ପାଖେଇ ଆସୁଛି ରଥଯାତ୍ରା, ଦ୍ରୁତ ଗତିରେ ଆଗେଇ ଚାଲିଛି ରଥକାମ
ପୁରୀ ୨୩।୦୬ : ସ୍ନାନ ମଣ୍ଡପରେ ୧୦୮ ସୁବାସିତ ଜଳରେ ସ୍ନାନ କରି ଜ୍ବରରେ ଅଛନ୍ତି ମହାପ୍ରଭୁ। ଶନିବାରଠୁ ମହାପ୍ରଭୁଙ୍କ ଅଣସର ନୀତି ଆରମ୍ଭ ହୋଇସାରିଛି। ଜ୍ବରାକ୍ରାନ୍ତ ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଗୁପ୍ତ ଉପଚାର କରୁଛନ୍ତି ଦଇତା ଓ ପତିମହାପାତ୍ର। ତେବେ ଚଳିତ ବର୍ଷ ୧୩ ଦିନ ଅଣସର ପଡୁଥିବା ବେଳେ ଶ୍ରୀଜିଉ ମାନେ ଏହି ସମୟରେ ଶ୍ବେତ ବସ୍ତ୍ର ପରିଧାନ କରିଥାନ୍ତି। ଏହି ୧୩ ଦିନ ମହାପ୍ରଭୁଙ୍କୁ କେବଳ ଧଳା ଫୁଲ ଲାଗି କରାଯାଇଥାଏ। ସେହିପରି ମହାପ୍ରଭୁଙ୍କ ପାଖରେ ପଣା ଓ ଚକଟା ଭୋଗ ଲାଗି କରାଯାଇଥାଏ। ଭକ୍ତମାନଙ୍କୁ ମହାପ୍ରଭୁ ପଟି ଦିଅଁ ରୂପରେ ଦର୍ଶନ ଦେଉଛନ୍ତି। ସେପଟେ ଜୁଲାଇ ୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ତିନି ରଥର ନିର୍ମାଣ କାର୍ଯ୍ୟକୁ ଦ୍ରୁତ ଗତିରେ ଆଗେଇ ନେଉଛନ୍ତି ସମସ୍ତ ନିର୍ମାଣ କାରୀ। ତିନି ରଥରେ ଶନିବାର ଖଦିଓରା ପଡିଥିବା ବେଳେ ଆଜି ଏଥିରେ ଚଉଦ ନାହାକା ବୁଲା ଯାଉଛି। ତେବେ ତିନି ରଥର ଚାରି ନାହାକାରେ ପ୍ରଥମ ଭୂଇଁ ଚଉତା ବା ଛ କାଠି ବୁଲି କଣ୍ଟା ପଡିଥିଲା। ଏହା ପରେ ଦ୍ବିତୀୟ ଭୂଇଁ ଫ୍ରେମ୍ ଫିଟିଙ୍ଗ ପାଇଁ ପ୍ରୟାସ କରୁଛନ୍ତି ବିଶ୍ଵକର୍ମା ଓ ଭୋଇ ସେବକ। ସେହିପରି ରୂପକାର ସେବକ ମାନେ ଖୋଦେଇ କାର୍ଯ୍ୟ ଜାରି ରଖିଥିବା ବେଳେ ଦୋଳବେଦୀର କମାରଶାଳରେ ଓଝା ସେବକ ମାନେ ପୋଟଳ ନଦା କଣ୍ଟା ନିର୍ମାଣ ଜାରି ରଖିଛନ୍ତି।
ପୁରୀ ୨୩।୦୬ : ସ୍ନାନ ମଣ୍ଡପରେ ୧୦୮ ସୁବାସିତ ଜଳରେ ସ୍ନାନ କରି ଜ୍ବରରେ ଅଛନ୍ତି ମହାପ୍ରଭୁ। ଶନିବାରଠୁ ମହାପ୍ରଭୁଙ୍କ ଅଣସର ନୀତି ଆରମ୍ଭ ହୋଇସାରିଛି। ଜ୍ବରାକ୍ରାନ୍ତ ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଗୁପ୍ତ ଉପଚାର କରୁଛନ୍ତି ଦଇତା ଓ ପତିମହାପାତ୍ର। ତେବେ ଚଳିତ ବର୍ଷ ୧୩ ଦିନ ଅଣସର ପଡୁଥିବା ବେଳେ ଶ୍ରୀଜିଉ ମାନେ ଏହି ସମୟରେ ଶ୍ବେତ ବସ୍ତ୍ର ପରିଧାନ କରିଥାନ୍ତି। ଏହି ୧୩ ଦିନ ମହାପ୍ରଭୁଙ୍କୁ କେବଳ ଧଳା ଫୁଲ ଲାଗି କରାଯାଇଥାଏ। ସେହିପରି ମହାପ୍ରଭୁଙ୍କ ପାଖରେ ପଣା ଓ ଚକଟା ଭୋଗ ଲାଗି କରାଯାଇଥାଏ। ଭକ୍ତମାନଙ୍କୁ ମହାପ୍ରଭୁ ପଟି ଦିଅଁ ରୂପରେ ଦର୍ଶନ ଦେଉଛନ୍ତି।
ସେପଟେ ଜୁଲାଇ ୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ତିନି ରଥର ନିର୍ମାଣ କାର୍ଯ୍ୟକୁ ଦ୍ରୁତ ଗତିରେ ଆଗେଇ ନେଉଛନ୍ତି ସମସ୍ତ ନିର୍ମାଣ କାରୀ। ତିନି ରଥରେ ଶନିବାର ଖଦିଓରା ପଡିଥିବା ବେଳେ ଆଜି ଏଥିରେ ଚଉଦ ନାହାକା ବୁଲା ଯାଉଛି। ତେବେ ତିନି ରଥର ଚାରି ନାହାକାରେ ପ୍ରଥମ ଭୂଇଁ ଚଉତା ବା ଛ କାଠି ବୁଲି କଣ୍ଟା ପଡିଥିଲା। ଏହା ପରେ ଦ୍ବିତୀୟ ଭୂଇଁ ଫ୍ରେମ୍ ଫିଟିଙ୍ଗ ପାଇଁ ପ୍ରୟାସ କରୁଛନ୍ତି ବିଶ୍ଵକର୍ମା ଓ ଭୋଇ ସେବକ। ସେହିପରି ରୂପକାର ସେବକ ମାନେ ଖୋଦେଇ କାର୍ଯ୍ୟ ଜାରି ରଖିଥିବା ବେଳେ ଦୋଳବେଦୀର କମାରଶାଳରେ ଓଝା ସେବକ ମାନେ ପୋଟଳ ନଦା କଣ୍ଟା ନିର୍ମାଣ ଜାରି ରଖିଛନ୍ତି।