ପାକିସ୍ତାନରେ ହେଲିକପ୍ଟର ଦୁର୍ଘଟଣା, ୬ ମୃତ

ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପଖତନଖ୍ୱାରେ ଏକ ଚାର୍ଟାର୍ଡ ଫ୍ଲାଇଟ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।

ପାକିସ୍ତାନରେ ହେଲିକପ୍ଟର ଦୁର୍ଘଟଣା, ୬ ମୃତ

ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପଖତନଖ୍ୱାରେ ଏକ ଚାର୍ଟାର୍ଡ ଫ୍ଲାଇଟ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟି ଥିବାବେଳେ ୮ ଜଣ ଆହତ ହୋଇଛନ୍ତି।  

ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ, ଦୁର୍ଘଟଣାର ଶିକାର ହୋଇଥିବା ଏହି ହେଲିକପ୍ଟରଟି ଏକ ତୈଳ କମ୍ପାନୀର। କମ୍ପାନୀର କିଛି ଲୋକଙ୍କୁ ନେଇ ବିମାନଟି ଉଡ଼ାଣ ଭରିଥିଲା। ଉଡ଼ାଣର କିଛି ସମୟ ପରେ ହଠାତ୍ ଇଞ୍ଜିନରେ ତ୍ରୁଟି ଦେଖା ଯାଇଥିଲା। 

ଫଳରେ ପାଇଲଟ ଜୁରୀର ଅବତରଣ କରାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଜରୁରୀ ଅବତରଣ ସମୟରେ ହିଁ କ୍ରାଶ୍ ହୋଇଯାଇଛି ହେଲିକପ୍ଟର। 

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ହେଲିକପ୍ଟରରେ କିଛି ବିଦେଶୀ ନାଗରିକ ଥିଲେ। କିନ୍ତୁ ସେମାନେ କେଉଁ ଦେଶର ସ୍ପଷ୍ଟ ହୋଇନାହିଁ। ସେହିପରି ମୃତକଙ୍କ ମଧ୍ୟରେ କେତେ ଜଣ ଯାତ୍ରୀ ଅଛନ୍ତି କିମ୍ବା କ୍ରୁ ସଦସ୍ୟ ଅଛନ୍ତି, ସେନେଇ ମଧ୍ୟ କୌଣସି ସୂଚନା ମିଳିନାହିଁ।