ପାଚିଲା ଧାନକେଣ୍ଡାରେ ଲାଗିଛି ସାହାରା ରୋଗ; ଚିନ୍ତାରେ ପିପିଲି ବ୍ଲକର ୬ଟି ପଚାୟତର ଚାଷୀ
କନକ ବ୍ୟୁରୋ : ପିପିଲିର ୬ ଟି ପଂଚାୟତରେ ଏବେ ପାଚିଲା ଧାନରେ ସାହାରା ରୋଗର ଆତଙ୍କ । ଶହ ଶହ ଏକର ପାଚିଲା ଧାନ ବିଲ ଏବେ ସାହାରାରୋଗ ଧାନକୁ ନଷ୍ଟ କରିବାକୁ ବସିଲେଣି ! ଦିନ କେଇଟା ଭିତରେ ପାଚିଲା ଧାନକୁ ଚାଷୀ ନିଜର ବାଡ଼ିକୁ ନେବାର ସ୍ୱପ୍ନ ଦେଖିଛି । ଏପଟେ କିନ୍ତୁ ଏହି ରୋଗ ପାଚିଲା ଧାନକୁ ନଷ୍ଟ କରିବାରେ ବ୍ୟସ୍ତ ଶୀତଳ ପବନ ମେଘୁଆ ପାଗ । ଯଦି କିଛି ଦିନ ରୁହେ ତେବେ ଏହି ରୋଗ ସବୁ ଅଞ୍ଚଳରେ ପବନ ଦ୍ୱାରା ଅନ୍ୟ ବିଲ ଗୁଡାକୁ ବ୍ୟାପିଯିବ ବୋଲି କହିଛନ୍ତି । ଏହା ଅଧିକ କିଛି କ୍ଷତି କରିପାରିବନାହିଁ ବୋଲି ପିପିଲି ସରକାରୀ କୃଷି ଅଧିକାରିଣୀ ସସ୍ମିତା ମହାନ୍ତି କହିଥିବା ବେଳେ ଚାଷୀ ବିଲରେ କିନ୍ତୁ ପାଚିଲା ଧାନ କେଣ୍ଡା କଳା ପଡିବା ସହିତ ନଷ୍ଟ ହେବାକୁ ଯାଉଛି । ଯାହାକୁ ଦେଖି ଚାଷୀ ମୁଣ୍ଡରେ ଏବେ ଚଡ଼କ ପଡିଛି । ଧାନ ବୁଣିବା ଠାରୁ ଅମଳ କରିବା ପର୍ଯ୍ୟନ୍ତ ଚାଷୀଙ୍କ ପିଛା ଛାଡ଼ୁନି ସମସ୍ୟା । କେତେବେଳେ ପ୍ରକୃତିକ ବିପର୍ଯ୍ୟୟ ତ ପୁଣି କେତେବେଳେ ରୋଗପୋକ ଚାଷୀଙ୍କ ପାଇଁ କାଳ ପାଲଟୁଛି । ପାଚିଲା ଧାନ କେଣ୍ଡାରେ କଳା ରଙ୍ଗର ଫିମ୍ପି ଜନୀତ ସାହାରା ରୋଗ ଏବେ ପିପିଲି ଅଞ୍ଚଳର ଚାଷୀଙ୍କ ନିଦ ହଜାଇଦେଇଛି । ଅକ୍ଳାନ୍ତ ପରିଶ୍ରମ କରି ଚାଷ କରିଥିଲା ଚାଷୀ । ଧାନ ମଧ୍ୟ ଭଲ ହୋଇଥିଲା । ହେଲେ ଠିକ୍ ଅମଳ ବେଳକୁ ଏହି ରୋଗ ଏବେ ଚିନ୍ତାର କାରଣ ପାଲଟିଛି । ଏହି ରୋଗ ଯୋଗୁଁ ଧାନ ଅମଳ କମ୍ ହେବା ସହ ମାନ ମଧ୍ୟ କମ୍ ରହିବ । ଫଳର

କନକ ବ୍ୟୁରୋ : ପିପିଲିର ୬ ଟି ପଂଚାୟତରେ ଏବେ ପାଚିଲା ଧାନରେ ସାହାରା ରୋଗର ଆତଙ୍କ । ଶହ ଶହ ଏକର ପାଚିଲା ଧାନ ବିଲ ଏବେ ସାହାରାରୋଗ ଧାନକୁ ନଷ୍ଟ କରିବାକୁ ବସିଲେଣି ! ଦିନ କେଇଟା ଭିତରେ ପାଚିଲା ଧାନକୁ ଚାଷୀ ନିଜର ବାଡ଼ିକୁ ନେବାର ସ୍ୱପ୍ନ ଦେଖିଛି । ଏପଟେ କିନ୍ତୁ ଏହି ରୋଗ ପାଚିଲା ଧାନକୁ ନଷ୍ଟ କରିବାରେ ବ୍ୟସ୍ତ ଶୀତଳ ପବନ ମେଘୁଆ ପାଗ । ଯଦି କିଛି ଦିନ ରୁହେ ତେବେ ଏହି ରୋଗ ସବୁ ଅଞ୍ଚଳରେ ପବନ ଦ୍ୱାରା ଅନ୍ୟ ବିଲ ଗୁଡାକୁ ବ୍ୟାପିଯିବ ବୋଲି କହିଛନ୍ତି । ଏହା ଅଧିକ କିଛି କ୍ଷତି କରିପାରିବନାହିଁ ବୋଲି ପିପିଲି ସରକାରୀ କୃଷି ଅଧିକାରିଣୀ ସସ୍ମିତା ମହାନ୍ତି କହିଥିବା ବେଳେ ଚାଷୀ ବିଲରେ କିନ୍ତୁ ପାଚିଲା ଧାନ କେଣ୍ଡା କଳା ପଡିବା ସହିତ ନଷ୍ଟ ହେବାକୁ ଯାଉଛି । ଯାହାକୁ ଦେଖି ଚାଷୀ ମୁଣ୍ଡରେ ଏବେ ଚଡ଼କ ପଡିଛି ।
ଧାନ ବୁଣିବା ଠାରୁ ଅମଳ କରିବା ପର୍ଯ୍ୟନ୍ତ ଚାଷୀଙ୍କ ପିଛା ଛାଡ଼ୁନି ସମସ୍ୟା । କେତେବେଳେ ପ୍ରକୃତିକ ବିପର୍ଯ୍ୟୟ ତ ପୁଣି କେତେବେଳେ ରୋଗପୋକ ଚାଷୀଙ୍କ ପାଇଁ କାଳ ପାଲଟୁଛି । ପାଚିଲା ଧାନ କେଣ୍ଡାରେ କଳା ରଙ୍ଗର ଫିମ୍ପି ଜନୀତ ସାହାରା ରୋଗ ଏବେ ପିପିଲି ଅଞ୍ଚଳର ଚାଷୀଙ୍କ ନିଦ ହଜାଇଦେଇଛି । ଅକ୍ଳାନ୍ତ ପରିଶ୍ରମ କରି ଚାଷ କରିଥିଲା ଚାଷୀ । ଧାନ ମଧ୍ୟ ଭଲ ହୋଇଥିଲା । ହେଲେ ଠିକ୍ ଅମଳ ବେଳକୁ ଏହି ରୋଗ ଏବେ ଚିନ୍ତାର କାରଣ ପାଲଟିଛି । ଏହି ରୋଗ ଯୋଗୁଁ ଧାନ ଅମଳ କମ୍ ହେବା ସହ ମାନ ମଧ୍ୟ କମ୍ ରହିବ । ଫଳରେ ମଣ୍ଡିରେ ଧାନ ବିକ୍ରି ସମୟରେ ଚାଷୀ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
ପିପିଲି ବ୍ଲକର ଚନ୍ଦ୍ରାଦେଇପୁର, ଜଗନ୍ନାଥପୁର, ଗୋବିନ୍ଦପୁର, ସଁପୁର, ନୂଆଶାସନ, ବୀରପୁରୁଷୋତ୍ତମପୁର ପଂଚାୟତର ୨୦୦ ଏକରରୁ ଅଧିକ ପାଚିଲା ଧାନ ବିଲରେ ସାହାରା ରୋଗ ବ୍ୟାପିଛି । କୀଟନାଶକ ଦୋକାନରେ ଏଥିପାଇଁ ଔଷଧ ମିଳୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଦିନକୁ ଦିନ ଗୋଟିଏ ବିଲରୁ ଅନ୍ୟ ବିଲକୁ ବ୍ୟାପୁଛି ଏହି ରୋଗ । ଯାହା ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି । ସେପଟେ ପିପିଲି କୃଷି ଅଧିକାରୀ, କୃଷକ ସାଥି ପାଚିଲା ଧାନ ବିଲରେ ପହଂଚି ଚାଷୀଙ୍କୁ ରୋଗ ନିରାକରଣ ପାଇଁ ପରାମର୍ଶ ଦେଇଛନ୍ତି ।
ଏହା ଏକ ବିହନ ଜନୀତ ରୋଗ ହୋଇଥିବାରୁ ବିହନ ବୁଣିବା ଅଗରୁ ଭଲ ଭାବେ ବିଶୋଧନ କରିବା ପାଇଁ ପରାମର୍ଶ ଦେଇଛନ୍ତି କୃଷି ଅଧିକାରୀ ।