ପାକିସ୍ତାନରେ ଭୟଙ୍କର ସଡ଼କ ଦୁର୍ଘଟଣା, ମହିଳା ଏବଂ ଶିଶୁ ସମେତ ୧୧ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ ୦୮।୦୪; ପାକିସ୍ତାନରେ ଏକ ଆଶ୍ଚର୍ଯ୍ୟଜନକ ଦୁର୍ଘଟଣା ଘଟିଛି। ସଡ଼କ ଦୁର୍ଘଟଣାରେ ମହିଳା ଏବଂ ଶିଶୁ ସମେତ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ସୋମବାର ଦିନ ଜଣେ ଅଧିକାରୀ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି । ଏକ ଯାତ୍ରୀବାହୀ ବସ୍ ଏବଂ ଏକ ତିନି ଚକିଆ ଗାଡ଼ି ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କର ଭିଡ଼ ଘଟଣାସ୍ଥଳରେ ଜମା ହୋଇଥିଲା । ଏହି ସମୟରେ ଲୋକମାନେ ମଧ୍ୟ ସମସ୍ତ ପ୍ରକାର ସାହାଯ୍ୟ କରିଥିଲେ।ମୁଖପାତ୍ର କହିଛନ୍ତି ଯେ ବସଟି ଜରାନୱାଲାରୁ ଲାହୋର ଯାଉଥିବା ବେଳେ ଏକ ତିନି ଚକିଆ ଗାଡ଼ି ସହିତ ଧକ୍କା ହୋଇଥିଲା । ଏହାପରେ ବସଟି ରାସ୍ତାରୁ ନିୟନ୍ତ୍ରଣ ବାହାରକୁ ତଳକୁ ଓଲଟି ପଡ଼ିଥିଲା । ‘‘ଘଟଣାସ୍ଥଳରେ ଆଠ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ଏଥି ସହ ଆଉ ତିନି ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି’’।ଜଣେ ଜରୁରୀକାଳୀନ ଉଦ୍ଧାର ସେବା ମୁଖପାତ୍ର କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ମହିଳା ଏବଂ ପିଲା ମଧ୍ୟ ସାମିଲ ଅଛନ୍ତି । ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଏଥି ସହ ସେ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଆହତମାନଙ୍କୁ ସର୍ବୋତ୍ତ

ପାକିସ୍ତାନରେ ଭୟଙ୍କର ସଡ଼କ ଦୁର୍ଘଟଣା, ମହିଳା ଏବଂ ଶିଶୁ ସମେତ ୧୧ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ ୦୮।୦୪; ପାକିସ୍ତାନରେ ଏକ ଆଶ୍ଚର୍ଯ୍ୟଜନକ ଦୁର୍ଘଟଣା ଘଟିଛି। ସଡ଼କ ଦୁର୍ଘଟଣାରେ ମହିଳା ଏବଂ ଶିଶୁ ସମେତ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ସୋମବାର ଦିନ ଜଣେ ଅଧିକାରୀ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି । ଏକ ଯାତ୍ରୀବାହୀ ବସ୍ ଏବଂ ଏକ ତିନି ଚକିଆ ଗାଡ଼ି ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କର ଭିଡ଼ ଘଟଣାସ୍ଥଳରେ ଜମା ହୋଇଥିଲା । ଏହି ସମୟରେ ଲୋକମାନେ ମଧ୍ୟ ସମସ୍ତ ପ୍ରକାର ସାହାଯ୍ୟ କରିଥିଲେ।

ମୁଖପାତ୍ର କହିଛନ୍ତି ଯେ ବସଟି ଜରାନୱାଲାରୁ ଲାହୋର ଯାଉଥିବା ବେଳେ ଏକ ତିନି ଚକିଆ ଗାଡ଼ି ସହିତ ଧକ୍କା ହୋଇଥିଲା । ଏହାପରେ ବସଟି ରାସ୍ତାରୁ ନିୟନ୍ତ୍ରଣ ବାହାରକୁ ତଳକୁ ଓଲଟି ପଡ଼ିଥିଲା । ‘‘ଘଟଣାସ୍ଥଳରେ ଆଠ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ଏଥି ସହ ଆଉ ତିନି ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି’’।

ଜଣେ ଜରୁରୀକାଳୀନ ଉଦ୍ଧାର ସେବା ମୁଖପାତ୍ର କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ମହିଳା ଏବଂ ପିଲା ମଧ୍ୟ ସାମିଲ ଅଛନ୍ତି । ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଏଥି ସହ ସେ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି