ପାକିସ୍ତାନରେ ୨ଟି ଅଲଗା ଅଲଗା ସଡ଼କ ଦୁର୍ଘଟଣାରେ ୧୧ ତୀର୍ଥଯାତ୍ରୀଙ୍କ ସମେତ ୪୦ ମୃତ
ଇସ୍ଲାମାବାଦ: ପାକିସ୍ତାନ ପଞ୍ଜାବ ପ୍ରାନ୍ତରେ ରବିବାର ହୋଇଥିବା ଦୁଇଟି ଅଲଗା ଅଲଗା ସଡ଼କ ଦୁର୍ଘଟଣାରେ ୧୧ ଜଣ ତୀର୍ଥ ଯାତ୍ରୀଙ୍କ ସମେତ ୪୦ ଜଣଙ୍କ ମୃତ୍ୟୁ ହୋଇଛି। ଉଭୟ ଦୁର୍ଘଟଣାରେ ୩୭ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ପ୍ରଥମ ଦୁର୍ଘଟଣାରେ ଯାତ୍ରୀବାହୀ ବସ୍ ଖାଇକୁ ଖସିପଡିବା ଯୋଗୁ ହୋଇଛି। ଦ୍ୱିତୀୟ ଦୁର୍ଘଟଣାରେ ମଧ୍ୟ ବସ୍ ଖାଇକୁ ଖସିଛି। ପ୍ରଥମ ଦୁର୍ଘଟଣାଟି ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ହୋଇଥିବା ବେଳେ ଏଥିରେ ତୀର୍ଥଯାତ୍ରୀ ବସ୍ ଖାଇକୁ ଖସିପଡିଛି। ଫଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ତୀର୍ଥଯାତ୍ରୀମାନେ ଇରାନରୁ ଫେରୁଥିଲେ ବୋଲି କୁହାଯାଇଛି। ଏହାର କିଛି ଘଣ୍ଟା ପରେ ପାକ୍ ଅଧିକୃତ କାଶ୍ମୀରରେ ଆଉ ଏକ ଯାତ୍ରୀବାହୀ ବସ ଖାଇକୁ ଖସିପଡିଥିଲା। ଫଳରେ ୨୯ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଦୁର୍ଘଟଣାରେ ୭୦ ଜଣ ସିୟା ଜାୟରିନ ଇରାନରୁ ପଞ୍ଜାବକୁ ଫେରୁଥିଲେ। ରାସ୍ତାରେ ବସ୍ ମକରାନ ଉପକୂଳ ରାଜମାର୍ଗରେ ଭୁଲ ରାସ୍ତାରେ ଯାଇ ଖାଇକୁ ଖସିପଡିଛି। ମକରାନ ଉପକୂଳ ରାଜମାର୍ଗ ୬୫୩ କିଲୋମିଟର ଦୀର୍ଘ। ଏହା ପାକିସ୍ତାନରେ ଆରବସାଗର କୂଳ ସହିତ ସିନ୍ଧ ପ୍ରାନ୍ତର କରାଚୀରୁ ବଲୁଚିସ୍ତାନର ଗ୍ୱାଦର ପର୍ଯ୍ୟନ୍ତ ବ୍ୟାପ୍ତ। ପୋଲିସ ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ୧୧ଜଣ ତୀର୍ଥ ଯାତ୍ରୀ ପ୍ରାଣ ହରାଇଛନ୍ତି ଓ ୩୫ ଜଣ ଆହତ ହୋଇଛନ୍ତି। ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଲୋହାର ଅଥବା ଗୁଜରାଂବାଲାର ବାସିନ୍ଦା ଥିଲେ। ଅପରପଟେ ପାକ୍ ଅଧିକୃତ କାଶ
ଇସ୍ଲାମାବାଦ: ପାକିସ୍ତାନ ପଞ୍ଜାବ ପ୍ରାନ୍ତରେ ରବିବାର ହୋଇଥିବା ଦୁଇଟି ଅଲଗା ଅଲଗା ସଡ଼କ ଦୁର୍ଘଟଣାରେ ୧୧ ଜଣ ତୀର୍ଥ ଯାତ୍ରୀଙ୍କ ସମେତ ୪୦ ଜଣଙ୍କ ମୃତ୍ୟୁ ହୋଇଛି। ଉଭୟ ଦୁର୍ଘଟଣାରେ ୩୭ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ପ୍ରଥମ ଦୁର୍ଘଟଣାରେ ଯାତ୍ରୀବାହୀ ବସ୍ ଖାଇକୁ ଖସିପଡିବା ଯୋଗୁ ହୋଇଛି। ଦ୍ୱିତୀୟ ଦୁର୍ଘଟଣାରେ ମଧ୍ୟ ବସ୍ ଖାଇକୁ ଖସିଛି। ପ୍ରଥମ ଦୁର୍ଘଟଣାଟି ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ହୋଇଥିବା ବେଳେ ଏଥିରେ ତୀର୍ଥଯାତ୍ରୀ ବସ୍ ଖାଇକୁ ଖସିପଡିଛି। ଫଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି।
ତୀର୍ଥଯାତ୍ରୀମାନେ ଇରାନରୁ ଫେରୁଥିଲେ ବୋଲି କୁହାଯାଇଛି। ଏହାର କିଛି ଘଣ୍ଟା ପରେ ପାକ୍ ଅଧିକୃତ କାଶ୍ମୀରରେ ଆଉ ଏକ ଯାତ୍ରୀବାହୀ ବସ ଖାଇକୁ ଖସିପଡିଥିଲା। ଫଳରେ ୨୯ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଦୁର୍ଘଟଣାରେ ୭୦ ଜଣ ସିୟା ଜାୟରିନ ଇରାନରୁ ପଞ୍ଜାବକୁ ଫେରୁଥିଲେ। ରାସ୍ତାରେ ବସ୍ ମକରାନ ଉପକୂଳ ରାଜମାର୍ଗରେ ଭୁଲ ରାସ୍ତାରେ ଯାଇ ଖାଇକୁ ଖସିପଡିଛି। ମକରାନ ଉପକୂଳ ରାଜମାର୍ଗ ୬୫୩ କିଲୋମିଟର ଦୀର୍ଘ। ଏହା ପାକିସ୍ତାନରେ ଆରବସାଗର କୂଳ ସହିତ ସିନ୍ଧ ପ୍ରାନ୍ତର କରାଚୀରୁ ବଲୁଚିସ୍ତାନର ଗ୍ୱାଦର ପର୍ଯ୍ୟନ୍ତ ବ୍ୟାପ୍ତ।
ପୋଲିସ ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ୧୧ଜଣ ତୀର୍ଥ ଯାତ୍ରୀ ପ୍ରାଣ ହରାଇଛନ୍ତି ଓ ୩୫ ଜଣ ଆହତ ହୋଇଛନ୍ତି। ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଲୋହାର ଅଥବା ଗୁଜରାଂବାଲାର ବାସିନ୍ଦା ଥିଲେ। ଅପରପଟେ ପାକ୍ ଅଧିକୃତ କାଶ୍ମୀରରେ ୩୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଖାଇକୁ ଖସିପଡିଛି। ଏହି ଦୁର୍ଘଟଣାରେ ୨୯ ଜଣଙ୍କ ମୃତ୍ୟୁ ହୋଇଛି ଓ ୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ପିଲା, ମହିଳା ଓ ପୁରୁଷ ଅଛନ୍ତି।