ପାକିସ୍ତାନୀ ପିଲାର ବୁମରାଙ୍କ ପରି ଅବିକଳ ବୋଲିଂ, ୱାସିମ୍ ଆକ୍ରମ କଲେ ପ୍ରଶଂସା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଘାତକ ବୋଲର ଯଶପ୍ରୀତ ବୁମରାଙ୍କ ଗଣତି ଆଜି ଦୁନିଆର ଅନ୍ୟତମ ମହାନ ବୋଲରଙ୍କ ମଧ୍ୟରେ କରାଯାଉଛି । ଏହାରି ଭିତରେ ଜଣେ ପାକିସ୍ତାନୀ ବୋଲରଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ପିଲାଟିର ବୋଲିଂ ଆକ୍ସନ ଅବିକଳ ବୁମରାଙ୍କ ପରି ରହିଛି । ଏପରି କି ପାକିସ୍ତାନର ମହାନ ବୋଲର ୱାସିମ୍ ଆକ୍ରମ ମଧ୍ୟ ପିଲାର ବୋଲିଂ ଦେଖି ବେଶି ପ୍ରଭାବିତ ହୋଇଛନ୍ତି ।ଭାରତୀୟ ବୋଲର ବୁମରା ଦୁନିଆର ଅନେକ ଯୁବ ଖେଳାଳିଙ୍କ ପ୍ରେରଣାର ଉତ୍ସ । ତେବେ ପାକିସ୍ତାନୀ ୟଙ୍ଗ ବୋଲର ବୁମରାଙ୍କ ଅବକଳି ବୋଲିଂ ପ୍ରଶଂସକ ଏବଂ କ୍ରିକେଟ୍ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛନ୍ତି ।A young bowler trying to emulate @Jaspritbumrah93's bowling action. The video is viral on social media.pic.twitter.com/XF8J02BSwr— Faizan Lakhani (@faizanlakhani) July 15, 2024ସୋସିଆଲ୍ ମିଡିଆରେ ଭାଇରାଲ୍ ଏହି ଭିଡିଓରେ ପାକିସ୍ତାନୀ ପିଲା ବୁମରାଙ୍କ ପରି ବୋଲିଂ କରୁଥିବା ନଜର ଆସୁଛନ୍ତି । ପିଲାଟି ସବୁ ଛୋଟ-ବଡ଼ କଥାକୁ ସଠିକତା ସହ ଧ୍ୟାନ ଦେଇ କରୁଥିବା ଦେଖିବାକୁ ମିଳୁଛି । ପିଲାଟିର ରନ୍‌ଅପ୍‌ରୁ ଆରମ୍ଭ କରି ବଲ୍ ପକାଇବା ଯାଏ ପ୍ରାୟ ସବୁ କିଛି ବୁମରାଙ୍କ ପରି ରହିଛି । ଭିଡିଓରେ ଯେପରି ସେ ବୁମରାଙ୍କ ଷ୍ଟାଇଲକୁ ନକଲ କରୁଛି, ସେଥିରେ ତାର ସମର୍ପଣ ଏବଂ ଘଣ୍ଟା ଘଣ୍ଟାର ଅଭ୍ୟାସ ସ୍ପଷ୍ଟ ରୂପେ ଦେଖିବାକୁ ମିଳୁଛି

ପାକିସ୍ତାନୀ ପିଲାର ବୁମରାଙ୍କ ପରି ଅବିକଳ ବୋଲିଂ, ୱାସିମ୍ ଆକ୍ରମ କଲେ ପ୍ରଶଂସା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଘାତକ ବୋଲର ଯଶପ୍ରୀତ ବୁମରାଙ୍କ ଗଣତି ଆଜି ଦୁନିଆର ଅନ୍ୟତମ ମହାନ ବୋଲରଙ୍କ ମଧ୍ୟରେ କରାଯାଉଛି । ଏହାରି ଭିତରେ ଜଣେ ପାକିସ୍ତାନୀ ବୋଲରଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ପିଲାଟିର ବୋଲିଂ ଆକ୍ସନ ଅବିକଳ ବୁମରାଙ୍କ ପରି ରହିଛି । ଏପରି କି ପାକିସ୍ତାନର ମହାନ ବୋଲର ୱାସିମ୍ ଆକ୍ରମ ମଧ୍ୟ ପିଲାର ବୋଲିଂ ଦେଖି ବେଶି ପ୍ରଭାବିତ ହୋଇଛନ୍ତି ।

ଭାରତୀୟ ବୋଲର ବୁମରା ଦୁନିଆର ଅନେକ ଯୁବ ଖେଳାଳିଙ୍କ ପ୍ରେରଣାର ଉତ୍ସ । ତେବେ ପାକିସ୍ତାନୀ ୟଙ୍ଗ ବୋଲର ବୁମରାଙ୍କ ଅବକଳି ବୋଲିଂ ପ୍ରଶଂସକ ଏବଂ କ୍ରିକେଟ୍ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ସୋସିଆଲ୍ ମିଡିଆରେ ଭାଇରାଲ୍ ଏହି ଭିଡିଓରେ ପାକିସ୍ତାନୀ ପିଲା ବୁମରାଙ୍କ ପରି ବୋଲିଂ କରୁଥିବା ନଜର ଆସୁଛନ୍ତି । ପିଲାଟି ସବୁ ଛୋଟ-ବଡ଼ କଥାକୁ ସଠିକତା ସହ ଧ୍ୟାନ ଦେଇ କରୁଥିବା ଦେଖିବାକୁ ମିଳୁଛି । ପିଲାଟିର ରନ୍‌ଅପ୍‌ରୁ ଆରମ୍ଭ କରି ବଲ୍ ପକାଇବା ଯାଏ ପ୍ରାୟ ସବୁ କିଛି ବୁମରାଙ୍କ ପରି ରହିଛି । ଭିଡିଓରେ ଯେପରି ସେ ବୁମରାଙ୍କ ଷ୍ଟାଇଲକୁ ନକଲ କରୁଛି, ସେଥିରେ ତାର ସମର୍ପଣ ଏବଂ ଘଣ୍ଟା ଘଣ୍ଟାର ଅଭ୍ୟାସ ସ୍ପଷ୍ଟ ରୂପେ ଦେଖିବାକୁ ମିଳୁଛି ।

ଭାଇରାଲ୍ ଭିଡିଓ ଉପରେ ପାକିସ୍ତାନର ମହାନ ବୋଲର ୱାସିମ ଆକ୍ରମ ଏକ୍ସରେ ଲେଖିଛନ୍ତି, 'ୱାହା ଜି ୱାହା, ଏହି ନିୟନ୍ତ୍ରଣ ଏବଂ ଆକ୍ସନକୁ ଦେଖନ୍ତୁ, ଅବକଳ ମହାନ ବୁମରାଙ୍କ ପରି ।'