁଚିସ୍ତାନରେ ପାକିସ୍ତାନରେ ସବୁଠୁ ବଡ଼ ଖଣିଜ ଭଣ୍ଡାର ରହିଛି । ଚୀନ କମ୍ପାନି ଏଠାରେ ଖନନ କରୁଥିବା ଅଭିଯୋଗ ହୋଇଛି । ୨୦୦୨ରେ ଚୀନ ଅନେକ କମ୍ପାନି ମାଇନିଂ କର୍ଯ୍ୟ କରୁଛନ୍ତି । ଏଥିରେ ଲାଭାଂଶରୁ ଅଧା ଚୀନ ନିଜେ ରଖୁଛି ଏବଂ ୪୮ ପ୍ରତିଶତ ପାକିସ୍ତାନ ମି

ପାକିସ୍ତାନରେ ଚୀନ୍ ପ୍ରକଳ୍ପକୁ ଟାର୍ଗେଟ୍; ବିସ୍ଫୋରଣ କରି ଉଡ଼ାଇ ଦେଲେ ୨୯ ଗାଡ଼ି

ନୂଆଦିଲ୍ଲୀ: ପାକିସ୍ତାନରେ ଚୀନ୍ ପ୍ରକଳ୍ପକୁ ଟାର୍ଗେଟ୍ । ଡ୍ରାଗନ ପ୍ରୋଜେକ୍ଟକୁ ବିରୋଧ କରି ହମ୍‌ଲା କରାଯାଇଛି । ଏଥିରେ ୨୯ଟି ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଛି । ସେହିପରି ଖନନ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀକୁ ଚୋରି କରି ନେଇଛନ୍ତି ଆକ୍ରମଣକାରୀ । ଏହି ଆକ୍ରମଣ ମଙ୍ଗୋଛରର କଲାତ କ୍ଷେତ୍ରରେ ହୋଇଛି । ବେଲୁଚିସ୍ତାନ ବିଦ୍ରୋହୀ ଗୋଷ୍ଠୀ ଚୀନ୍ ପ୍ରୋଜେକ୍ଟକୁ ଟାର୍ଗେଟ କରି ହମଲା କରିଛନ୍ତି । ବିଦ୍ରୋହୀମାନେ ବିସ୍ଫୋରଣରେ IED ବ୍ୟବହାର କରିଥିଲେ । ଏଥିରେ ଚୀନ ପ୍ରକଳ୍ପରେ ଲାଗିଥିବା ଅନେକ ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଛି । ସୂଚନା ଅନୁଯାୟୀ, ପାକିସ୍ତାନ ସେନା ଚୀନର ଏହି ଗାଡ଼ି କାଫିଲାକୁ ସୁରକ୍ଷା ଯୋଗାଉଥିଲେ ।

ବେଲୁଚିସ୍ତାନ ବିଦ୍ରୋହୀ ଗୋଷ୍ଠୀ ବିସ୍ଫୋରଣ କରିବା ପରେ ଭାରି ମାତ୍ରାରେ ଗୁଳି ବିନିମୟ କରିଥିଲା । ଏହି ଆକ୍ରମଣରେ ପାକିସ୍ତାନ ସେନାର ୮ ସୁରକ୍ଷାକର୍ମୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେପଟେ କଲାତ ଡେପୁଟି କମିଶନର ସ୍ପଷ୍ଟ କରିଛନ୍ତି ଯେ, ଏହି ଗାଡ଼ି କାଫିଲାରେ ଚୀନର କୌଣସି ନାଗରିକ ନଥିଲେ ।

ବେଲୁଚିସ୍ତାନରେ ପାକିସ୍ତାନରେ ସବୁଠୁ ବଡ଼ ଖଣିଜ ଭଣ୍ଡାର ରହିଛି । ଚୀନ କମ୍ପାନି ଏଠାରେ ଖନନ କରୁଥିବା ଅଭିଯୋଗ ହୋଇଛି । ୨୦୦୨ରେ ଚୀନ ଅନେକ କମ୍ପାନି ମାଇନିଂ କର୍ଯ୍ୟ କରୁଛନ୍ତି । ଏଥିରେ ଲାଭାଂଶରୁ ଅଧା ଚୀନ ନିଜେ ରଖୁଛି ଏବଂ ୪୮ ପ୍ରତିଶତ ପାକିସ୍ତାନ ମିଳୁଛି । ମାତ୍ର ଦୁଇ ପ୍ରତିଶତ ବେଲୁଚିସ୍ତାନଙ୍କୁ ମିଳୁଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ଏହାକୁ ନେଇ ଜୋରଦାର ବିରୋଧ ହୋଇଆସୁଛି ।