ପାକ୍ ଡିଜାଇନରଙ୍କ ସହ ଡିନର କରି ଫସିଲେ କରୀନା, ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ୍

ମୁମ୍ଵାଇ ୦୧।୦୫; ପହଲଗାମ୍‌ ଆକ୍ରମଣ ପରଠୁ ପାକିସ୍ତାନ ଉପରେ ଭାରତର ଆକ୍ରୋଶ ବଢ଼ିବାରେ ଲାଗିଛି । ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକେ ପାକିସ୍ତାନ ବିରୋଧରେ ବୟାନ ଦେଉଛନ୍ତି । ଇତିମଧ୍ୟରେ କରୀନା କପୁର ଖାନ୍‌ଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଜଣେ ପାକ୍‌ ଡିଜାଇନର୍‌ଙ୍କ ସହ ଡିନର୍‌ କରୁଥିବା ନଜର ଆସିଛନ୍ତି । ଫଟୋ ଦେଖି ଲୋକେ କରୀନାଙ୍କ ଉପରେ ଖୁବ୍‌ ରାଗିଯାଇଛନ୍ତି । କିଛି ତାଙ୍କୁ ଗଦ୍ଦାର ମଧ୍ୟ କହୁଛନ୍ତି।ନିକଟରେ ଫିଲ୍ମ ଫେଡେରେସନ୍‌ ଘୋଷଣା କରିଥିଲା, ପାକିସ୍ତାନୀ କଳାକାରଙ୍କ ସହ କାମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବ। ଫଟୋରେ କରୀନା ଯାହା କାନ୍ଧରେ ହାତ ରଖିଛନ୍ତି, ସେ ପାକିସ୍ତାନୀ ଡିଜାଇନର୍‌ ଫରାଜ ମନ୍ନାନ । ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ୨୭ ଏପ୍ରିଲରେ କରୀନା ଦୁବାଇ ଯାଇଥିଲେ । ସେଠାରେ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଥିରେ ଫରାଜ ମଧ୍ୟ ସାମିଲ ହୋଇଥିଲେ । ଫରାଜ ଏହି ସାକ୍ଷାତର ଫଟୋ ନିଜେ ସୋସିଆଲ ମିଡିଆରେ ପୋଷ୍ଟ୍‌ କରିଥିଲେ, ଯାହା ଏବେ ଭାଇରାଲ ହେଉଛି। ଏକ୍ସ ପ୍ଲାଟ୍‌ଫର୍ମରେ ଜଣେ ୟୁଜର୍‌ ଫଟୋ ପୋଷ୍ଟ୍‌ କରି ଲେଖିଛନ୍ତି, ଗୋଟିଏ ପଟେ ଭାରତ ପାକିସ୍ତାନ ବିରୋଧରେ ଲଢ଼େଇ କରୁଛି। ଅନ୍ୟପକ୍ଷେ, କରୀନା କପୁର ପାକିସ୍ତାନୀ ଡିଜାଇନର୍‌ଙ୍କ ସହ ଦୁବାଇରେ ଫଟୋସୁଟ୍‌ରେ ବ୍ୟସ୍ତ ଅଛନ୍ତି । ସେ ପୂର୍ବରୁ ମଧ୍ୟ ତାଙ୍କ ସହ କାମ କରିଛନ୍ତି । ଗତ ବର୍ଷ କରୀନା ପା

ପାକ୍ ଡିଜାଇନରଙ୍କ ସହ ଡିନର କରି ଫସିଲେ କରୀନା, ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ୍

ମୁମ୍ଵାଇ ୦୧।୦୫; ପହଲଗାମ୍‌ ଆକ୍ରମଣ ପରଠୁ ପାକିସ୍ତାନ ଉପରେ ଭାରତର ଆକ୍ରୋଶ ବଢ଼ିବାରେ ଲାଗିଛି । ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକେ ପାକିସ୍ତାନ ବିରୋଧରେ ବୟାନ ଦେଉଛନ୍ତି । ଇତିମଧ୍ୟରେ କରୀନା କପୁର ଖାନ୍‌ଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଜଣେ ପାକ୍‌ ଡିଜାଇନର୍‌ଙ୍କ ସହ ଡିନର୍‌ କରୁଥିବା ନଜର ଆସିଛନ୍ତି । ଫଟୋ ଦେଖି ଲୋକେ କରୀନାଙ୍କ ଉପରେ ଖୁବ୍‌ ରାଗିଯାଇଛନ୍ତି । କିଛି ତାଙ୍କୁ ଗଦ୍ଦାର ମଧ୍ୟ କହୁଛନ୍ତି।

ନିକଟରେ ଫିଲ୍ମ ଫେଡେରେସନ୍‌ ଘୋଷଣା କରିଥିଲା, ପାକିସ୍ତାନୀ କଳାକାରଙ୍କ ସହ କାମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବ। ଫଟୋରେ କରୀନା ଯାହା କାନ୍ଧରେ ହାତ ରଖିଛନ୍ତି, ସେ ପାକିସ୍ତାନୀ ଡିଜାଇନର୍‌ ଫରାଜ ମନ୍ନାନ । ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ୨୭ ଏପ୍ରିଲରେ କରୀନା ଦୁବାଇ ଯାଇଥିଲେ । ସେଠାରେ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଥିରେ ଫରାଜ ମଧ୍ୟ ସାମିଲ ହୋଇଥିଲେ । ଫରାଜ ଏହି ସାକ୍ଷାତର ଫଟୋ ନିଜେ ସୋସିଆଲ ମିଡିଆରେ ପୋଷ୍ଟ୍‌ କରିଥିଲେ, ଯାହା ଏବେ ଭାଇରାଲ ହେଉଛି। ଏକ୍ସ ପ୍ଲାଟ୍‌ଫର୍ମରେ ଜଣେ ୟୁଜର୍‌ ଫଟୋ ପୋଷ୍ଟ୍‌ କରି ଲେଖିଛନ୍ତି, ଗୋଟିଏ ପଟେ ଭାରତ ପାକିସ୍ତାନ ବିରୋଧରେ ଲଢ଼େଇ କରୁଛି। 

ଅନ୍ୟପକ୍ଷେ, କରୀନା କପୁର ପାକିସ୍ତାନୀ ଡିଜାଇନର୍‌ଙ୍କ ସହ ଦୁବାଇରେ ଫଟୋସୁଟ୍‌ରେ ବ୍ୟସ୍ତ ଅଛନ୍ତି । ସେ ପୂର୍ବରୁ ମଧ୍ୟ ତାଙ୍କ ସହ କାମ କରିଛନ୍ତି । ଗତ ବର୍ଷ କରୀନା ପାଲେଷ୍ଟାଇନ୍‌କୁ ସମର୍ଥନ କରିଥିଲେ । କିନ୍ତୁ ଏବେ ଦେଶ ପାଇଁ ଠିଆ ହେଉନାହାନ୍ତି । ବଲିଉଡ୍‌ ସେଲିବ୍ରିଟିଙ୍କର କ’ଣ ନିଜ ଦେଶ ପାଇଁ କୌଣସି କର୍ତ୍ତବ୍ୟ ନାହିଁ ବୋଲି ବ୍ୟକ୍ତି ପଚାରିଛନ୍ତି । ସୂଚନାଯୋଗ୍ୟ, କରୀନା କେବଳ ଫରାଜଙ୍କ ସହ କାମ କରିନାହାନ୍ତି, ବରଂ ତାଙ୍କର ଜଣେ ଭଲ ବନ୍ଧୁ । ଅନେକ କାର୍ଯ୍ୟକ୍ରମରେ ଫରାଜଙ୍କ ସହ ସେ ପୋଷ୍ଟ୍‌ ମଧ୍ୟ ଶେୟାର କରିଛନ୍ତି । ପାକ୍‌ ଡିଜାଇନର୍‌ ମନ୍ନାନ ଦୁବାଇର ଜଣେ ପ୍ରସିଦ୍ଧ ଡିଜାଇନର୍‌ । କରୀନାଙ୍କ ପୂର୍ବରୁ ଅନେକ ଭାରତୀୟ ସେଲିବ୍ରିଟି ତାଙ୍କ ସହ କାମ କରିଛନ୍ତି । ଏମାନଙ୍କ ମଧ୍ୟରେ କିଆରା ଆଡ଼ଭାନି, ଅନନ୍ୟା ପାଣ୍ଡେ, ରଣବୀର କପୁର, ଆଲିୟା ଭଟ୍ଟ, ତାରା ସୁତାରିଆଙ୍କ ଭଳି ସେଲିବ୍ରିଟି ବି ଅଛନ୍ତି ।