ପାକ୍‌ରେ ନଦୀବନ୍ଧ ନିର୍ମାଣ ଜୋର୍‌ଦାର କରିଛି ଚାଇନା

ନୂଆଦିଲ୍ଲୀ,୨୨।୫: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁନଦୀ ଜଳ ଚୁକ୍ତି (ଆଇଡବ୍ଲ୍ୟୁଟି)କୁ ସ୍ଥଗିତ ରଖିଥିବାରୁ ପାକିସ୍ତାନ ବିଚଳିତ ହୋଇଯାଇଛି। ଏହାର ଜଳ ସୁରକ୍ଷା ବଢ଼ାଇବା ପାଇଁ ସ୍ବାତ୍‌ ନଦୀରେ ମହମନ୍ଦ ହ୍ୟାମ୍‌ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ପାକିସ୍ତାନ ଚାଇନାକୁ ଅନୁରୋଧ କରିବାକୁ ବାଧ୍ୟ ହୋଇଛି। ଭାରତ ଜଳଯୋଗାଣ ବନ୍ଦ କରିଦେବାର ଧମକ ଦେବା ପରେ ପାକିସ୍ତାନରେ ମହତ୍ତ୍ୱାକାଂକ୍ଷୀ ନଦୀବନ୍ଧ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଜୋର୍‌ଦାର କରାଯାଇଥିବା ଚାଇନା ସରକାରୀ ଖବର ସରବରାହ ସଂସ୍ଥା ପକ୍ଷରୁ ପ୍ରକାଶ […] The post ପାକ୍‌ରେ ନଦୀବନ୍ଧ ନିର୍ମାଣ ଜୋର୍‌ଦାର କରିଛି ଚାଇନା appeared first on Dharitri Odia News.

ପାକ୍‌ରେ ନଦୀବନ୍ଧ ନିର୍ମାଣ ଜୋର୍‌ଦାର କରିଛି ଚାଇନା

ନୂଆଦିଲ୍ଲୀ,୨୨।୫: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁନଦୀ ଜଳ ଚୁକ୍ତି (ଆଇଡବ୍ଲ୍ୟୁଟି)କୁ ସ୍ଥଗିତ ରଖିଥିବାରୁ ପାକିସ୍ତାନ ବିଚଳିତ ହୋଇଯାଇଛି। ଏହାର ଜଳ ସୁରକ୍ଷା ବଢ଼ାଇବା ପାଇଁ ସ୍ବାତ୍‌ ନଦୀରେ ମହମନ୍ଦ ହ୍ୟାମ୍‌ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ପାକିସ୍ତାନ ଚାଇନାକୁ ଅନୁରୋଧ କରିବାକୁ ବାଧ୍ୟ ହୋଇଛି। ଭାରତ ଜଳଯୋଗାଣ ବନ୍ଦ କରିଦେବାର ଧମକ ଦେବା ପରେ ପାକିସ୍ତାନରେ ମହତ୍ତ୍ୱାକାଂକ୍ଷୀ ନଦୀବନ୍ଧ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଜୋର୍‌ଦାର କରାଯାଇଥିବା ଚାଇନା ସରକାରୀ ଖବର ସରବରାହ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଛି। ଭାରତ ସିନ୍ଧୁନଦୀ ଜଳ ଚୁକ୍ତି ସ୍ଥଗିତ ରଖିବାର କିଛି ମାସ ପୂର୍ବରୁ ୨୦୨୪ ସେପ୍ଟେମ୍ବରରେ ମହମନ୍ଦ ଡ୍ୟାମ୍‌ ପ୍ରୋଜେକ୍ଟ କାର୍ଯ୍ୟ ତ୍ୱରାନ୍ବିତ ହୋଇଥିବା ସାଟେଲାଇଟ୍‌ ଚିତ୍ରରୁ ଦେଖିବାକୁ ମିଳିଛି। ୟୁରୋପୀୟ ସ୍ପେସ୍‌ ଏଜେନ୍ସିର ହସ୍ତଗତ ହୋଇଥିବା ସାଟେଲାଇଟ୍‌ ଚିତ୍ରରେ ଗତ ସେପ୍ଟେମ୍ବରରେ ମହମନ୍ଦ ଡ୍ୟାମ୍‌ର ମୁଖ୍ୟ ବନ୍ଧ କାର୍ଯ୍ୟ ଦେଖିବାକୁ ମିଳିଛି। ଗତ ୧୭ ତାରିଖର ସାଟେଲାଇଟ୍‌ ଚିତ୍ରରେ ପଥର ବନ୍ଧ ନିକଟରେ ବିପୁଳ ପରିମାଣର ସିମେଣ୍ଟ ଓ ଅନ୍ୟ ସାମଗ୍ରୀରେ ନିର୍ମାଣ କାର୍ଯ୍ୟ ଚାଲିଥିବା ଦେଖାଯାଇଥିବାରୁ ପ୍ରକଳ୍ପ କାର୍ଯ୍ୟ ଅଗ୍ରିମ ପର୍ଯ୍ୟାୟରେ ପହଞ୍ଚତ୍ଥିବାର ସୂଚନା ମିଳୁଛି।

The post ପାକ୍‌ରେ ନଦୀବନ୍ଧ ନିର୍ମାଣ ଜୋର୍‌ଦାର କରିଛି ଚାଇନା appeared first on Dharitri Odia News.