ପାକିସ୍ତାନୀ ଖେଳାଳିଙ୍କୁ ମିଳିବ ମାତ୍ର ୩୧୦୦ ଟଙ୍କା

ଇସଲାମାବାଦ,୧୩।୩: ପାକିସ୍ତାନ କ୍ରିକେଟ ବୋର୍ଡ ଖେଳାଳିଙ୍କ ପାଉଣାକୁ ଏପରି କାଟି ଦେଇଛି ଯାହା କଳ୍ପନା ବାହାରେ। ବୋର୍ଡ ଜାତୀୟ ଟି-୨୦ କପରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କ ମ୍ୟାଚ୍‌ ଫିସରେ କମ୍‌ କରିଦେଇଛି। ଏହି ଟୁର୍ନାମେଣ୍ଟରେ ଖେଳାଳିମାନଙ୍କୁ ପ୍ରତି ମ୍ୟାଚ ପାଇଁ ୧୦,୦୦୦ ପାକିସ୍ତାନୀ ଟଙ୍କା ଅର୍ଥାତ ଭାରତୀୟ ଟଙ୍କାରେ(୩୧୦୦) ଦିଆଯିବ। ଯାହା ଗତ ସିଜିନ ତୁଳନାରେ ୭୫% କମ୍‌। ଗତ ବର୍ଷ ଖେଳାଳିମାନଙ୍କୁ ପ୍ରତି ମ୍ୟାଚ୍‌ ପାଇଁ ୪୦,୦୦୦ ପାକିସ୍ତାନୀ ଟଙ୍କା ଦିଆଯାଇଥିଲା। ୨୦୨୨ ମସିହାରେ ପାକିସ୍ତାନୀ […] The post ପାକିସ୍ତାନୀ ଖେଳାଳିଙ୍କୁ ମିଳିବ ମାତ୍ର ୩୧୦୦ ଟଙ୍କା appeared first on Dharitri Odia News.

ପାକିସ୍ତାନୀ ଖେଳାଳିଙ୍କୁ ମିଳିବ ମାତ୍ର ୩୧୦୦ ଟଙ୍କା

ଇସଲାମାବାଦ,୧୩।୩: ପାକିସ୍ତାନ କ୍ରିକେଟ ବୋର୍ଡ ଖେଳାଳିଙ୍କ ପାଉଣାକୁ ଏପରି କାଟି ଦେଇଛି ଯାହା କଳ୍ପନା ବାହାରେ। ବୋର୍ଡ ଜାତୀୟ ଟି-୨୦ କପରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କ ମ୍ୟାଚ୍‌ ଫିସରେ କମ୍‌ କରିଦେଇଛି। ଏହି ଟୁର୍ନାମେଣ୍ଟରେ ଖେଳାଳିମାନଙ୍କୁ ପ୍ରତି ମ୍ୟାଚ ପାଇଁ ୧୦,୦୦୦ ପାକିସ୍ତାନୀ ଟଙ୍କା ଅର୍ଥାତ ଭାରତୀୟ ଟଙ୍କାରେ(୩୧୦୦) ଦିଆଯିବ। ଯାହା ଗତ ସିଜିନ ତୁଳନାରେ ୭୫% କମ୍‌। ଗତ ବର୍ଷ ଖେଳାଳିମାନଙ୍କୁ ପ୍ରତି ମ୍ୟାଚ୍‌ ପାଇଁ ୪୦,୦୦୦ ପାକିସ୍ତାନୀ ଟଙ୍କା ଦିଆଯାଇଥିଲା। ୨୦୨୨ ମସିହାରେ ପାକିସ୍ତାନୀ ଖେଳାଳିମାନଙ୍କୁ ପ୍ରତି ମ୍ୟାଚ ପାଇଁ ୬୦,୦୦୦ ଟଙ୍କା ଦିଆଯାଉଥିଲା, ଯାହା ତୁଳନାରେ ଏହି କଟକଣା ଆହୁରି ବଡ଼। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏଥର ଜାତୀୟ ଟି-୨୦ କପରେ, ରିଜର୍ଭ ଖେଳାଳିମାନଙ୍କୁ ପ୍ରତି ମ୍ୟାଚ ପାଇଁ କେବଳ ୧୫୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ପିସିବିର ଏହି ନିର୍ଦ୍ଦେଶ ପରେ, ସମସ୍ତ ଘରୋଇ ଖେଳାଳିଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଖେଳାଳିମାନେ ଏହାକୁ ନେଇ କ୍ରୋଧିତ ହୋଇଯାଇଛନ୍ତି। ଏସବୁ ମଧ୍ୟରେ ପିସିବି ମୁଖ୍ୟ ମୋହସିନ ନକଭି ଏବେ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛନ୍ତି। ଜାତୀୟ ଟି-୨୦ ଚାମ୍ପିଅନଶିପରେ ଖେଳିବା ପାଇଁ ମନୋନୀତ ଖେଳାଳି ଏବଂ ରିଜର୍ଭ ଖେଳାଳିଙ୍କ ମ୍ୟାଚ ଫି ହ୍ରାସ ନିଷ୍ପତ୍ତିର ସମୀକ୍ଷା କରିବାକୁ ମୋହସିନ ନକଭି ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରଥମେ ମୋହସିନ ନକଭି ନିଜେ ୭୫ ପ୍ରତିଶତ ପାଉଣା କାଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏବେ ସେ ନିଜେ ନିଜ ନିଷ୍ପତ୍ତିର ସମୀକ୍ଷା କରୁଛନ୍ତି।

ବର୍ତ୍ତମାନର ଅଧ୍ୟକ୍ଷ ମୋହସିନ ନକଭିଙ୍କ ନେତୃତ୍ୱରେ ପିସିବି ଅନେକ ବଡ଼ ଖର୍ଚ୍ଚ କରିଥିବାରୁ ପାକିସ୍ତାନର ଘରୋଇ ଖେଳାଳିଙ୍କ ମ୍ୟାଚ ଫିସ ହ୍ରାସକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଏକ ଆଶ୍ଚର୍ଯ୍ୟଜନକ ବୋଲି କୁହାଯାଉଛି। ଗତ ବର୍ଷ ଅଧ୍ୟକ୍ଷ ହେବା ପରେ, ସେ କହିଥିଲେ ଯେ ପିସିବି ଆକାଉଣ୍ଟରେ ଥିବା ଟଙ୍କା “ଲୁଚାଇ ରଖିବା ପାଇଁ ନୁହେଁ” ଏବଂ ଏହାକୁ ଖେଳାଳି ଏବଂ ପାକିସ୍ତାନ କ୍ରିକେଟର ସେବାରେ ଖର୍ଚ୍ଚ କରାଯିବ। ସେବେଠାରୁ ପିସିବି ଅନେକ ମହଙ୍ଗା କିନ୍ତୁ ଆବଶ୍ୟକ ଷ୍ଟାଡିୟମ ଅପଗ୍ରେଡ କରିଛି। ଏହା ସହିତ ବିଦେଶୀ ପ୍ରଶିକ୍ଷକମାନଙ୍କୁ ମହଙ୍ଗା ଚୁକ୍ତିନାମାରେ ନିଯୁକ୍ତି ଦେଇଛି। ପରେ ସେମାନଙ୍କୁ ଶୀଘ୍ର ବାହାର କରିଦିଆଯାଇଛି।

The post ପାକିସ୍ତାନୀ ଖେଳାଳିଙ୍କୁ ମିଳିବ ମାତ୍ର ୩୧୦୦ ଟଙ୍କା appeared first on Dharitri Odia News.