ପାଞ୍ଚ ଦିନ ହେଲା  ପୁଅ ନପାଇ କାନ୍ଦୁଛି ମା।

ହାଟଡିହି କପୁଣ୍ଡି ଗ୍ରାମର ପର୍ଶୁରାମ ଜେନାଙ୍କ ୨୧ ବର୍ଷୀୟ ପୁଅ ଲକ୍ଷ୍ମୀଧର ଜେନା କେନ୍ଦୁଝର ଭାରତ ଫାଇନାନ୍ସ  ଶାଖାରେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଥିଲେ | ସେ ଗତ ୧୦ ତାରିଖ ଶୁକ୍ରବାର ଦିନ ତାଙ୍କର ଓଡ଼ି ୨୨ଭି ୬୭୫୦ ନମ୍ବର ବିଶିଷ୍ଟ ବାଇକ ଯୋଗ କଲେକ୍ସନ ପାଇଁ ସାନ୍ତରାପୁର, ବାସନ୍ତୀ କଲୋନୀ, ମାଗୁରଗଡ଼ିଆ, ବୁଲାଦରସା ରସାହି ପ୍ରଭୃତି ସ୍ଥାନକୁ ଯାଇଥିଲେ I ସେହିଦିନ ରାତି ପ୍ରାୟ ୧୦ଟା ବେ ବଳେ ସ୍ଥାନୀୟ ବିଗବଜାର ନିକଟସ୍ଥ ଏଟିଏମରୁ […] The post ପାଞ୍ଚ ଦିନ ହେଲା  ପୁଅ ନପାଇ କାନ୍ଦୁଛି ମା। appeared first on Odisha.News.

ପାଞ୍ଚ ଦିନ ହେଲା  ପୁଅ ନପାଇ କାନ୍ଦୁଛି ମା।

ହାଟଡିହି କପୁଣ୍ଡି ଗ୍ରାମର ପର୍ଶୁରାମ ଜେନାଙ୍କ ୨୧ ବର୍ଷୀୟ ପୁଅ ଲକ୍ଷ୍ମୀଧର ଜେନା କେନ୍ଦୁଝର ଭାରତ ଫାଇନାନ୍ସ  ଶାଖାରେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଥିଲେ | ସେ ଗତ ୧୦ ତାରିଖ ଶୁକ୍ରବାର ଦିନ ତାଙ୍କର ଓଡ଼ି ୨୨ଭି ୬୭୫୦ ନମ୍ବର ବିଶିଷ୍ଟ ବାଇକ ଯୋଗ କଲେକ୍ସନ ପାଇଁ ସାନ୍ତରାପୁର, ବାସନ୍ତୀ କଲୋନୀ, ମାଗୁରଗଡ଼ିଆ, ବୁଲାଦରସା ରସାହି ପ୍ରଭୃତି ସ୍ଥାନକୁ ଯାଇଥିଲେ I ସେହିଦିନ ରାତି ପ୍ରାୟ ୧୦ଟା ବେ ବଳେ ସ୍ଥାନୀୟ ବିଗବଜାର ନିକଟସ୍ଥ ଏଟିଏମରୁ ଟଙ୍କା ଉଠାଣ କରିଥିବା ବେଳେ ଆଉ ଅଫିସକୁ ଫେରିନଥିଲେ । ଏନେଇ ଅଫିସ କର୍ମଚାରୀ ମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଲକ୍ଷ୍ମୀଧର ଙ୍କ  ସନ୍ଧାନ ନପାଇ ଟାଉନ ଥାନାରେ ଲିଖୂତ ଅଭିଯୋଗ  କରିଥିଲେ।ଏ ନେଇ ଶାଖା ପରିଚାଳକ ରତ୍ନାକର ରଣା  ଟାଉନ ଥାନା ଅଭିଯୋଗ କରିଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ଲକ୍ଷ୍ମୀଧରଙ୍କ ସନ୍ଧାନ ପାଇନ୍ତି ତାହାଲେ ତାଙ୍କ ବାପା ଙ୍କ ଫୋନ ନମ୍ବର ରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି। ବାପା ଙ୍କ ମୋବାଇଲ୍ ନମ୍ବର୍ ହେଉଛି ୭୮୫୩୦୧୮୯୭୪ କିମ୍ବା ୮୯୨୬୨୦୪୨୮୧।

The post ପାଞ୍ଚ ଦିନ ହେଲା  ପୁଅ ନପାଇ କାନ୍ଦୁଛି ମା। appeared first on Odisha.News.