ପାକିସ୍ତାନରେ ଡ୍ରୋନ୍‍ ମାଡ: ୩ଟି ବ୍ଲାଷ୍ଟରେ ଥରିଲା ଲାହୋର

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନ ଲାହୋରରେ ବଡ ଧରଣର ବିସ୍ଫୋରଣ ହୋଇଛି । ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଲାହୋରେ ୩ଟି ବିସ୍ଫୋରଣ ହୋଇଥିବା ପାକ୍‍ ମିଡ଼ିଆରେ ଖବର ପ୍ରସାରଣ ହୋଇଛି । ଲାହୋର ଏୟାରପୋର୍ଟ ନିକଟରେ ହୋଇଥିବା ବିସ୍ଫୋରଣର ପ୍ରଚଣ୍ଡ ଶଦ୍ଦ ଅନେକ ଦୂର ଯାଏ ଶୁଣାଯାଇଥିଲା । ଏହାପରେ ସାଇରନ ବାଜିବା ଦ୍ୱାରା ପୁଲିସ ଅଧିକାରୀମାନେ ଏକତ୍ର ହୋଇଥିଲେ । ବ୍ଲାଷ୍ଟ ପରେ ଲୋକାମାନେ ଦୌଡିବାକୁ ଲାଗିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା । ସୂଚନା ଅନୁସାରେ […]

ପାକିସ୍ତାନରେ ଡ୍ରୋନ୍‍ ମାଡ: ୩ଟି ବ୍ଲାଷ୍ଟରେ ଥରିଲା ଲାହୋର

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନ ଲାହୋରରେ ବଡ ଧରଣର ବିସ୍ଫୋରଣ ହୋଇଛି । ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଲାହୋରେ ୩ଟି ବିସ୍ଫୋରଣ ହୋଇଥିବା ପାକ୍‍ ମିଡ଼ିଆରେ ଖବର ପ୍ରସାରଣ ହୋଇଛି । ଲାହୋର ଏୟାରପୋର୍ଟ ନିକଟରେ ହୋଇଥିବା ବିସ୍ଫୋରଣର ପ୍ରଚଣ୍ଡ ଶଦ୍ଦ ଅନେକ ଦୂର ଯାଏ ଶୁଣାଯାଇଥିଲା । ଏହାପରେ ସାଇରନ ବାଜିବା ଦ୍ୱାରା ପୁଲିସ ଅଧିକାରୀମାନେ ଏକତ୍ର ହୋଇଥିଲେ । ବ୍ଲାଷ୍ଟ ପରେ ଲୋକାମାନେ ଦୌଡିବାକୁ ଲାଗିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା । ସୂଚନା ଅନୁସାରେ ଲାହୋରର ଗୋପାଳନଗର, ନସିରବାଦ ଓ ବ୍ଲାଷ୍ଟନ ରୋଡ ଅଞ୍ଚଳରେ ବିସ୍ଫୋରଣ ଘଟିଥିଲା । ଡ୍ରୋନ ଆକ୍ରମଣ କାରଣରୁ ଲାହୋର ଏୟାରପୋର୍ଟକୁ ସାମୟିକ ଭାବେ ବନ୍ଦ କରାଯିବା ସହ ପାକିସ୍ତାନୀ ସେନା ବିମାନବନ୍ଦରରେ ନିୟୋଜିତ ହୋଇଛନ୍ତି । ଏହାସହିତ କରାଚି ବିମାନବନ୍ଦରରେ ବିମାନ ଉଡାଣ ବନ୍ଦ ରହିଛି ।