ପାକିସ୍ତାନରେ ଭୟଙ୍କର ଦୁର୍ଘଟଣା : ୯ ମୃତ, ୩୦ରୁ ଅଧିକ ଆହତ

ପାକିସ୍ତାନରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଅତି କମରେ ୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି । ଇସ୍ଲାମାବାଦରୁ ଲାହୋର ଯାଉଥିବା ସମୟରେ ବସଟି ଘାଇକୁ ଖସି ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏପରି ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମରିୟମ ନୱାଜ । ସୂଚନାନୁଯାୟୀ, ଦୁର୍ଘଟଣା ସମୟରେ ବସରେ ୪୦ରୁ ଅଧିକ ଯାତ୍ରୀ ଥିଲେ । ବସଟି ଇସଲାମାବାଦରୁ ଲାହୋର ଯାଉଥିବା ସମୟରେ ପଞ୍ଜାବ ପ୍ରଦେଶର […] The post ପାକିସ୍ତାନରେ ଭୟଙ୍କର ଦୁର୍ଘଟଣା : ୯ ମୃତ, ୩୦ରୁ ଅଧିକ ଆହତ appeared first on KNews Odisha.

ପାକିସ୍ତାନରେ ଭୟଙ୍କର ଦୁର୍ଘଟଣା : ୯ ମୃତ, ୩୦ରୁ ଅଧିକ ଆହତ

ପାକିସ୍ତାନରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଅତି କମରେ ୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି । ଇସ୍ଲାମାବାଦରୁ ଲାହୋର ଯାଉଥିବା ସମୟରେ ବସଟି ଘାଇକୁ ଖସି ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏପରି ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ।

ସୂଚନାନୁଯାୟୀ, ଦୁର୍ଘଟଣା ସମୟରେ ବସରେ ୪୦ରୁ ଅଧିକ ଯାତ୍ରୀ ଥିଲେ । ବସଟି ଇସଲାମାବାଦରୁ ଲାହୋର ଯାଉଥିବା ସମୟରେ ପଞ୍ଜାବ ପ୍ରଦେଶର ଚକୱାଲ ଜିଲ୍ଲାର ବାଲକାସର ନିକଟରେ ଥିବା ଏକ ଘାଇରେ ବସଟି ଖସି ପଡିଥିଲା । ବସର ଟାୟାର ଫାଟିଯିବାରୁ ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇଥିଲେ । ଫଳରେ ବସଟି ଓଲଟି ପଡ଼ି ଘାଇକୁ ଖସି ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ । ଏହା ସହିତ ଏହି ଦୁର୍ଘଟଣାରେ ୩୦ଜଣ ଜଣ ଆହତ ହୋଇଥିଲେ । ଆହତମାନେ ବର୍ତ୍ତମାନ ଚିକିତ୍ସାଧୀନ ରହିଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଏବଂ ଶିଶୁଙ୍କ ସମେତ ବସ୍ ଚାଳକ ରହିଛନ୍ତି ।

ଅନ୍ୟପଟେ ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ଶୋକ ପ୍ରକାଶ କରିଛନ୍ତି । ଏହା ସହିତ ସେ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Also Read : ବାରବାଙ୍କୀର ଆବାସନେଶ୍ୱର ମହାଦେବ ମନ୍ଦିରରେ ଦଳାଚକଟା, ୨ ମୃତ, ୨୯ ଆହତ

The post ପାକିସ୍ତାନରେ ଭୟଙ୍କର ଦୁର୍ଘଟଣା : ୯ ମୃତ, ୩୦ରୁ ଅଧିକ ଆହତ appeared first on KNews Odisha.