ଲୁଟେରା ସକ୍ରିୟ ଥିବା ବେଳେ ପୋଲିସ ନିଷ୍କ୍ରିୟ, ଧର୍ମଶାଳାରେ ଦିନକୁ ଦିନ ବଢୁଛି ଚୋରି

ଯାଜପୁର: ବଢ଼ି ଚାଲିଛି ଗୋଟିଏ ପରେ ଗୋଟିଏ ଚୋରି । ଲୁଟେରା ସକ୍ରିୟ ଥିବା ବେଳେ ପୋଲିସ ନିଷ୍କ୍ରିୟ । ଦିନ ଦ୍ବିପ୍ରହରରେ ହେଉ ଅବା ରାତି ସମୟରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟେରା ମାନେ ଲୁଟ କରିବାରେ ସଫଳ ହେଉଛନ୍ତି । ଘର ହେଉ ଅବା ସାଧାରଣ ରାସ୍ତାଘାଟ ଅବା ଜାତୀୟ ରାଜପଥ ସବୁଠି ଅସୁରକ୍ଷିତ ମଣୁଛନ୍ତି ଲୋକେ । ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଦିନକୁ ଦିନ ଚୋରି ରାହାଜାନି ଘଟଣା ବୃଦ୍ଧି […] The post ଲୁଟେରା ସକ୍ରିୟ ଥିବା ବେଳେ ପୋଲିସ ନିଷ୍କ୍ରିୟ, ଧର୍ମଶାଳାରେ ଦିନକୁ ଦିନ ବଢୁଛି ଚୋରି appeared first on KNews Odisha.

ଲୁଟେରା ସକ୍ରିୟ ଥିବା ବେଳେ ପୋଲିସ ନିଷ୍କ୍ରିୟ, ଧର୍ମଶାଳାରେ ଦିନକୁ ଦିନ ବଢୁଛି ଚୋରି

ଯାଜପୁର: ବଢ଼ି ଚାଲିଛି ଗୋଟିଏ ପରେ ଗୋଟିଏ ଚୋରି । ଲୁଟେରା ସକ୍ରିୟ ଥିବା ବେଳେ ପୋଲିସ ନିଷ୍କ୍ରିୟ । ଦିନ ଦ୍ବିପ୍ରହରରେ ହେଉ ଅବା ରାତି ସମୟରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟେରା ମାନେ ଲୁଟ କରିବାରେ ସଫଳ ହେଉଛନ୍ତି । ଘର ହେଉ ଅବା ସାଧାରଣ ରାସ୍ତାଘାଟ ଅବା ଜାତୀୟ ରାଜପଥ ସବୁଠି ଅସୁରକ୍ଷିତ ମଣୁଛନ୍ତି ଲୋକେ । ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଦିନକୁ ଦିନ ଚୋରି ରାହାଜାନି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନିୟନ୍ତ୍ରଣ କରିବାରେ ପୋଲିସ ସମ୍ପୂର୍ଣ୍ଣ ବିଫଳ ବୋଲି ଅଭିଯୋଗ ହେଉଛି ।

କେତେବେଳେ ଘରେ ନଥିବାର ସୁଯୋଗ ନେଇ ଲୁଟେରା ମାନେ କଳା କନା ବୁଲାଉଥିବା ବେଳେ ଆଉ କେତେବେଳେ ବନ୍ଧୁକ ମୁନରେ ଲୁଟ କରି ଆତଙ୍କ ଖେଳାଉଛନ୍ତି । ଅପରାଧ ନିୟନ୍ତ୍ରଣ ପାଇଁ ଏବେ ବିଭିନ୍ନ ମହଲରୁ ଉଠିଛି ଦାବି । ନିକଟରେ ଜାରକା ଓ ଆଖପାଖ ଅଞ୍ଚଳରେ ଏକାଧିକ ଚୋରି ଘଟଣା ସାମନାକୁ ଆସିଛି । ଜଣେ ଅବସରପ୍ରାପ୍ତ ଅଧ୍ୟାପକଙ୍କ ଘରୁ ଦିନ ଦ୍ବିପ୍ରହରରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ ହୋଇଛି । ସେହିପରି କାଏମା ବଜାରର ଜଣେ ସୁନା ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଲୁଟି ନେବାରେ ସଫଳ ହୋଇଛନ୍ତି ।

ଗୋଟିଏ ପରେ ଗୋଟିଏ ଘଟଣା ଘଟି ଚାଲିଥିବା ବେଳେ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି । ଏପଟେ ଅପରାଧ ନିୟନ୍ତ୍ରଣ କରିବା କିମ୍ବା ଅପରାଧୀଙ୍କୁ ଧରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବରିଷ୍ଠ ନାଗରିକମାନେ ଏନେଇ ପୋଲିସର କାର୍ଯ୍ୟଦକ୍ଷତା ଓ ପାରିବାପଣିଆକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ଏପଟେ ଅପରାଧକୁ ନିୟନ୍ତ୍ରଣ କରିବା ସହ ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଥିବା କହିଛନ୍ତି ଅତିରିକ୍ତ ଏସପି ।

Also read: ଖରା ପାଇଁ ରାଜ୍ୟ ପରିବହନ ବିଭାଗ ଜାରି କଲା ମାର୍ଗଦର୍ଶିକା, ବସ୍‌ରେ ଅଧିକ ଯାତ୍ରୀ ନେଲେ ଦୃଢ଼ ପଦକ୍ଷେ

The post ଲୁଟେରା ସକ୍ରିୟ ଥିବା ବେଳେ ପୋଲିସ ନିଷ୍କ୍ରିୟ, ଧର୍ମଶାଳାରେ ଦିନକୁ ଦିନ ବଢୁଛି ଚୋରି appeared first on KNews Odisha.